ଧୁତରାଷ୍ଟ୍ର

ଉଇକିଅଭିଧାନ‌ରୁ

ଧୁତରାଷ୍ଟ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ଧୃତ=ଗୃହୀତ+ରାଷ୍ଟ୍ର=ରାଜ୍ୟ)[ସମ୍ପାଦନା]

୧. କୁରୁବଂଶୀୟ ଜନ୍ମାନ୍ଧ ରାଜା; ବିଚିତ୍ରବୀର୍ଯ୍ୟ ରାଜଙ୍କ ବିଧବା ସ୍ତ୍ରୀ ଅମ୍ୱିକାଙ୍କ ଗର୍ଭରୁ ବ୍ୟାସଦେବଙ୍କ ଔରସ ସନ୍ତାନ; ଦୁର୍ଯ୍ୟୋଧନଙ୍କ ପିତା —୧. Name of the king of the Kurus who was born blind.

[ ଦ୍ର—ସତ୍ୟବତୀ ବା ମତ୍ସ୍ୟଗନ୍ଧାଙ୍କ ଗର୍ଭରୁ ଉତ୍ପନ ପୁରୁବଂଶୀୟ ରାଜା ଶାନ୍ତନୁଙ୍କର ଏକ ପୁତ୍ର ବିଚିତ୍ରବୀର୍ଯ୍ୟ ଅପୁତ୍ରକ ଅବସ୍ଥାରେ ମୃତ ହେବାରୁ ସତ୍ୟବତୀଙ୍କ ଆଦେଶ ଅନୁସାରେ ବିଚିତ୍ରବୀର୍ଯ୍ୟଙ୍କର ଦୁଇ ସ୍ତ୍ରୀ ମଧ୍ୟରୁ ଜ୍ୟେଷ୍ଠା ଅମ୍ୱିକାଙ୍କ ଗର୍ଭରେ ସତ୍ୟବତୀଙ୍କର କାନୀନ ପୁତ୍ର ବେଦବ୍ୟାସ ଧୃତରାଷ୍ଟ୍ରାଙ୍କୁ ନିୟୋଗ ବିଧାନ ଅନୁସାରେ ଉତ୍ପାଦନ କଲେ ଓ ଅମ୍ୱାଳିକାଙ୍କ ଗର୍ଭରେ ପାଣ୍ଡାଙ୍କ ଉତ୍ପାଦନ କଲେ ବେଦ— ବ୍ୟାସଙ୍କ କୃଷ୍ଣବର୍ଣ୍ଣ ଶରୀର ଓ ଜଟାଜୁଟ ଦେଖି ସଙ୍ଗମ ସମୟରେ ଅମ୍ୱିକା ଆଖି ବୁଜି ଦେବାରୁ ଧୃତରାଷ୍ଟ୍ର ଜନ୍ମାନ୍ଧ ହେଲେ ଧୃତରାଷ୍ଟ୍ର ବଡ଼ ଭାଇ ଥାଇଁ ସୁଦ୍ଧା ଜନ୍ମାନ୍ଧ ଥିବାରୁ ତାଙ୍କ ସାନ ଭାଇ ପାଣ୍ଡୁ ରାଜା ହେଲେ ଧୃତରାଷ୍ଟ୍ର ଗାନ୍ଧାର ଦେଶର ରାଜକନ୍ୟା ଗାନ୍ଧାରୀଙ୍କୁ ବିବାହ କଲେ, ସ୍ୱାମୀ ଜନ୍ମାନ୍ଧ ଥିବାରୁ ଗାନ୍ଧୀରୀ ଆମରଣ ଆଖିରେ ଅନ୍ଧପୋଟଳୀ ବାନ୍ଧିଲେ ଗାନ୍ଧାରୀଙ୍କ ଗର୍ଭରେ ଧୃତରାଷ୍ଟ୍ରଙ୍କର ଦୁର୍ଯ୍ୟୋଧନାଦି ଶତପୁତ୍ର ଜାତ ହେଲେ ପାଣ୍ଡୁଙ୍କ ଅନ୍ତେ ପାଣ୍ଡୁପୁତ୍ର ଯୁଧିଷ୍ଠିର ଆଦି ରାଜ୍ୟ ପାଇବାରୁ ଦୁର୍ଯ୍ୟୋଧନ ସ୍ୱୀୟ ପିତା ଧୃତରାଷ୍ଟ୍ରଙ୍କ ଜ୍ୟେଷ୍ଠତ୍ୱ ଦାବୀରେ ପାଣ୍ଡବମାନଙ୍କଠାରୁ ରାଜ୍ୟ ଦାବି କଲେ ଓ ଏଥିରୁ କୁରୁକ୍ଷେତ୍ର ଯୁଦ୍ଧ ରୂପ ତୁମୂଳ କାଣ୍ଡ ଘଟିଲା କୁରୁକ୍ଷେତ୍ର ଯୁଦ୍ଧ ପରେ ଦୁର୍ଯ୍ୟୋଧନାଦି ପାଣ୍ଡବମାନଙ୍କଦ୍ୱାରା ନିହତ ହେବାର ଜାଣି ଧୃତରାଷ୍ଟ୍ର ମନରେ କୁହୁଳୁଥିବା ପ୍ରତିହିଂସା ଚରିତାର୍ଥ କରିବାକୁ ଭୀମଙ୍କୁ ଆଲିଙ୍ଗନ କରିବାକୁ ଇଚ୍ଛା ପ୍ରକାଶ କଲେ, କିନ୍ତୁ ଶ୍ରୀକୃଷ୍ଣ ତାଙ୍କ ଅଭିସନ୍ଧ ଜାଣି ପାରି ଭୀମଙ୍କର ଗୋଟିଏ ଲୌହ ମୂର୍ତ୍ତି ଗଢ଼ାଇ ଜନ୍ମାନ୍ଧ ରାଜାଙ୍କ ନିକଟରେ ପହଞ୍ଚାଇଲେ ଉକ୍ତ ଲୌହ ଭୀମକୁ ଧୃତରାଷ୍ଟ୍ର ଏପରି ଦୃଢ଼ ରୂପେ ଆଲିଙ୍ଗନ କଲେ ଯେ ତାହା ଚୂର୍ଣ୍ଣ ହୋଇଗଲା ତତ୍ପରେ ଯୁଧିଷ୍ଠିର ଗାନ୍ଧାରୀଙ୍କ ସହିତ ହିମାଳୟକୁ ଗଲେ ଓ କେତେକ ବର୍ଷ ପରେ ସେଠାରେ ପଞ୍ଚତ୍ୱ ପ୍ରାପ୍ତ ହେଲେ

ଧୃତରାଷ୍ଟ୍ରଙ୍କ ଶତପୁତ୍ରଙ୍କ ନାମ— ଦୁର୍ଯ୍ୟୋଧନ, ଦୁର୍ମୁଖ, କର୍ଣ୍ଣ, ଦୁଃଶାସନ, ଦୁଃଶଳ, ଦୁଃସହ, ଯେ ଦୁର୍ଜୟ, ବିକର୍ଣ୍ଣ ବିବିଂଶତି, ଜଳସନ୍ଧ, ସୁଲୋଚନ, ବିନ୍ଦ, ଅନୁବିନ୍ଦ, ଯେ ଦୁର୍ଦ୍ଧର୍ଷ, ଦୁଷ୍କର୍ଣ୍ଣ ଚିତ୍ର, ଉପଚିତ୍ର, ସୁବାହୁ, ଦୁର୍ମର୍ଷଣ, ଚିତ୍ରାକ୍ଷ, ଚିତ୍ରାଙ୍ଗଦ, ଦୁଷ୍ପ୍ରଧରଷଣ ଚାରୁ, ସମ, ବିବିତ୍ସୁ, ବିକଟ, ଦୁର୍ମଦ, ଦୁଷ୍କ,ହର୍ଷ, ସୁନାଭ, ନନ୍ଦ, ଉପନନ୍ଦ

ଉର୍ଣ୍ଣନାଭ, ସେନାପତି, କୁଣ୍ଡୋଦର, ସୁଷେଣ, ବଳାକୀ, ସୁବର୍ମା, ମହୋଦର ସୁକୁଣ୍ଡଳ, ଚିତ୍ରବର୍ମା, ଯେ ଚିତ୍ରବାହୁ, ଭୀମବେଗ, ତ ଭୀମବଳ, ଭୀମବାହୁ ବଳବରଧନ, କୁଣ୍ଡାଶୀ, ଉଗ୍ରାୟୁଧ, ବିରାବୀ, ଦୃଢ଼ବର୍ମା, ତହୁଁ ଜରାସନ୍ଧ କନକାୟୁଃ, ଦୃଢ଼କ୍ଷେତ୍ର, ଯେ ପଣ୍ଡିତକ, ଉଗ୍ରଶ୍ରବା, ଉଗ୍ରସେନ, ସହସ୍ରବାକ ଅପରାଜିତ, ସୋମକୀର୍ତ୍ତି, ସତ୍ୟସନ୍ଧ, ସେନାନୀ, ବିଶାଳକ୍ଷ, ପୁଣି ଦୃଢ଼ସନ୍ଦ ଅନୂବର, ଦୁର୍ମୁଖ, ତହୁଁ ଦୃଢ଼ହସ୍ତ ବାତବେଗ, ସୁବର୍ଚ୍ଚା, କବଚୀ, ସୁହସ୍ତ ନିଷଙ୍ଗୀ. ଯେ ଆଦିତ୍ୟକେତୁ, ଦଣ୍ଡଧର, ବହ୍ୱାଶୀ, ପାଶୀ, ନାଗଦତ୍ତ, ଦୁରାଧର ଅଗ୍ରଯାୟୀ, ଉଗ୍ର, ଭୀମରଥ, ବୀରବାହୁ, ଅଲୋଲୁପ, ଅଭୟ, ପୁଣି ଦୀଘବାହୁ ଦୀର୍ଘନେତ୍ର, ଦୃଢ଼ରଥ; ଯେ ଭୀମଶର, ଅନାଧୃଷା, ବୀରଜ, କୁଣ୍ଡଭେଦୀ, ବୀର ଚିତ୍ରଚାପ, ଦୁଷ୍ପରାଜୟ, ଅୟୋବାହୁ, ଦୃଢ଼ାୟୁଧ, ଦୁର୍ବିଲୋଚନ, ମହାବାହୁ ଧନୁଗ୍ରହ, ଯେ ଚ୍ୟତୋରୁ, କନକଧ୍ୱଜ, ରୌଦ୍ରକର୍ମା ମିଶିଣ ଏ ଶତ ଆତ୍ମଜ କୃଷ୍ଣସିଂହ ମହାଭାରତ. ଆଦି ] 

୨. ନାଗବିଶେଷ —୨. Name of a mythological serpent.
୩. କୃଷ୍ଣବର୍ଣ୍ଣ ଚଞ୍ଚୁ ଓ ପଦବିଶିଷ୍ଟ ହଂସବିଶେଷ; ଗେଡ଼ୀ ହଂସ — ୩. Gander with black legs and bill.
୪. ଜନମେଜୟ ରାଜାଙ୍କର ଏକପୁତ୍ର — ୪. Name of a son of king Janamejaya.
୫. ଉତ୍ତମ ରାଜା —୫. A good king (Apte).
୬. ଉତ୍ତମ ରାଜାଙ୍କଦ୍ୱାରା ସୁଶାସିତ ରାଜ୍ୟ —୬. A country ruled by a good king (Apte).