ନାଟ

ଉଇକିଅଭିଧାନ‌ରୁ

ନାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ନଟ୍ ଧାତୁ= ନୃତ୍ୟ କରିବା+ଭାବ. ଅ)[ସମ୍ପାଦନା]

୧. ନୃତ୍ୟ; ନାଚ —୧. Dance.

ଗତ ଳସ ନାଟପଟୂ ଗଞ୍ଜରୀଟ ପରାୟେ ଆସିଲା ଉଡ଼ି—କବିସୂର୍ଯ୍ୟ, ଚମ୍ପୂ ଗ ଗୀତ

୨. ନାଟକାଭିନୟ —୨. Theatrical performance.
୩. କର୍ଣ୍ଣାଟ ଦେଶ — ୩. The Cornatic country (in S. India)

[ଦ୍ରଷ୍ଟବ୍ୟ —ଏହା ଦକ୍ଷିଣ ଭାରତର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କର ସାଧାରଣ ନାମ; ଏହା କୁମାରିକା ଅନ୍ତରୀପଠାରୁ ଉତ୍ତରକୁ କୃଷ୍ଣା ନଦୀ ପର୍ଯ୍ୟନ୍ତ ଲାଗିଅଛି ଦାକ୍ଷିଣାତ୍ୟର ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଲବାର ବୋଲାଯାଏ]

୪. କର୍ଣ୍ଣାଟ ଦେଶବାସୀ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୪. An inhabitant of the Carnatic country.
୫. ସଙ୍ଗୀତର ରାଗବିଶେଷ — ୫. Name of a Hindu musical tune.

[ଦ୍ରଷ୍ଟବ୍ୟ —କେହି କେହି ଏହାକୁ ମେଘ ରାଗର ଓ କେହି କେହି ଦୀପକ ରାଗର ପୁତ୍ର ବୋଲି କହନ୍ତି ଏହି ରାଗରେ ବୀରରସର ଗୀତମାନ ବୋଲାଯାଏ—ହିନ୍ଦୀ - ଶବ୍ଦସାଗର]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କଳି; ଦ୍ୱନ୍ଦ୍ୱ —୧. Quarrel.
୩. କାଣ୍ଡ କାରଖାନା — ୩. A series of unusual events or acts.

ଏହି ପେଟ, ଏହି ପେଟ ଲାଗି ଧାନ କୁଟ, ଏହି ପେଟ ଲାଗି ନିତି ନାଟ—ଢ଼ଗ

୪. ବସ୍ତ୍ର —୪. Wearing cloth.
୫. କାଣ୍ଡ; ଶର —୫. Arrow.
୬. ନୃତ୍ୟଯୁକ୍ତ ତାମସା; ସୁଆଙ୍ଗ; ଯାତ୍ରା — ୬. Pantomine; dancing party.

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -[ସମ୍ପାଦନା]

୧. (ଇଂରାଜୀ - ଲଟ୍) ଲାଟ୍; ଗୁଚ୍ଛ — Clusters; a lot.
୨. (ଇଂ ଲର୍ଡ) ଲାଟ; ଗଭର୍ଣ୍ଣର — ୨. Governor; Viceroy.

[ଦ୍ରଷ୍ଟବ୍ୟ —ଭାରତର ପ୍ରଧାନ ଗଭର୍ଣ୍ଣରଙ୍କୁ ବଡ଼ନାଟ ଓ ପ୍ରାଦେଶିକ ଗଭର୍ଣ୍ଣରକୁ ଛୋଟନାଟ ବୋଲାଯାଏ]

୩. (ଇଂ ଲଟ୍) ରାଜସ୍ୱ ବାକି ପାଇଁ ଜମିଦାରୀର ନିଲାମ — ୩. Revenue-sale of a Zamindary.