Jump to content

ନାଚିବା

ଉଇକିଅଭିଧାନ‌ରୁ

ନାଚିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ନଚା(ଚେ)ଇବା—ଣିଜନ୍ତରୂପ]

୧. ନୃତ୍ୟ କରିବା; ତାଳ ମାନ ଓ ବାଦ୍ୟ ଅନୁସାରେ ପଦକ୍ଷେପ କରିବା —୧. To dance.

ନାଚିଲେ ସଭା ମଧ୍ୟରେ ଉଭା ହୋଇ କୃଷ୍ଣସିଂହ. ମହାଭାରତ ବନ

୨. ଲମ୍ଫଝମ୍ପ କରିବା ୨. To caper about; to jump or frisk about.

କେତେ ଲୋକେ ସେ ସୈନ୍ୟେ ନାଚି ଭଞ୍ଜାଇଲେ କୃଷ୍ଣସିଂହ, ମହାଭାରତ ସଭା

୩. ରାଗରେ କମ୍ପିବା —୩. To shake with anger.
୪. ସ୍ପନ୍ଦିତ ହେବା —୪. To vibrate; to oscilate; to throb.

କ୍ଷଣକେ ନାଚି ଉଠିବ ଜୀବନ—ଶୋଣିତ ମଧୁସୂଦନ. ଉତ୍କଳ ଗାଥା

୫. (ଲକ୍ଷଣାର୍ଥ) ସର୍ବଦା କଳ୍ପନା ଚକ୍ଷୁ ଆଗରେ ଉପସ୍ଥିତ ହେବା —୫. (figurative) To constantly appear before a person's fancy; to dance before the mind's eye.

(ଯଥା— ଜଗବନ୍ଧୁ ମୋତେ ଛାଡ଼ି ଏଠାରୁ ଯିବା ଦିନଠାରୁ ତା ରୂପ ଆଖି ଆଗରେ ନାଚୁଛି)

[ଦ୍ରଷ୍ଟବ୍ୟ — ନାଚିବା କ୍ରିୟା ସଙ୍ଗେ କୁଦିବା, ଖେଳିବା, ଡେଇଁବା କ୍ରିୟା ସହଚର ରୂପେ ବ୍ୟବହୃତ ହୁଏ ନାଚିବା କ୍ରିୟାର ଅସମାପିକାରୂପ ସଙ୍ଗେ ଉଠିବା, ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]