ନଜର

ଉଇକିଅଭିଧାନ‌ରୁ

ନଜର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ନଜର୍)[ସମ୍ପାଦନା]

୧. ଦୃଷ୍ଟି; ନିଘା — ୧. View.

ଦଳଧିର ପଙ୍କ କି ଅବା କଳଙ୍କ ଖଣ୍ଡେ ଶିରି କରି ଫୁଲେ ନାହିଁକି ନଜର କବିସୂର୍ଯ୍ୟ. ସଙ୍ଗୀତ

୨. ତୀକ୍ଷ୍ଣ ଦୃଷ୍ଟି —୨. A sharp look-out.
୩. ଦର୍ଶନ —୩. Sight; vision.
୪. ଖାତିରି —୪. Care; regard.
୫. ଖିଆଲ; ମନୋଯୋଗ= —୫. Attention.
୬. ଧ୍ୟାନ; ଜ୍ଞାନ —୬. Notice.
୭. ଅନ୍ୟ ପାଇଁ ଅଭିପ୍ରେତ ଖାଦ୍ୟ ବା ସୁକୁମାର ଶିଶୁଙ୍କ ଉପରେ ଡାହାଣା ଓ ଡାହାଣୀଙ୍କର ପଡିବା ପାପଦୃଷ୍ଟି ବା ଲୋଲୁପ ଦୃଷ୍ଟି, ଯହିଁର ଫଳରେ ଖାଦ୍ୟଦ୍ରବ୍ୟ ଦୂଷିତ ଓ ଅଖାଦ୍ୟ ହୋଇଯାଏ ଓ ଶିଶୁଙ୍କର ରୋଗ ହୁଏ (ଦୃଷ୍ଟି— ତଳେ ନୋଟ ଦେଖ) —୭. Casting of evil, sinful or greedy eye on food intended by others and on infants by wizards and witches (see notes under Dṛushṭi).
୮. ଦର୍ଶନୀ; ରାଜାଆଦିଙ୍କୁ ଦର୍ଶନ କରିବା ବ୍ୟକ୍ତି ପ୍ରଥମେ ସମ୍ମାନ ସ୍ୱରୂପ ଯେଉଁ ମୁଦ୍ରା ବା ଧନ ଭେଟି ଦିଅନ୍ତି; ନଜରାନା; ଉପଢୌକନ; ଭେଟୀ — ୮. A present; nuzzer.

ଛାମୁନଜଲ ମଣିମୟ ମଣ୍ଡନ ଶ୍ରେଣୀ ବୁଣିଦେଲୁ ପୁଣି ମୃଗଦୃଶାରେ କବିସୂର୍ଯ୍ୟ. ସଂଙ୍ଗୀତ

[ଦ୍ରଷ୍ଟବ୍ୟ —ସମ୍ମାନ ଦେଖାଇବା ପାଇଁ ବା ଅଧୀନତା ସ୍ୱୀକାରର ନିଦର୍ଶନ ସ୍ୱରୂପ ଦର୍ଶକ ତାହାଙ୍କଠାରୁ ଉଚ୍ଚତର ପଦଧାରୀ ବ୍ୟକ୍ତିଙ୍କୁ ଦର୍ଶନ କରିବା ବେଳେ ଟଙ୍କା ବା ମଉଡ଼ ତାଙ୍କ ଆଗରେ ଥୁଅନ୍ତି ବେଳେ ବେଳେ ଉଚ୍ଚପଦଧାରୀ ବ୍ୟକ୍ତି ତାହାକୁ କେବଳ ସ୍ପର୍ଶ କରି ଭେଟିବା ବ୍ୟକ୍ତିଙ୍କୁ ଫେରାଇ ଦିଅନ୍ତି, କେତେବେଳେ ବା ତାହା ଗ୍ରହଣ ବା ଆତ୍ମସାତ୍ କରନ୍ତି

ଏହି ନଗଦ ଭେଟି ଅର୍ଥରେ ଏହି ଶବ୍ଦ ଇଂରାଜୀ ଭାଷାରେ ମଧ୍ୟ ଚଳିଲାଣି ]

୯. ସମ୍ରାଟ ବା ସମ୍ରାଟଙ୍କ ପ୍ରତିନିଧିଙ୍କୁ ଅଧୀନ ବା କରଦ ରାଜାମାନେ ଯେଉଁ ନିର୍ଦ୍ଦିଷ୍ଟ ଧନ ବା ସ୍ୱର୍ଣ୍ଣମୁଦ୍ରା ଦରବାର ବା ଭେଟ ଉପଲକ୍ଷେ ଭେଟ ଦିଅନ୍ତି —୯. A fixed sum of money or gold coins which is presented to the Emperor or his representative by a feudatory or tributary Chief on the occasion of a Durbar or formal interview.