ନବମୀ

ଉଇକିଅଭିଧାନ‌ରୁ

ନବମୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନବମ+ସ୍ତ୍ରୀ. ଈ)[ସମ୍ପାଦନା]

ଅମାବାସ୍ୟା ବା ପୂର୍ଣ୍ଣମୀ ପରେ ନବମ ତିଥି, ଚନ୍ଦ୍ରଙ୍କ ନବମ କଳାର ହ୍ରାସବୃଦ୍ଧି—ଘଟିତ ତିଥି (କୃଷ୍ଣ ନବମୀ ଓ ଶୁକ୍ଳ ନବମୀ) —The ୯th day of the lunar fortnight.

[ଦ୍ରଷ୍ଟବ୍ୟ —ହିନ୍ଦୁଶାସ୍ତ୍ର ଅନୁସାରେ ଉତ୍କଳରେ ନିମ୍ନଲିଖିତ ନବମୀମାନ ଉତ୍ସବ ଦିବସ ବୋଲି ଗଣ୍ୟ—୧ ରାମନବମୀ—ଚୈତ୍ର ଶୁକ୍ଳ— ନବମୀ; ଏ ଦିନ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ଏବଂ ଦୁର୍ଗାଙ୍କର ମଧ୍ୟ ବାସନ୍ତିକ ନବମୀପୂଜା ହୁଏ ୨ ନନ୍ଦୋତ୍ସବ—ଭାଦ୍ର କୃଷ୍ଣନବମୀ; ଜନ୍ମାଷ୍ଟମୀର ପରଦିନ କୃତ ଉତ୍ସବ ୩ ମହାନବମୀ—ଆଶ୍ୱିନ ଶୁକ୍ଳନବମୀ; ଶାରଦୀୟା ଦୁର୍ଗାପୂଜାର ୩ୟ ବା ଶେଷ ଦିବସ ୪ ଅଅଁଳାନବମୀ ବା ଧାତ୍ରୀନବମୀ—କାର୍ତ୍ତିକ ଶୁକ୍ଳନବମୀ; ଜଗଦ୍ଧାତ୍ରୀପୂଜା ଓ ଦୁର୍ଗାନବମୀ ବ୍ରତ ୫ କାଞ୍ଜିଅଅଁଳାନବମୀ— ମାର୍ଗଶିର କୃଷ୍ଣ ନବମୀ