ନାଡ଼ି

ଉଇକିଅଭିଧାନ‌ରୁ

ନାଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ନାଡ଼ିକା, ନାଡ଼ୀଅନ୍ୟରୂପ

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନଡ଼ ଧାତୁ ଣିଚ+କର୍ତ୍ତୃ. ଇ; ଇନ+ଆ;+ଈ)[ସମ୍ପାଦନା]

୧. ନଳ —୧. Tube; pipe.
୨. ଦେହସ୍ଥ ରକ୍ତବାହିନୀ ଶିରା; (ଏହା ନଳ ପରି ପୋଲା ଓ ଏଥି ମଧ୍ୟରେ ରକ୍ତ ଓ ରସାଦି ଯିବା ଆସିବା କରେ ) ୨. Artery; vein; blood vessel; tubular vessel of the body.
୩. ହାତଗଣ୍ଠି ଓ ଗୋଡ଼ଗଣ୍ଠି ନିକଟରେ ଥିବା ଶିରା, ଯାହାକୁ ଚିପିଲେ ମନୁଷ୍ୟ ଶରୀରରସ୍ଥ କଫ ବାତ ପିତ୍ତର ଅବସ୍ଥା ଓ ହୃତ୍ପିଣ୍ଡର ସ୍ପନ୍ଦନ ପରିମାଣ ଜଣା ପଡ଼େ — ୩. Pulse.

[ଦ୍ରଷ୍ଟବ୍ୟ —ଯେଉଁ ନାଡ଼ିମାନଙ୍କଦ୍ୱାରା ଶରୀରର ରକ୍ତ ପ୍ରବାହିତ ହେଉଅଛି ତାହା ଦୁଇ ପ୍ରକାର ୧ ଯେଉଁ ନାଡ଼ିମାନ ହୃତ୍ପିଣ୍ଡରୁ ଶୁଦ୍ଧ ରକ୍ତକୁ ନେଇ ଦେହ ତମାମ ପହଞ୍ଚାନ୍ତି ୨ ଯେଉଁ ନାଡିମାନ ସମସ୍ତ ଅଙ୍ଗରୁ ଅଶୁଦ୍ଧ ରକ୍ତକୁ ନେଇ ପ୍ରାଣବାୟୁଦ୍ୱାରା ତାହା ଶୋଧିତ ହେବାପାଇଁ ହୃଦୟରେ ପହଞ୍ଚାନ୍ତି ପ୍ରଥମ ଶ୍ରେଣୀର ନାଡ଼ିକୁ ବିଶେଷତଃ ନାଡ଼ି ବୋଲାଯାଏ ଓ ତହିଁରେହିଁ ସ୍ପନ୍ଦନ ଅଧିକତର ହେଉଥାଏ ଅଶୁଦ୍ଧ ରକ୍ତକୁ ହୃଦୟରେ ପହଞ୍ଚାଉଥିବା ନାଡ଼ିମାନଙ୍କର ସ୍ପନ୍ଦନ ଅତି ସାମାନ୍ୟ ଅଶୁଦ୍ଧ ରକ୍ତବାହୀ ନାଡ଼ିମାନ ଅଶୁଦ୍ଧ ରକ୍ତକୁ ନେଇ ହୃତ୍ପିଣ୍ଡର ଡାହାଣ କୋଠରିରେ ପହଞ୍ଚାନ୍ତି ସେଠାରୁ ଉକ୍ତ ରକ୍ତ ଫୁସ୍ ଫୁସ୍ ବାଟେ ଯାଇ ଶୁଦ୍ଧ ହୁଏ ଓ ଶୁଦ୍ଧ ରକ୍ତ ହୃତ୍ପିଣ୍ଡର ବାମକୋଠରିରେ ପ୍ରବେଶ କରି ସେଠାରୁ ଶୁଦ୍ଧ ରକ୍ତ— ବାହୀ ନାଡ଼ିମାନଙ୍କଦ୍ୱାରା ଦେହ ତମାମକୁ ବାହିତ ହୁଏ ହୃଦୟ ବରାବର ପ୍ରସାରିତ ଓ ସଙ୍କୁଚିତ ହେଉଅଛି ଓ ଏହି ପ୍ରସାରଣ ସଙ୍କୋଚନ ପ୍ରକ୍ରିୟାଦ୍ୱାରା ତହିଁରେ ସଞ୍ଚିତ ରକ୍ତ ନାଡିମାନଙ୍କ ମଧ୍ୟକୁ ଯିବା ଆସିବା କରୁଛି ନାଡିମାନ ମାଂସ ଓ ହଳଦିଆ ତନ୍ତୁରେ ନିର୍ମିତ ଓ ରବର ନଳ ପରି ସ୍ଥିତି ସ୍ଥାପକ ନାଡ଼ିକୁ ଟାଣିଲେ ବଢିଯାଏ ଓ ଛାଡ଼ିଦେଲେ ପୂର୍ବାବସ୍ଥା ପ୍ରାପ୍ତ ହୁଏ ହୃଦୟର ବାମ କୋଠରି ଥରେ ସଂକୁଚିତ ହେବାବେଳେ ତହିଁରୁ ପ୍ରାୟ ୧/?/: ଛଟାଙ୍କି ରକ୍ତ ନାଡିମାନଙ୍କ ମଧ୍ୟକୁ ଠେଲି ହୋଇଯାଏ ହୃଦୟର ଏହି ଆକୁଞ୍ଚନ ପ୍ରସାରଣ ଯୋଗୁ ନାଡ଼ିମାନଙ୍କରେ ମଧ୍ୟ ସ୍ପନ୍ଦନ ହୁଏ ଏହି ସ୍ପନ୍ଦନ ବଡ଼ ନାଡ଼ିମାନଙ୍କର ଅନୁଭୂତ ହୁଏ ଶୁଦ୍ଧ ରକ୍ତବାହିନୀ ନାଡ଼ିମାନ କଟିଗଲେ ସେଥିରୁ ରକ୍ତ ପିଚିକି କରି ବାହାରେ ଅଶୁଦ୍ଧ ରକ୍ତବାହିନୀ ନାଡ଼ି କଟିଗଲେ ରକ୍ତସ୍ରାବ ଧୀରେ ଧୀରେ ହୁଏ ଶୁଦ୍ଧ ରକ୍ତ ନାଲିଆ ଓ ଅଶୁଦ୍ଧ ରକ୍ତ କଳା ଅଠାଳିଆ କାନମୁଣ୍ଡା, ବେକ ମୁଣ୍ଡାର ବାମ ଓ ଡାହାଣ, ଉରୁସନ୍ଧିର ମଧ୍ୟଭାଗ, ଗୋଡ଼ର ବୁଢା ଆଙ୍ଗୁଠି ପାଖ ଓ ଗୋଛି ପାଖ, ଲିଙ୍ଗର ଉପରିଭାଗ, ହାତର

କଚଟି, ବାହୁର କହୁଣି ଉପର ଓ କାଖ, ଏହି ସ୍ଥାନମାନଙ୍କୁ ଆଙ୍ଗୁଠିଦ୍ୱାରା ଚିପିଲେ ନାଡ଼ିର ସ୍ପନ୍ଦନ ଅନୁଭୂତ ହୁଏ ନାଡ଼ିର ସ୍ପନ୍ଦନଦ୍ୱାରା ହୃତପିଣ୍ଡର ସ୍ପନ୍ଦନ ଜଣା ପଡ଼େ ନାଡ଼ିର ସ୍ପନ୍ଦନ ବନ୍ଦ ହେଲେ ହୃତ୍ପିଣ୍ଡର ସ୍ପନ୍ଦନ ବନ୍ଦ ହେବାର ଜଣାଯାଏ ନାଡି ପରୀକ୍ଷାଦ୍ୱାରା ରୋଗର ନିର୍ଣ୍ଣୟ ମଧ୍ୟ କରାଯାଏ ଆୟୁର୍ବେଦ ଗ୍ରନ୍ଥମାନଙ୍କର ନାଡ଼ି ମାନଙ୍କର ବିଭାଗ କରାଯାଇ ନାହିଁ ସୁଶ୍ରୂତରେ ୭ ଶିରାର ଉଲ୍ଲେଖ ଅଛି, ତହିଁରୁ ୧ ରକ୍ତବାହିନୀ, ୧ କଫବାହିନୀ, ୧ କଫବାହିନୀ, ୧ ପିତ୍ତବାହିନୀ ଓ ୧ ବାୟୁବାହିନୀ ଶୁଦ୍ଧ ଓ ଅଶୁଦ୍ଧ ରକ୍ତର ବିଚାରରେ ଆୟୁର୍ବେଦରେ ନାଡିବିଭାଗ କରାଯାଇ ନାହିଁ ସୁଶ୍ରୂତରେ ଶିରା ଓ ଧମନୀର ମୂଳନାଭି ଥିବାର ବୋଲାଯାଇ ଅଛି ବର୍ତ୍ତମାନ ବିଜ୍ଞାନରେ ଶୁଦ୍ଧ ରକ୍ତବାହିନୀ ନାଡିମାନଙ୍କୁ କେହି କେହି ଧମନୀ କହନ୍ତି ନାଡ଼ି ପରୀକ୍ଷା ବିଷୟ ସୁଶ୍ରୂତରେ ନାହିଁ ପରବର୍ତ୍ତୀ ଆୟୁର୍ବେଦିକ ଗ୍ରନ୍ଥମାନଙ୍କରେ ଏଥିର ଉଲ୍ଲେଖ ଅଛି ଓ ନାଡ଼ି ପରୀକ୍ଷାଦ୍ୱାରା ରୋଗମାନଙ୍କ ନିର୍ଣ୍ଣୟ ବିଷୟ ବିବୃତ ହୋଇଅଛି ହିନ୍ଦି. ଶବ୍ଦସାଗର ] 

୪. ଗଛ ବା ଫୁଲ ଆଦିର ସରୁ ଡେମ୍ଫ ବା ନାଡ଼ — ୪. The stalk of a flower or a plant.
୫. ଦେହାଭ୍ୟନ୍ତରସ୍ଥ ଅନ୍ତ; ଅନ୍ତବୁଜୁଳା — ୫. Intestines; entrails.
୬. ନାଡ଼; ନାଭି—ନାଡ଼ିକା —୬. Navel string.
୭. ଏକଦଣ୍ଡ ସମୟ; ୬ କ୍ଷଣ ସମୟ; ପ୍ରାୟ ୨୪: ମିନିଟ୍ — ୭. A period of ୨୪ minutes; a period of ୬ moments.
୮. ନଳୀ ଘାଆ —୮. Sinus.
୯. ଜଳବାୟୁ ସୂର୍ଯ୍ୟ ରଶ୍ମି —୯. The rays of the sun which cause the waters to evaporate.
୧. ବାଉଁଶର ନଳୀ —୧୦. A bamboo tube.
୧୧. ବଣିଆଙ୍କ ଫୁଙ୍କନଳୀ —୧୧. Blow-pipe.
୧୨. ବନ୍ଧୁକର ନଳୀ (ହିନ୍ଦୀ - ଶବ୍ଦସାଗର) — ୧୨. The barrel of a gun.
୧୩. ଗଣ୍ଡଦୁର୍ବା (ହିନ୍ଦୀ - ଶବ୍ଦସାଗର) (ଦେଖ) - ୧୩. A kind of tubular grass.
୧୪. କୌଣସି ତୃଣର ପୋଲା ଡାଙ୍ଗ (ହିନ୍ଦୀ - ଶବ୍ଦସାଗର) — ୧୪. A hallow stem of grass.
୧୫. ଛଦ୍ମ; କପଟ —୧୫. Deceit.
୧୬. ନାଡ଼ୀ ନକ୍ଷତ୍ର (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୧୬. Nāṟḍ̠i nakshatra (See)
୧୭. ହଠଯୋଗ ଅନୁସାରେ ଜ୍ଞାନବାହିନୀ, ଶକ୍ତିବାହିନୀ ଓ ଶ୍ୱାସପ୍ରଶ୍ୱାସବାହିନୀ ନାଡ଼ିମାନ — ୧୭. The veins which carry no perception energy and breath (according to Haṭha j̄oga).

[ଦ୍ରଷ୍ଟବ୍ୟ —ଯୋଗୀମାନେ କହନ୍ତି ଯେ ପିଠିର ମେରୁଦଣ୍ଡର ବାମ ପାଖେ ଇଡ଼ା ଓ ଡାହାଣପାଖେ ପିଙ୍ଗଳା ଏବଂ ଏ ଦୁହିଙ୍କ ମଝିରେ ସୁଷୁମ୍ନା ନ଼ାଡ଼ି ଅଛି ସ୍ୱରୋଦୟ ଶାସ୍ତ୍ର ମତରେ ନାକର ବାମ ପୁଡ଼ାରେ ବହୁଥିବା ନିଶ୍ୱାସ ଇଡ଼ା ଓ ଡାହାଣ ନାକ ପୁଡ଼ାରେ ବହୁଥିବା ନିଶ୍ୱାସ ପିଙ୍ଗଳା ନାଡ଼ିବାଟେ ଯିବା ଆସିବା କରେ ଓ ସୁଷୁମ୍ନା ନାଡ଼ି— ବାଟେ ଯିବା ଆସିବା ନିଶ୍ୱାସ ଦୁଇ ନାକପୁଡ଼ା ବାଟେ ସମାନ— ଭାବରେ ବହେ ନାକରେ ବହୁଥିବା ନିଶ୍ୱାସକୁ ବାରିକରି ମନୁଷ୍ୟ ଜୀବନର ଦୈନିକ ଶୁଭାଶୁଭ ନିର୍ଣ୍ଣୟ କରାଯାଏ ଇଡ଼ାରେ ଚନ୍ଦ୍ରଙ୍କ ଅବସ୍ଥିତି, ପିଙ୍ଗଳାରେ ସୂର୍ଯ୍ୟଙ୍କ ଅବସ୍ଥିତି ଓ ସୁଷୁମ୍ନାରେ ତ୍ରିଗୁଣମୟ ଅଗ୍ନିଙ୍କ ଅବସ୍ଥିତି କଳ୍ପିତ ହୁଏ ଏହି ନାଡ଼ିମାନଙ୍କର ଜ୍ଞାନ ବିନା ଯୋଗ ସାଧନ ଅସମ୍ଭବ କେଉଁ ନାଡ଼ିରେ ନିଶ୍ୱାସ ଯିବା ସମୟରେ କି କି କାର୍ଯ୍ୟ କରାଯିବ ତାହା ଯୋଗଶାସ୍ତ୍ରରେ ନିର୍ଦ୍ଦିଷ୍ଟ ଅଛି, ଯଥା—ଡାହାଣ ପୁଡ଼ିରେ ନିଶ୍ୱାସ ବହିଲାବେଳେ ଖାଇବ, ବାଆଁ ପୁଡ଼ାରେ ନିଶ୍ୱାସ ଗଲାବେଳେ ଶୋଇବ ସୁଷୁମ୍ନାର ନିମ୍ନଦେଶରେ ଗୁହ୍ୟଦ୍ୱାରର ଉପରେ କୁଣ୍ଡଳିନୀ ଶକ୍ତି ଜାଗ୍ରତ ହୋଇ ସୁଷୁମ୍ନା ନାଡ଼ି ବାଟେ ଶରୀରଭ୍ୟନ୍ତରସ୍ଥ ଷଟଚକ୍ରଭେଦ କରି କପାଳସ୍ଥ ବ୍ରହ୍ମରନ୍ଧ୍ରରେ ପହଞ୍ଚେ ଓ ସେଠାରେ ପହଞ୍ଚିବାବେଳୁ ଯୋଗୀ ସିଦ୍ଧିଲାଭ କରି ପରମାନନ୍ଦରେ ମଗ୍ନ ହୁଅନ୍ତି ଓ ତାଙ୍କର ସଂସାରବନ୍ଧନ ଛିନ୍ନ ହୁଏ— ହିନ୍ଦୀ - ଶବ୍ଦସାଗର ]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନାଡ଼ିରଆକୃତିବିଶିଷ୍ଟ ଘୃତପକ୍ୱ ମିଷ୍ଟାନ୍ନବିଶେଷ — ୧. A sweetmeat having coils.

ଚକ୍ରକାନ୍ତି ଝଲି ନାଡ଼ିକା ସୁଶୋରନ—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି

୨. (ଲକ୍ଷଣାର୍ଥ; ମୁମୂର୍ଷୁ ବ୍ୟକ୍ତିର ନାଡ଼ିର ଗତି ବନ୍ଦ ହୋଇଯିବାରୁ) ଜ୍ଞାନ; ଚେତନା — ୨. Consciousness.

ଯଦୁମଣି ଯିବେ ପୁଣି ଯାମିନୀ ନ ସରେ ଆଉ ନାହିଁ ନାଡ଼ି କବିସୂର୍ଯ୍ୟ. ସଙ୍ଗୀତ

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ସଜନାଛୁଇଁ — The beans of the Indian horse radish.

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

ଖଡ଼ା (ଦେଖ) - Khaṟḍ̠ā (See).