ନାଟକ

ଉଇକିଅଭିଧାନ‌ରୁ

ନାଟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନଟ୍ ଧାତୁ=ନୃତ୍ୟ କରିବା+ଅଧିକରଣ. ଅକ)[ସମ୍ପାଦନା]

୧. ଦୃଶ୍ୟ କାବ୍ୟ; ରୂପକ ଓ ଉପରୂପକ ଏହି ଦୁଇ ଭାଗରେ ବିଭକ୍ତ ଦୃଶ୍ୟ କାବ୍ୟର ରୂପକ ଭାଗର ପ୍ରଥମ ପ୍ରଧାନ ପ୍ରକାର; ଅଭିନୟ ଗ୍ରନ୍ଥ —୧. A drama.

[ଦ୍ରଷ୍ଟବ୍ୟ —ନାଟକ କାବ୍ୟ ମଧ୍ୟରେ ଗଣିତ କାବ୍ୟ ଦୁଇ ଶ୍ରେଣୀରେ ବିଭକ୍ତ—ଶ୍ରାବ୍ୟ ଓ ଦୃଶ୍ୟ ନାଟକ ଦୃଶ୍ୟ କାବ୍ୟର ଅନ୍ତର୍ଗତ ଅଟେ କିନ୍ତୁ ସାଧାରଣତଃ ଦୃଶ୍ୟକାବ୍ୟମାନଙ୍କୁ ନାଚକ ବୋଲା ଯାଇଥାଏ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ନାଟକ ବିଷୟକ ପ୍ରାଚୀନତମ ସଂସ୍କୃତ ଗ୍ରନ୍ଥ ବୋଲି ଅନୁମିତ ହୁଏ ଅଗ୍ନିପୁରାଣରେ ନାଟକର ଲକ୍ଷଣ ଆଦି ନିରୂପିତ ହୋଇଅଛି ଏଥିରେ ଏକଶ୍ରେଣୀର କାବ୍ୟର ନାମ ପ୍ରକୀର୍ଣ୍ଣ ପ୍ରକୀର୍ଣ୍ଣ ୨ ପ୍ରକାର—ଅଭିନେୟ ଓ ଶ୍ରବ୍ୟ; ଅଗ୍ନିପୁରାଣରେ ଦୃଶ୍ୟ କାବ୍ୟ ବା ରୂପକ ୨୭: ପ୍ରକାର ଥିବାର ଉଲ୍ଲେଖ ଅଛି ସାହିତ୍ୟଦର୍ପଣରେ ନାଟକରେ ଲକ୍ଷଣ ଓ ପ୍ରକାର ଆଦି ସ୍ପଷ୍ଟରୂପେ ବିବୃତ ହୋଇଅଛି ଦୃଶ୍ୟ କାବ୍ୟ ପ୍ରଧାନତଃ ୨ ଶ୍ରେଣୀରେ ବିଭକ୍ତ—ରୂପକ ଓ ଉପରୂପକ ରୂପକ ୧ ପ୍ରକାର ଯଥା— ରୂପକ, ନାଟକ, ପ୍ରକରଣ, ଭାଣ, ବ୍ୟାଯୋଗ, ସମବକାର, ଡିମ, ଇହାମୃଗ, ଅଙ୍କବୀଥା ଓ ପ୍ରହସନ; ଉପରୂପକ ୧୮: ପ୍ରକାର ଯଥା— ନାଟିକା, ତ୍ରୋଟକ, ଗୋଷ୍ଠୀ, ସଟ୍ଟକ, ନାଟ୍ୟରାସକ, ପ୍ରସ୍ଥାନ, ଉଲ୍ଲାଯ୍ୟ, କାବ୍ୟ, ପ୍ରୋକ୍ଷଣ, ରାସକ, ସଂଳାପକ, ଶ୍ରୀଗଦିତ, ଶିଂପକ, ବିଳାସିକା, ଦୁର୍ମଲ୍ଲିକା, ପ୍ରକରଣିକା, ହଲ୍ଲୀଶା, ଭାଣିକା ଉକ୍ତ ବିଭାଗ ଅନୁସାରେ ନାଟକ ରୂପକର ଗୋଟିଏ ପ୍ରକାର; କିନ୍ତୁ ସାଧାରଣତଃ ଲୋକେ ଦୃଶ୍ୟ କାବ୍ୟକୁ ନାଟକ ନାମ ଦିଅନ୍ତି ସାହିତ୍ୟଦର୍ପଣ ଅନୁସାରେ କୌଣସି ଖ୍ୟାତ ବୃତ୍ତକୁ (ପ୍ରସିଦ୍ଧ ଆଖ୍ୟାନ, ଯାହା କଳ୍ପିତ ନୁହେ ତାକୁ) ଅବଲମ୍ୱନ କରି ନାଟକ ଲେଖିବା ଉଚିତ ବହୁପ୍ରକାର ବିଳସ, ସୁଖ, ଦୁଃଖ ଓ ଅନେକ ରସ ନାଟକରେ ରହିବା ଆବଶ୍ୟକ ନାଟକରେ ୫ ଠାରୁ ୧ ପର୍ଯ୍ୟନ୍ତ ଅଙ୍କ ରହିବା ଉଚିତ ଧୀରୋଦାତ୍ତ ଓ ପ୍ରଖ୍ୟାତ ବଂଶର କୌଣସି ପ୍ରତାପୀ ପୁରୁଷ, ବା ରାଜର୍ଷି ନାଟକର ନାୟକ ଏବଂ ଶୃଙ୍ଗାର ବା ବୀରରସ ନାଟକର ପ୍ରଧାନ ଅଙ୍ଗୀରସ ହେବା ଉଚିତ ବୀରରସ ନାଟକରେ ଗୌଣରୂପରେ ଆସେ ଯେଉଁ ରୂପକରେ ଶାନ୍ତ ଓ କରୁଣ ଆଦି ରସ ପ୍ରଧାନ ହୋଇଥାଏ ତାକୁ ନାଟକ ବୋଲା ଯାଇ ନ ପାରେ ନାଟକର ସନ୍ଧିସ୍ଥଳରେ କୌଣସି ବିସ୍ମୟଜନକ ବ୍ୟାପାର ଓ ଉପସଂହାରରେ ମଙ୍ଗଳମୟ ବ୍ୟାପାର ଦେଖାଇବା ଆବଶ୍ୟକ ବିୟୋଗାନ୍ତ ନାଟକ (Tragedy) ସଂସ୍କୃତ ଅଳଙ୍କାର ଶାସ୍ତ୍ରର ବିରୁଦ୍ଧ ଅଟେ ଅଭିନୟ ଆରମ୍ଭରେ ଯେଉଁ ମଙ୍ଗଳାଚରଣ ବା ନାନ୍ଦୀ ବୋଲାଯାଏ ତହିଁରେ ନାମ 'ପୂର୍ବରଙ୍ଗ' ପୂର୍ବରଙ୍ଗ ବୋଲାଯିବା ପରେ ସୂତ୍ରଧାର ବା ସ୍ଥାପକ ରଙ୍ଗମଞ୍ଚକୁ ଆସି ଉପସ୍ଥିତ ସଭ୍ୟମଣ୍ଡଳଙ୍କୁ ପ୍ରଂଶସା କରନ୍ତି ଓ ତତ୍ପରେ ନଟ, ନଟୀ ଓ ସୂତ୍ରଧାର ଉପସ୍ଥିତ ହୋଇ ଅଭିନେୟ ନାଟକର ପ୍ରସ୍ତାବର ପ୍ରସ୍ତାବ, କବିଙ୍କ ବଂଶବର୍ଣ୍ଣନ ଆଦି କରନ୍ତି ଏହାକୁ 'ପ୍ରସ୍ତାବନା' କରନ୍ତି ଯେଉଁ ଇତିବୃତ୍ତ ବା ବିଷୟ ନେଇ ନାଟକ ରଚିତ ହୋଇଥାଏ ତାକୁ ବସ୍ତୁ (plot) କହନ୍ତ ବସ୍ତୁ ଦୁଇ ପ୍ରକାର, ଆଧିକାରିକ ଓ ପ୍ରାସଙ୍ଗିକ ସମସ୍ତ ଇତିବୃତ୍ତର ପ୍ରଧାନ ନାୟକଙ୍କୁ 'ଅଧିକାରୀ' ବୋଲାଯାଏ ଅଧିକାରୀଙ୍କ ସମ୍ୱନ୍ଧେ ନାଟକରେ ଯାହା ବର୍ଣ୍ଣିତ ହୁଏ ତାକୁ 'ଆଧିକାରିକ ବସ୍ତୁ' କହନ୍ତି (ଯଥା— ରାମଲୀଳାରେ ରାମଙ୍କ ରଚିତ) ଏହି ଅଧିକାରୀଙ୍କ ଉପକାରାର୍ଥ ବା ରସପୁଷ୍ଟି ପାଇଁ ପ୍ରସଙ୍ଗକ୍ରମେ ଯେଉଁ ବର୍ଣ୍ଣନ ହୁଏ ତାକୁ 'ପ୍ରାସଙ୍ଗିକ ବସ୍ତୁ' କହନ୍ତି (ଯଥା—ରାମଲୀଳାରେ ସୁଗ୍ରୀବ, ବିଭୀଷଣ ଆଦିଙ୍କ ରଚିତ) ରଙ୍ଗଭୂମିରେ ଦର୍ଶକମାନଙ୍କ ସମ୍ମୁଖରେ ନାଟକୀୟ ବିଷୟକୁ ଉପସ୍ଥାପିତ କରିବାର ନାମ 'ଅଭିନୟ' ଅତଏବ ଅବସ୍ଥାନୁରୂପ ଅନୁକରଣ ବା ସୁଆଙ୍ଗର ନାମ ଅଭିନୟ ଅଟେ ଅଭିନୟ ୪ ପ୍ରକାର—୧ ଅଙ୍ଗଚେଷ୍ଟାଦ୍ୱାର ଅଭିନୟର ନାମ ଆଙ୍ଗିକ, ୨ ବଚନଦ୍ୱାରା ଅଭିନୟ ବାଚିକ, ୩ ବେଶ ବାନ୍ଧି କରାଯିବା ଅଭିନୟ ଆହାର୍ଯ୍ୟ, ୪ ଭାବର ଉଦ୍ରେକଦ୍ୱାରା ଜାତ କମ୍ପ, ସ୍ୱେଦ ଆଦିର ନାମ ସାତ୍ୱିକ ଅଭିନୟ ଅଟେ ବୀଜ (ଫଳ— ସିଦ୍ଧିର ମୂଳକାରଣ), ବିନ୍ଦୁ (ପ୍ରଥମ କଥା ପୂରା ହେବା ପରେ ଦ୍ୱିତୀୟ ସଙ୍ଗତ ବିଷୟର ଆନୟନ), ପତାକା (ମଧ୍ୟରେ କୌଣସି ବ୍ୟାପକ ପ୍ରସଙ୍ଗର ବର୍ଣ୍ଣନ), ପ୍ରକାରୀ (ଏକଦେଶବ୍ୟାପୀ ଚରିତ୍ରବର୍ଣ୍ଣନ) ଓ କାର୍ଯ୍ୟ (ଆରବ୍ଧ ହୋଇଥିବା କ୍ରିୟାର ଫଳସିଦ୍ଧି ପାଇଁ ଅନୁଷ୍ଠିତ କାର୍ଯ୍ୟ), ଏହି ପାଞ୍ଚୋଟି ସନ୍ଧିଦ୍ୱାରା ନାଟକର ପ୍ରୟୋଜନ ସିଦ୍ଧ ହୁଏ

ଆଜିକାଲି ଦେଶୀୟ ଭାଷାରେ ଯେଉଁ ନାଟକମାନ ରଚିତ ହେଉଅଛି ତହିଁରେ ସଂସ୍କୃତ ନାଟକର ନିୟମମାନ ପାଳିତ ହେଉ— ନାହିଁ

ଭାରତବର୍ଷରେ ବହୁ ପ୍ରାଚୀନକାଳରୁ ନାଟକର ପ୍ରଚଳନ ଅଛି ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ବହୁ ପ୍ରାଚୀନ ଗ୍ରନ୍ଥ ଅଟେ ରାମାୟଣ ମହାଭାରତ ଓ ହରିବଂଶ ଆଦିରେ ନଟ ଓ ନାଟକର ନାମ ମିଳେ ସଂସ୍କୃତ ବୈୟାକରଣିକ ପାଣିନି, ଶିଳାନୀ ଓ କୃଶାସ୍ୱ ନାମକ ଦୁଇ ଜଣ ନଟସୂତ୍ରକାରଙ୍କ ନାମ ଉଲ୍ଲେଖ କରିଅଛନ୍ତି ଯଜୁର୍ବେଦର ଶତପଥ ବ୍ରାହ୍ମଣ ଏବଂ ସାମବେଦର ଅନୁପଦ ସୂତ୍ରରେ ଶିଳାନୀଙ୍କ ନାମ ମିଳୁଅଛି ଶତପଥ ବ୍ରାହ୍ମଣର ରଚନା ୪ ହଜାର ବର୍ଷ ପୂର୍ବରେ ହୋଇଥିବାର ପଣ୍ଡିତମାନେ ସିଦ୍ଧାନ୍ତ କରିଅଛନ୍ତି ଅତଏବ ସର୍ବପ୍ରଥମେ ଗ୍ରୀକ୍ ବା ୟୁନାନ୍ ଦେଶରେ ନାଟକର ପ୍ରାଦୁର୍ଭାବ ହୋଇଥିବା କଥା ଯାହା କେତେକ ପାଶ୍ଚାତ୍ୟ ପଣ୍ଡିତ କହନ୍ତି ତାହାକୁ ଅଭ୍ରାନ୍ତ ମତ ବୋଲାଯାଇ ନ ପାରେ ହରିବଂଶରେ ଲେଖାଅଛି ଯେ ପ୍ରଦ୍ୟୁମ୍ନ ଓ ଶାସ୍ତ୍ର ପ୍ରଭୃତି ଯାଦବମାନେ ବଜ୍ରନାଭଙ୍କ ପୁରକୁ ଯାଇଥିଲେ, ସେଠାରେ ସେମାନେ 'ରାମଜନ୍ମ' ଓ ରମ୍ଭାଭିସାର' ନାଟକ ଦ୍ୱୟ ଅଭିନୟ କରିଥିଲେ ଓ ଭିନ୍ନ ଭିନ୍ନ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ଅଭିନେତାର କର୍ମ କରିଥିଲେ କୁଳସ୍ତ୍ରୀମାନେ ମଧ୍ୟ ପୁରୁଷଙ୍କ ପରି ସ୍ତ୍ରୀଙ୍କ ଅଂଶମାନ ଅଭିନୟ କରୁଥିବାର ପ୍ରମାଣ ମିଳେ ବିଲ୍ସନ୍ ଆଦି ପାଶ୍ଚାତ୍ୟ ମନୀଷୀମାନେ ସ୍ୱୀକାର କରିଅଛନ୍ତି ଯେ ହିନ୍ଦୁମାନେ ନିଜେ ନିଜେ ନାଟକର ସୂତ୍ରପାତ କରିଥିଲେ ଓ ପ୍ରାଚୀନ ହିନ୍ଦୁ ରାଜାମାନେ ବଡ଼ ବଡ଼ ରଙ୍ଗଶାଳାମାନ ନିର୍ମାଣ କରାଇଥିଲେ ମଧ୍ୟଭାରତର ଶରଗୁଜା ରାଜ୍ୟର ଗୋଟିଏ ପର୍ବତ ଗୁମ୍ଫାରେ ରଙ୍ଗଶାଳାର ଚିହ୍ନ ଅବଧି ବିଦ୍ୟମାନ ଅଛି ଗ୍ରୀକ୍ମାନେ ଭାରତକୁ ଆସିବା (ଖ୍ରୀ. ପୂ. ୩ ଶତାବ୍ଦୀ) ପୂର୍ବେ ଲିଖିତ ହୋଇଥିବା କୌଣସି ସଂସ୍କୃତ ନାଟକ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ, କିନ୍ତୁ ଏଥିରୁ ତତ୍ପୂର୍ବରେ ଭାରତରେ ନାଟକର ଆବିର୍ଭାବ ହୋଇ ନ ଥିଲା ବୋଲି ସିଦ୍ଧାନ୍ତ କରିବା ଠିକ୍ ହେବ ନାହିଁ ଏହା ଅନୁମାନ କରାଯାଉଅଛି ଯେ ଗ୍ରୀକ୍ମାନେ ଭାରତକୁ ଆସିବା ପରେ ଭାରତୀୟ ଓ ଗ୍ରୀକ୍ମାନଙ୍କ ମଧ୍ୟରେ ଅନ୍ୟାନ୍ୟ ଶାସ୍ତ୍ର ଓ ଜ୍ଞାନାଲୋଚନାର ଯେଉଁପରି ଆଦାନ ପ୍ରଦାନ ହୋଇଥିଲା, ସେହିପରି ନାଟକୀୟ କଳାଜ୍ଞାନର ଆଦାନ ପ୍ରଦାନ ହୋଇଥିଲା ରଙ୍ଗମଞ୍ଚରେ ପଡ଼ୁଥିବା ପରଦାର ନାମ ଯବନିକା; ଏଥିରୁ କେହି କେହି ଅନୁମାନ କରନ୍ତି ଯେ ହିନ୍ଦୁମାନଙ୍କ ନାଟକାଭିନୟ ଯବନ (ୟୂନାନ୍ ବା ଗ୍ରୀକ୍) ମାନଙ୍କଠାରୁ ଅନୁକୃତ ହୋଇଥିଲା 'ଅଙ୍କ' ମଧ୍ୟରେ ଯେଉଁ 'ଦୃଶ୍ୟ'ମାନ ସଂସ୍କୃତ ନାଟକରେ ମିଳେ, ସେଥିରୁ ଅନୁମିତ ହୁଏ ଯେ ପରଦା ଉପରେ ଚିତ୍ରମାନ ଅଙ୍କିତ ହେଉଥିଲା କିନ୍ତୁ ଏତିକି ନିଃସନ୍ଦେହରେ ବୋଲା ଯାଇପାରେ ଯେ ସିକନ୍ଦର (ଆଲେକ୍ଜାଣ୍ଡ) ଭାରତକୁ ଆସିବା ପରେ ଭାରତରେ ଅଭିନୟରେ ଚିତ୍ରପଟର ପ୍ରଚାର ହେଲା ବର୍ତ୍ତମାନ ମଧ୍ୟ ଦେଶୀ ଅଭିନୟମାନ (ଯଥା—ରାମଲୀଳା, କୃଷ୍ଣଲୀଳା, ରାସଲୀଳା) ବିନା ପରବାରେ ହୋଇ ଆସୁଅଛି— ହିନ୍ଦୀ - ଶବ୍ଦସାଗର ]

୨. (+କର୍ତ୍ତୃ. ଅକ) ନୃତ୍ୟଜୀବୀ; ନର୍ତ୍ତକ — ୨. A professional dancer.
୩. ନାଟକାଭିନେତା; ନଟ —୩. An actor.
୪. (+ଭାବ. ଅକ) ଅଭିନୟ; ରଙ୍ଗମଞ୍ଚରେ ନଟମାନଙ୍କଦ୍ୱାରା ନାଟକୀୟ ବିଷୟର ପ୍ରଦର୍ଶନ —୪. Acting of a drama; dramatic performance.