ଧାନ

ଉଇକିଅଭିଧାନ‌ରୁ

ଧାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧାନ, ଧାନିକା—ସ୍ତ୍ରୀ)
  • (file)
  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧା. ଧାତୁ+ଅଧିକରଣେ. ଅନ)[ସମ୍ପାଦନା]

୧. ସ୍ଥାନ — ୧. Place; habitation.
୨. ଆଧାର — ୨. Container; holder; receptacle.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାନ୍ୟ)[ସମ୍ପାଦନା]

୧. ଶସ୍ୟବିଶେଷ; ତୁଷାବୃତ ତଣ୍ଡୁଳ; ଭାରତ ଆଦି ଗ୍ରୀଷ୍ମପ୍ରଧାନ ଦେଶର କୃଷିଜାତ ପ୍ରଧାନ ଖାଦ୍ୟ ଶସ୍ୟ —୧. Paddy; unhusked rice; Oryza Sativa.

[ଦ୍ରଷ୍ଟବ୍ୟ —ଧାନ ଭାରତବର୍ଷରେ ବୈଦିକ ଯୁଗରୁ ଖାଦ୍ୟ ଶସ୍ୟ ରୂପେ ଚଳୁଅଛି ଭାରତବର୍ଷ, ବ୍ରହ୍ମଦେଶ, ଚୀନ, ଯାପନ, ଅଷ୍ଟ୍ରେଲିଆ, ଆମେରିକା, ଇଟାଲି, ସ୍ପେନ୍ ଆଦି ଦେଶର ଗ୍ରୀଷ୍ମପ୍ରଧାନ ଅଞ୍ଚଳ— ମାନଙ୍କରେ ଏହାର କୃଷି ହୁଏ ଧାନ ଫସଲ ପାଇଁ ବର୍ଷା ବା ସେଚନ ପ୍ରକ୍ରିୟାଦ୍ୱାରା ଜଳ ବିଶେଷ ଦରକାର ଉପଯୁକ୍ତ ସମୟରେ ପାଣି ନ ପାଇଲେ ଧାନ ଗଛ ମରିଯାଏ ଧାନରୁ ଯେଉଁ ଚାଉଳ ବାହାରେ

ତାହା ସରୁ ଓ ମୋଟା ଏବଂ ଧଳା ଓ ନାଲି ଭେଦରେ ଦୁଇ ଦୁଇ ପ୍ରକାରର ଧାନର ବର୍ଣ୍ଣ ସାଧାରଣତଃ ଈଷତ୍ ହଳଦିଆ, କିନ୍ତୁ କେତେକ ଧାନର ବର୍ଣ୍ଣ ନାଲିଆ, କଳା, ଗାଢ଼ ହଳଦିଆ ଓ ମାଟିଆ ହୁଏ ଧାନ ଗଛର ମୂଳ ଅଂଶ ଛଣ ବା ନଡ଼ା ହୁଏ ବାଉଁଶ ଗଛ ମଧ୍ୟ ଧାନ ଜାତୀୟ ଗଛ ବାଉଁଶ ଗଛରେ ବହୁ ବର୍ଷ ପରେ ଫୁଲ ଫୁଟି ସେଥଇରୁ ଧାନ ପରି ଏକ ପ୍ରକାର ଶସ୍ୟ ବାହାରେ ଧାନକୁ ଢିଙ୍କିରେ ବା ଉଦୂଖଳ ମୃଷଳରେ ବା କଳଦ୍ୱାରା କୁଟି ଧାନରୁ ଚାଉଳ ବାହାର କରାଯାଏ ସେ ଚାଉଳକୁ ସିଦ୍ଧ କରି ଅନ୍ନରୂପେ ଲୋକେ ଖାଆନ୍ତି; ଚାଉଳକୁ ପାଣି ଓ ଦୁଧରେ ସିଝାଇ ଖିରୀ କରି ଖାଆନ୍ତି ଓ ଚାଉଳକୁ ବାଟି ବା ଚୂନା କରି ତହିଁରେ ପିଠା ତିଆରି କରି ଖାଆନ୍ତି ଧାନକୁ ଖରାରେ ଶୁଖାଇ କୁଟିଲେ ତହିଁରୁ ଅରୁଆ ଚାଉଳ ହୁଏ ଧାନକୁ ଈଷତ୍ ସିଦ୍ଧ କରି ଶୁଖାଇ କୁଟିଲେ ସେଥିରୁ ଉସୁନା ଚାଉଳ ହୁଏ ଧାନକୁ ସିଝାଇ ଓ ସଢ଼ାଇ ସେଥିରୁ ଏକପ୍ରକାର ମଦ୍ୟ (ଅରଖି) ତିଆରି କରାଯାଏ ସାଧାରଣତଃ ଗରିବ ଲୋକମାନେ ମୋଟ ଧାନର ଚାଉଳର ଭାତ ଖାଆନ୍ତି ଓ ବଡ଼ଲୋକ— ମାନେ ସରୁ ଚାଉଳର ଭାତ ଖାଆନ୍ତି 

ଏ ଦେଶରେ ୩ ପ୍ରକାର ଧାନ ଫସଲ ଧାନ ଫସଲ ହୁଏ:—କିଆଳ ଶାରଦ, ଓ ଦାଳୁଅ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଧାନର ନାମ ଭିନ୍ନ ଭିନ୍ନା କିଆଳି ବା ଆଶୁ—ଏହା ବର୍ଷାଦିନରେ ପାଚେ ଷାଠିକା, ବୋଦଡ଼ା, ପଟିଆ କାହୁଁ ଅଇଲା, ପରଙ୍ଗା ଓ ନୂଆଗଡ଼, କାବୁଲୀ ଆଦି ଧାନ ଏହି ଶ୍ରେଣୀର ଅନ୍ତର୍ଗତ

ଶାରଦା—ଏହାକୁ ମଧ୍ୟ ହୈମନ୍ତିକ ବା ଶାଳି କୁହାଯାଏ ଉଚ୍ଚ ଜମିରେ ହେବା ଶାରଦ ଧଆନକୁ ଲଘୁଧାନ ଓ ନୀଚ ଜମିରେ ହେବା ଧାନକୁ ମୋଟ ବା ବଡ଼ ଧାନ ବୋଲାଯାଏ ଏହା ଶୀତଦିନରେ ପାଚେ

ସରୁ ଶରଦ ଧାନର ଭିନ୍ନ ଭିନ୍ନ ନାମ—ଦଅଣାଗୁଣ୍ଡି, ଗୋପାଳଭୋଗ, ବାସବତୀ, ହଳଦୀଗୁଣ୍ଡୀ, ବହୁବାଙ୍କୀ, ରାମଚନ୍ଦ୍ର ଭୋଗ, ପଲାଶଫୁଲ, ଗୁଆପେଣ୍ଡୀ, ବଉଳଫୁଲ, ନଡ଼ିଆଫୁଲ, ନାଲିଟୁକୁରୀ, ନରସିଂହଭୋଗ, ବିରିବୋତି, ତୁଳସୀଫୁଲ, ପିମ୍ପୁଡ଼ିବାସ, କଳାଜୀରୀ, ରାଇଶିରୀ, ଲାଙ୍ଗୁଡ଼ା, କେଦାରଗୁଣ୍ଡି, ଖସାଗୁଣ୍ଡି, ସୁନାଖିଲା ଓ ସୂବର୍ଣ୍ଣକେତକୀ, (ବାଲେଶ୍ୱରରେ) ଅଶିଣା, ଗଗୁଆଦୁଲେଇ ଇତ୍ୟାଦି

ମୋଟ ଶାରଦ ଧାନର ଭିନ୍ନ ଭିନ୍ନ ନାମ—କଖାରୁଆ, ବାଙ୍କୋଇ, ଛୋଟଚମ୍ପା, କୋଇଲି, କଦଳିଆ ଚମ୍ପା, ରଙ୍ଗେଇଷିଣା, ନଦିଆ, ପାଣିକଜଳ, ବୋଇତାଳ ପଖିଆ, ସରଗଡ଼ା, ବଙ୍ଗୀ, ବଳଭଦ୍ର ପଖିଆ, ହାତିପଞ୍ଜରା, ରାବଣା, ବଉଳା, ହୁଣ୍ଡା, ହରିଶଙ୍କର, କୋଇଲିବାଇ, ବାଉଁଶମୂଳୀ, ହଳଦିଆମୁଗୁରା, ଧଳାପକ୍ଷିଆ, କଳପକ୍ଷିଆ, କୁକୁଡ଼ା ଜଟ, ସଅଁରା

ଦା(ଡା)ଳୁଅ—ଏହା ଗ୍ରୀଷ୍ମକାଳରେ ଜଳା ଭୂମି ବା ପାଟରେ ଆବାଦ ହୁଏ ଏହା ପିଆ ଓ କାସୁଣ୍ଡା ଏହି ଦୁଇ ଶ୍ରେଣୀରେ ଅନ୍ତର୍ଗତ ଉକ୍ତ ୩ ଶ୍ରେଣୀର ଧାନ ବ୍ୟତୀତ ଆଉ ଏକ ଜାତୀୟ ଅଯତ୍ନପ୍ରସ୍ତୁତ ଧନ୍ୟ କ୍ଷେତ୍ରରେ ଓ ପାଣିନିକଟରେ ମନକୁ ହେବାର ଦେଖାଯାଏ ଏହାକୁ ବାଳୁଙ୍ଗା କୁହାଯାଏ (ବାଳୁଙ୍ଗା ତଳେ ନୋଟ୍ ଦେଖ)]

୨. ଏକ ରତିର ଚତୁର୍ଥାଂ;ଶ; ଏକ ଧାନ ଓଜନ — ୨. Weight of one grain.

ଜ୍ୟୋତି କେତେ ବିନା କେତେକ ଧାନ ଏହା କହିବା ହେଉ ଜନାର୍ଦ୍ଦନ—ପ୍ରାଚୀ. ପରଚେଗୀତା

୩. ଅତି ଅଳ୍ପ ପରିମାଣ — ୩. A little quantity.
୪. ବାଉଁଶ ଗଛରେ ଜନ୍ମିବା ଧାନ ପରି ଶସ୍ୟ — ୪. Paddy from bomboo trees.