Jump to content

ଧୋବା

ଉଇକିଅଭିଧାନ‌ରୁ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଲୁଗା ସଫା କରିବା ସେବକ ନୀଚ ଶୁଦ୍ର ଜାତିବିଶେଷ; ରଜକ
  • ଅପର୍ତ୍ତିଆଣି ପିଲାଙ୍କୁ ଦିଆଯିବା ନାମବିଶେଷ
  • ଧୃବଚରଣର ଅନାଦରାର୍ଥକ ଡାକ ନାମଧୋବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଧୋବଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାବକ; ଏ ଲୁଗା ଧୋଇବା ବା ସଫା କରୁଥିବାରୁ)[ସମ୍ପାଦନା]

୧. ଲୁଗା ସଫା କରିବା ସେବକ ନୀଚ ଶୂଦ୍ର ଜାତିବିଶେଷ; ରଜକ —୧. Washerman.

[ ଦ୍ର—ସାଧାରଣତଃ ମଫସଲରେ ଧୋବାମାନେ ପ୍ରଥମେ ଖାରରେ ଲୁଗାକୁ ସିଝାଇ ତା ପରେ ତାହା କାଚି ସଫା କରନ୍ତି ଲୁଗାକୁ ସାମାନ୍ୟ ପରିମାଣରେ କାଚି ସଫା କଲେ ତାକୁ ସଜ ଧୋବ ଓ ଉତ୍ତମ ରୂପେ ସଫା କରି ଇସ୍ତ୍ରୀ ଆଦି କଲେ ତାକୁ ବାସିଧୋବ ବୋଲାଯାଏ ଏବେ ଧୋବା ମାନେ ଲୁଗା ବାସିଧୋବ କରିବା ପାଇଁ ଇସ୍ତ୍ରୀ, ଖଳି ଓ ସାବୁନ ଆଦି ବ୍ୟବହାର କଲେଣି ଆଗେ ଧୋବା ମାନେ ଲୁଗାକୁ କେବଳ ଧୋବ କରୁନ ଥିଲେ, ମାତ୍ର ରଙ୍ଗ (ରଞ୍ଜନ) (ବିଶେଷତଃ ନୀଳ ରଙ୍ଗ) କରୁଥିଲେ ଏଣୁ ସେମାନଙ୍କୁ ରୋଜକ ବୋଲାଯାଏ ପ୍ରାୟ ୨ବର୍ଷ ତଳେ ମଫସଲରେ ଧୋବା ମାନେ ଲୁଗାକୁ କାଚି ତାକୁ ନେଳି ରଙ୍ଗଦ୍ୱାରା ରଞ୍ଜିତ କରୁଥିଲେ

ପ୍ରତ୍ୟେକ ଗ୍ରାମରେ ନିର୍ଦ୍ଦିଷ୍ଟ ଧୋବା ଥାଆନ୍ତି ସୋମାନେ ଗ୍ରାମ ସେବା ପାଇଁ ଗ୍ରାମର ସାଧାରଣ ସମ୍ପତ୍ତିରୁ ଯାଗିରି ପାଇଥାଆନ୍ତି ଓ ସେମାନଙ୍କ ପାଇଁ ପ୍ରତି ଗୃହସ୍ଥଙ୍କ ଠାରୁ ବାର୍ଷିକ 'ବର୍ତ୍ତନ'ର ମଧ୍ୟ ବ୍ୟବସ୍ଥା ଥାଏ ଲୁଗା କାଚିବା ଛଡ଼ା ଗ୍ରାମର କୌଣସି ବ୍ୟକ୍ତି ମରିଗଲେ ଶବଦାହ ପାଇଁ କାଠ ହାଣିବା ଓ ଶ୍ମଶାନରେ କାଠ ପହଁଞ୍ଚାଇବା ମଧ୍ୟ ଏମାନଙ୍କର କାର୍ଯ୍ୟ ଗ୍ରାମବାସୀମାନଙ୍କର ନିମିତ୍ତ୍ୟ ପର୍ବରେ ଏମାନେ କାଠ ଚିରନ୍ତି ଓଡ଼ିଶାରେ ଲୁଗା କାଚିବା ଓ କାଠ ଚିରିବା

ଏ ଦୁଇଟି ଧୋବାଙ୍କର ମୁଖ୍ୟ କର୍ମ ସ୍ଥାନେ ସ୍ଥାନେ ଠାକୁରାଣୀଙ୍କ—ଠାରେ ଏମାନେ ବୋଦା ହାଣନ୍ତି ଦାକ୍ଷିଣତ୍ୟରେ ଏମାନେ ସବାରି ମଧ୍ୟ ବୁହନ୍ତି ଧୋବାମାନେ ମଦ୍ୟପାନ କରିନ୍ତି କିନ୍ତୁ ଗୋମାଂସ ଭକ୍ଷଣ କରନ୍ତିନାହିଁ ହିନ୍ଦୁ ସମାଜରେ ଏମାନେ ଆସ୍ପୃଶ୍ୟ ନୀଚ ଜାତି ମଧ୍ୟରେ ଗଣ୍ୟ] 

୨. ଅପର୍ତ୍ତିଆଣୀ ପିଲାଙ୍କୁ ଦିଆଯିବା ନାମବିଶେଷ — ୨. Name given to Aparttiāṇī male children.

ଧୋବା ମଳିକ; ସଙ୍ଖାଳି କରିଛି ହଳିକ—ଢଗ

୩. ଧୃବଚରଣର ଅନାଦରାର୍ଥକ ଡାକ ନାମ — ୩. A name for calling Dhṛubacharaṇa