Jump to content

ଧାଈ

ଉଇକିଅଭିଧାନ‌ରୁ
  • ଉପମାତା; ଯେଉଁ ସ୍ତ୍ରୀ ଅନ୍ୟର ଶିଶୁକୁ ପାଳନ କରେ
  • ଯେଉଁ ସ୍ତ୍ରୀ ଅନ୍ୟ ସ୍ତ୍ରୀର ଶିଶୁକୁ ସ୍ତନଦିଏ
  • ଧାତ୍ରୀ; ଦାଈ; ଯେଉଁ ସ୍ତ୍ରୀ ସନ୍ତାନ ପ୍ରସବ ସମୟରେ ଜନନୀକୁ ସାହାଯ୍ୟ କରେ ଓ ଅନ୍ତୁଡିଶାଳରେ ପ୍ରସୁତିର ଓ ନବଜାତ ଶିଶୁର ଶୁଶ୍ରୂଷା କରେ
  • ଆୟା; ଥୋଇଲୀ; ପରିଚାରିକା
  • ରୋଗୀର ବା ଶିଶୁର ସେବା କରିବା ପାଇଁନିଯୁକ୍ତା ଦାସୀ
  • ଧାତୁକୀଫୁଲ ଓ ଗୁଳ୍ମ; ତାମ୍ରବର୍ଣ୍ଣ ପୁଷ୍ପ କ୍ଷୁପବିଶେଷ
  • ଅଅଁଳା ଗଛ; ଅଅଁଳା କୋଳିଗଛଧାଈ

ଉଚ୍ଚାରଣ

[ସମ୍ପାଦନା]

(ଧାୟୀ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଧାତ୍ରୀ; ପ୍ରା. ଧାଇ)

[ସମ୍ପାଦନା]
୧. ଉପମାତା; ଯେଉଁ ସ୍ତ୍ରୀ ଅନ୍ୟର ଶିଶୁକୁ ପାଳନ କରେ — ୧. Foster-mother.

ତାଙ୍କ ଧାଈ ବୃହତ୍ସେନାକୁ ବରଗିଲେ କୃଷ୍ଣସିଂହ. ମହାଭାରତ ବନ

୨. ଯେଉଁ ସ୍ତ୍ରୀ ଅନ୍ୟ ସ୍ତ୍ରୀର ଶିଶୁକୁ ସ୍ତନ୍ୟଦିଏ — ୨. Wet nurse.

ଯେ ଧାଈ ପିଆଇଲା ଦୁଧ ତା ପ୍ରାଣ ଶୋଷିକଲା ବଧ ଭୂପତି. ପ୍ରେମପଞ୍ଚାମୃତ

୩. ଧାତ୍ରୀ; ଦାଈ; ଯେଉଁ ସ୍ତ୍ରୀ ସନ୍ତାନ ପ୍ରସବ ସମୟରେ ଜନନୀକୁ ସାହାଯ୍ୟ କରେ ଓ ଅନ୍ତୁଡ଼ିଶାଳରେ ପ୍ରସୂତିର ଓ ନବଜାତ ଶିଶୁର ଶୁଶ୍ରୂଷା କରେ — ୩. A mid wife; accoucheuse.

ଧାଈ ଆଗେ ପେଟ ଛପେଇବା ଜ୍ୟାୟ ଢଗ

୪. ଆୟା; ପୋଇଲା; ପରିଚାରିକା — ୪. A maid servant; an Ayah.

ବାହୁଡ଼ିଲା ଧାଈ ଘରକୁ ସେକ୍ଷଣି କୃଷ୍ଣସିଂହ. ମହାଭାରତ ବନ

୫. ରୋଗୀର ବା ଶିଶୁର ସେବା କରିବା ପାଇଁନିଯୁକ୍ତା ଦାସୀ — ୫. Nurse.

[ ଦ୍ର—ହିନ୍ଦୀଭାଷାରେ ଜନନ କର୍ମରେ ସହାୟିକା ଧାଈ (ଦାଈ ଜନାଈ), ଶିଶୁକୁ ସ୍ତନ୍ୟପାନ କରାଇବା ଧାଈ (ଦାଈ ପିଲାଈ) ଓ ଶିଶୁକୁ ଖେଳାଇବା ଧାଈ (ଦାଈ ଖେଲାଈ) ମାନଙ୍କର ସ୍ୱତନ୍ତ୍ର ନାମ ଅଛି ]

୬. (ସଂସ୍କୃତ - ଧାତକୀ; ଧାୟ, ଧାତ୍ରୀ)—ଧାତୁକୀଫୁଲ ଓ ଗୁଳ୍ମ; ତାମ୍ରବର୍ଣ୍ଣ ପୁଷ୍ପ କ୍ଷୁପବିଶେଷ — ୬. Woodfordia Floribunda (flower and tree); Grislea Tomentosa (M.W.)

ଅନୁବାଦ

[ସମ୍ପାଦନା]

[ଦ୍ରଷ୍ଟବ୍ୟ —ଏହି ଫୁଲ ବସନ୍ତରେ ଫୁଟେ ଫୁଲ ଷଟ୍ଦଳ, ଦ୍ୱାଦଶକେଶର— ବିଶିଷ୍ଟ ଓ ତାମ୍ରବର୍ଣ୍ଣ ଏଥିରେ ଲୁଗାରଙ୍ଗ କରାଯାଏ ଓ ଏହା ଔଷଧରେ ଲାଗେ ଏ ଗଛର ପତ୍ର ଡାଳିମ୍ୱ ପତ୍ର ପରି; ଏଥିର ପତ୍ର ଓ ବକଳ ମଧ୍ୟ ଔଷଧରେ ଲାଗେ ଏହି ଶ୍ରିଫୁଲ କଟୁ ଶୀତବିର୍ଯ୍ୟ, ମଦ— କାରକ, କଷାୟ ଓ ଲଘୁ ଏହା ତୃଷା, ଅତିସାର, ପିତ୍ତ, ପ୍ରଦର, ରକ୍ତଦୋଷ, ବିଷଦୋଷ, କୃମି ଓ ବିସର୍ପନାଶକ ]

୭. (ସଂସ୍କୃତ - ଧାତ୍ରୀ) ଅଅଁଳା ଗଛ; ଅଅଁଳା କୋଳିଗଛ — ୭. Embellic Myrobalan.