ଧାଇଁବା

ଉଇକିଅଭିଧାନ‌ରୁ

ଧାଇଁବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଧାଇଁବା—ଅନ୍ୟରୂପ)

(ଧୁଆଇଁବା—ଣିଜନ୍ତ)

ଦେଶଜ - କ୍ରି.—(ସଂସ୍କୃତ - ଧାବ୍; ପ୍ରାକୃତ ଧା ଧାତୁ)[ସମ୍ପାଦନା]

୧. ଦଉଡ଼ିବା —୧. To run.
୨. ଅନବରତ ବା ଅବିଶ୍ରାନ୍ତ ପରିଶ୍ରମ କରିବା — ୨. To work incessantly; to labour without rest.

ପେଟପାଟଣା ପାଇଁ ଜଗତର ସମସ୍ତ ପ୍ରାଣୀ ଧାଉଁଅଛନ୍ତି ଫକୀରମୋହନ. ଛମାଣ ଆଠଗୁଣ୍ଠ

୩. ତ୍ୱରା ଗତି କରିବା; ଦ୍ରୁତଗତି କରିବା — ୩. To walk briskly; to move quickly.
୪. ତ୍ୱରାନ୍ୱିତ ହୋଇ କୌଣସି କାର୍ଯ୍ୟ କରିବା — ୪. To make haste; to hasten.
୫. କୌଣସି ବ୍ୟକ୍ତିର ଉପକାର ବା ମଙ୍ଗଳାର୍ଥ ଚେଷ୍ଟା କରିବା —୫. To strive for the benefit of another.

ମୁଁ ଧଇଁ ଥାଏ ଗୋସେଇଁ ପାଇଁ, ଗୋସେଇର ଟିକିଏ ଦୟା ନାହିଁ ଢଗ

୬. କୌଣସି ଉଦ୍ୟମ ବା ଚେଷ୍ଟା ପାଇଁ ଏଣେ ତେଣେ ଯିବା ଆସିବା କରିବା —୬. To run to and fro on a particular mission.
୭. (ତରଳ ପଦାର୍ଥ) ଉଚ୍ଚ ସ୍ଥାନରୁ ନୀଚ ସ୍ଥାନକୁ ଅବିରତ ସ୍ରୋତ ସହକାରେ ବହିବା —୭. (a liquid) To flow down with a current; to run down.

(ଯଥା—ବନ୍ଧ କାଟି ଦେବାରୁ ତଳ କିଆରିକୁ ପାଣି ଧାଇଲାଣି)

[ ଦ୍ର—ଧାଇଁବା କ୍ରିୟାର ଅସମାପିକା ରୂପ ପରେ ଆସିବା, ପଡ଼ିବା ଯିବା, ଚାଲିବା, ପଳା(ଳେ)ଇବା ଆଦି କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ଧଇଁବା କ୍ରିୟାର ସମାପିକା ରୂପ ପରେ ଦଉଡ଼ିବା, ଧପଡ଼ିବା, ଧପୁଡ଼ିବା ଆଦି କ୍ରିୟା ସହଚର ରୂପେ ବ୍ୟବହୁତ ହୁଏ ]