ଧୂମକେତୁ

ଉଇକିଅଭିଧାନ‌ରୁ

ଧୂମକେତୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧୂମ+କେତୁ=ଧ୍ୱଜ)[ସମ୍ପାଦନା]

୧. ନକ୍ଷତ୍ର ଗଞ୍ଜା; ଲଞ୍ଜାତାରା; ପୁଚ୍ଛଯୁକ୍ତ ତାରା — ୧. Comet.

[ଦ୍ରଷ୍ଟବ୍ୟ —ଧୂମକେତୁ ଦେଖାଗଲେ ଦେଶରେ ଆଶୁ ଉପଦ୍ରବ ଘଟିବାର ଆଶଙ୍କା କରାଯାଏ ]

୨. କେତୁଗ୍ରହ — ୨. Ketu; the desending node.
୩. ଶିବ; ମହାଦେବ —୩. God Ṡiba.
୪. ପୁଚ୍ଛରେ ଥିବା ଭଁଉରି ଥିବା ଘୋଡ଼ା (ଏ ଘୋଡ଼ା ଅମଙ୍ଗଳ ସୂଚକ) —୪. A horse with a whorl on the tail.
୫. (ନାମ) ରାବଣର ସେନାର ଏକ ରାକ୍ଷସ — ୫. Name of a soldier of Rābaṇa.
୬. କୁଗ୍ରହ —୬. Evil star; malignant plant.
୭. ଅମଙ୍ଗଳସୂଚକ ଲକ୍ଷଣ —୭. Bad omen.
୮. (ଲକ୍ଷଣାର୍ଥ) କୁଳାଙ୍ଗାର —୮. (figurative) The dreg or unworthy scion of a family
୯. ଅଗ୍ନି —୯. Fire.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଧୂମକେତୁ ସ୍ୱରୂପ ଅମଙ୍ଗଳକର; ବିନାଶସୂଚକ — ୧. Ominious; portending disaster (like a comet); destructive.

[ ଦ୍ର—ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—କ୍ଷତ୍ରିୟକୁଳ ଧୂମକେତୁ=ପର୍ଶୁରାମ ]

୨. ଧୂମକେତୁ ପରି ରକ୍ତ ବର୍ଣ୍ଣ — ୨. Reddish like a comet.