Jump to content

ନଡ଼ିଆ

ଉଇକିଅଭିଧାନ‌ରୁ

ନଡ଼ିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାଡ଼ିବେଳ)

[ସମ୍ପାଦନା]

ନାରିକେଳ ଗଛ ଓ ଫଳ — Cocoanut (tree and fruit;)Cocus Nucifera.

[ଦ୍ରଷ୍ଟବ୍ୟ — ଡ଼େଙ୍ଗ ଗଛରୁ ଯେଉ ଶୁଖିଲା ନଡ଼ିଆ ମନକୁ ଝଡ଼ିପଡ଼େ ତାକୁ ଦିନାକେତେ ଘରେ ରଖିଲେ ସେଥିରୁ ଗଜା ବାହାରେ ସେ ଗଜାନଡ଼ିଆକୁ ଛୋରା ବୋଲାଯାଏ ସେହି ଛୋରା ଭୂମିରେ ପୋତା ହେଲେ ତାର ଗଜା ବଡ଼ ହୁଏ ତାହାକୁ ନଡ଼ିଆ ତାଡ଼ ବୋଲାଯାଏ ନଡିଆ ତାଡ଼କୁ ୨\୩: ଥର ସ୍ଥାନାନ୍ତରିତ କରିବା ପରେ (ଦି— ତାଡ଼ି, ତିତାଡ଼ି ଚାରା) ଶେଷରେ ତାକୁ ବଗିଚା ଆଦିରେ ଦେଢ଼ ହାତ ଦୁଇ ହାତ ଘଭୀର ଗାତ ଖୋଳି ପୋତିବାକୁ ହୁଏ ୯ ହାତ ଛଡ଼ାରେ ଗଛ ଲଗାଇବା ଆବଶ୍ୟକ ତାଡ଼ ପୋତା ହେବାର ୫ ବର୍ଷ ଠାରୁ ୧ ବର୍ଷ ମଧ୍ୟରେ ପ୍ରଥମ ଫଳ ଫଳେ ସମୁଦ୍ର ଉପକୂଳସ୍ଥ ପ୍ରଦେଶରେ ନଡ଼ିଆ ଗଛ ଉତ୍ତମ ରୂପେ ବଢ଼େ ଏବଂ ତାହାର ଫଳ ସଂଖ୍ୟା ମଧ୍ୟ ଅପେକ୍ଷାକୃତ ଅଧିକ ହୁଏ ପାର୍ବତ୍ୟ ପ୍ରଦେଶରେ ଏ ଗଛ ଉଧାଏ ନାହିଁ ଗ୍ରୀଷ୍ଣ ମଣ୍ଡଳ; ଭାରତର ଉପକୂଳ ପ୍ରଦେଶ ମାନ (ବଙ୍ଗ, ଉତ୍କଳ ଓ ପୂର୍ବ ଉପକୂଳ) ଓ ପ୍ରଶାନ୍ତ ମହାସାଗର ଦ୍ୱୀପପୁଞ୍ଜରେ ଖୁବ୍ ନଡ଼ିଆ ହୁଏ ଲଙ୍କା ଦ୍ୱୀପର ନଡ଼ିଆ ଆମ ଦେଶରେ ନଡ଼ିଆ ଅପେକ୍ଷା ବଡ଼ ନଡ଼ିଆ ଫଳ ବର୍ଣ୍ଣଭେଦରେ ୩ ପ୍ରକାର ଯଥା—ସାଧାରଣ ବା ସବଜା ନଡ଼ିଆ, ନାଲି ବା ରଙ୍ଗ ନଡ଼ିଆ ଓ ହଳଦିଆ ନଡ଼ିଆ ନଡ଼ିଆ ଫଳ ପଇଡ଼ ଅବସ୍ଥାରେ ଥିଲା ବେଳେ ଲମ୍ୱଆଂଶିଆ ବୃତ୍ତାକାର ଥାଏ, କିନ୍ତୁ କ୍ରମଶଃ ନଡ଼ିଆ ପରିପକ୍ୱ ହେବା ସଙ୍ଗେ ଫଳ ତିନି ପହଲିଆ ବା ତ୍ରିକୋଣ ହୁଏ]

ନଡ଼ିଆ ଗଛର ପ୍ରତ୍ୟେକ ଏଂଶ ଆମ୍ଭମାନଙ୍କର ଉପକାରରେ ଲାଗେ ନଡ଼ିଆ ଫଳ ସୁଖାଦ୍ୟ ପଇଡ଼ ବା ଅପକ୍ୱ ନଡ଼ିଆର ପାଣି ଉତ୍ତମ ପାନୀୟ ରୂପେ ସର୍ବତ୍ର ଆଦୃତ ହୁଏ ଶୁଖିଲା ନଡ଼ିଆର ଶସକୁ ପେଡ଼ିଲେ ବ ରାନ୍ଧିଲେ ତହିଁରୁ ତେଲ ବାହାରେ ନଡ଼ିଆ ଭିତରୁ ଯେଉଁ ଶସ ବାହାରେ ତାକୁ କୋରି ସେଥିରେ ଚିନି ଆଦି ମିଶାଇ ପିଠା ଆଦିର ପୁର ଓ କୋରା (ଲଡ଼ୁ) କରାଯାଏ ଉକ୍ତ ଶସରୁ

ରସ ଚିପୁଡ଼ି ସେ ରସକୁ ନିଆଁରେ ନର୍ଜଳ କଲେ ନଡ଼ିଆ ଘିଅ ବାହାରେ ଏହି ଘିଅ ଓ ତେଲ ଦେହରେ ଲଗାଇବା ଓ ପିଠା ଛାଣିବାରେ ବ୍ୟବହୃତ ହୁଏ ଫଳରେ ଆବରଣ ବା କଢ଼ା କାଢ଼ି ଦେଲେ ଯେଉଁ ଟାଣୁଆ ଗୋଳକ ବା ଷଢ଼େଇ ବାହାରେ ତହିଁରୁ ଅଣକ ଓ ନାନା ପ୍ରକାର ମସୃଣ ପାତ୍ର ପ୍ରସ୍ତୁତ ହୁଏ ବର୍ତ୍ତମାନ ଏତିରୁ ବୋତାମ ଚାହା ପିଆଲା ଆଦି ପ୍ରସ୍ତୁତ ହେଉଅଛି ନଡ଼ିଆ ଫଳର କତା ତଳେ ଥିବା ଗୋଲ ଷଢ଼େଇ ୩ଟି ଆଖି ଥାଏ ସେଥି ମଧ୍ୟରୁ ଗୋଟିକର ଉପର ଆବରଣ କୋମଳ ଏହି ଆବରଣକୁ ଛଡ଼ାଇ ଦେଇ ଛିଦ୍ର ବାଟେ ଶସକୁ କୋରି ବାହାର କରି ନଡ଼ିଆ ଫଳକୁ କୁମ୍ପା ବା ଦାନୀ କରାଯାଏ ନଡ଼ିଆ ଷଢ଼େଇକୁ ଦୁଇ ଫାଳ କରି ସେଥିରେ ବେଣ୍ଟ ଭରତି କରି ଅଣକ କରାଯାଏ ନଡ଼ିଆର ଉପର ତନ୍ତୁମୟ ଆବରଣ ବା କତାରୁ ଦଉଡ଼ି ହୁଏ ଏହି କତା ମଧଅ. ବାଡ଼ିଆ ହୋଇ ଗଦିରେ ତୁଳା ପରି ଭରତି କରାଯାଏ ନଡ଼ିଆ ପତ୍ର ବା ବରଡ଼ାରୁ ଖଡ଼ିକା ବାହାରେ ଓ ଏହି ଖଡ଼ିକାରେ ପହଁରା ମୁଠା, ଖଇଞ୍ଚି, ବାଉଁଶିଆ, ପରଦା ଆଦି ତିଆରି ହୁଏନଡ଼ିଆ ବରଡ଼ା (ପତ୍ର)ରେ ଆସନ (ଛାପା ବା ଚାଞ୍ଚ) ପ୍ରସ୍ତୁତ ହୁଏ ନଡ଼ିଆ ପତ୍ର ମଧ୍ୟ ଜାଳ ଓ ମସାଲ ରୂପେ ବ୍ୟବହୃତ ହୁଏ ନଡ଼ିଆ ଗଛର ଗଣ୍ଡିରୁ ଘରର ଶେଣୀ, ରୁଅ, ଉରା ଆଦି ଓ ପାଣି ବୋହିବା ଓ ଲଂଘା ମାରିବା ଲୋଧା ହୁଏ ମାନ୍ଦ୍ରାଜ ଅଞ୍ଚଶରେ ଲୋକେ ନଡ଼ିଆର ଖଣ୍ଡାକାର ସିପ ବା ଖୋସାର ଅଗ୍ର ଭାଗକୁ ଚଅଁର ବାହାରିବା ପୂର୍ବେ କାଟି ସେଥିରୁ ଯେଉଁ ରସ ବାହାର କରନ୍ତି ତାହା ତାଡ଼ି ହୁଏ ଓ ସେଥିରୁ ଗୁଡ଼ ମଧ୍ୟ ପ୍ରସ୍ତୁତ ହୁଏ 

ଶୁଭ କାର୍ଯ୍ୟରେ କଳସ ଉପରେ ନଡ଼ିଆ ରଖି ପୂଜା କରାଯାଏ ବ୍ରାହ୍ମମାନେ ରାଜା ଆଦିଙ୍କୁ ନଡ଼ିଆ ଭେଟି ଦିଅନ୍ତି ରାଜାମାନଙ୍କର ଅଭିଷେକ ଆଦି କାର୍ଯ୍ୟରେ ମଧ୍ୟ ଏହା ଲୋଡ଼ା ହୁଏ କସି ନଡ଼ିଆକୁ ଗୋଟମା, ଅର୍ଦ୍ଧପକ୍ୱ ନଡ଼ିଆକୁ ପଇଡ଼,ପୂର୍ଣ୍ଣ ପକ୍ୱ ନଡ଼ିଆକୁ ପାଣିଚି ନଡ଼ିଆ ଓ ନଡ଼ିଆକୁ କିଛି ଦିନ ରଖିଲେ ଭିତରୁ ପାଣି ଶୁଖଇ ଯାଇଥିବା ନଡ଼ିଆକୁ ଖୁରୁଡ଼ ବୋଲାଯାଏ ପଇଡ଼ର ପାଣି ସୁମଷ୍ଟି ଓ ଜୀର୍ଣ୍ଣକାରକ]