ନାରଦ

ଉଇକିଅଭିଧାନ‌ରୁ

ନାରଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନାର=ମନୁଷ୍ୟ ସମୁହ ବା ଜ୍ଞାନ+ଦା ଧାତୁ+ ଅ; ଯେ ମନୁଷ୍ୟମାନଙ୍କୁ ଉପଦେଶ ଦିଅନ୍ତି ବା ଯେ ଜ୍ଞାନ ଉପଦେଶ ଦିଅନ୍ତି)[ସମ୍ପାଦନା]

୧. ବ୍ରହ୍ମାଙ୍କ ଦଶ ଜଣ ମାନସ ପୁତ୍ର ମଧ୍ୟରୁ ଏକତମ; ପ୍ରସିଦ୍ଧ ମୁନିବିଶେଷ — ୧. Name of a celebrated sage, the son of Brahmā
୨. ଅଷ୍ଟାଦଶ ପୁରାଣ ମଧ୍ୟରୁ ଗୋଟିଏ ପୁରାଣ —୨. Name of one of the eighteen Hindu Purāṇas.
୩. ମହାଭାରତୋକ୍ତ ବିଶ୍ୱାମିତ୍ରଙ୍କର ଏକ ପୁତ୍ର — ୩. Name of a son of sage Biṡwāmitra.
୪. କଶ୍ୟପ ମୁନିଙ୍କ ସ୍ତ୍ରୀଙ୍କ ଠାରୁ ଉତ୍ପନ୍ନ ଗନ୍ଧର୍ବ ବିଶେଷ — ୪. Name of a progenitor of mankind.
୬. ମତ୍ସ୍ୟପୁରାଣୋକ୍ତ ଶାକଦ୍ୱୀପର ପର୍ବତବିଶେଷ — ୬. Name of a mythological mountain.
୭. ବୃହନ୍ନାଭଦୀୟ ନାମକ ଉପପୁରାଣ —୭. Name of a minor Hindu Mythological work.

ଦେଶଜ - ବିଶେଷଣ - ପୁଂ. (ରଦ ଅର୍ଥାତ୍ ଦନ୍ତ ନ ଥିବାରୁ)[ସମ୍ପାଦନା]

ଦନ୍ତହୀନ, ପାକୁଆ — Toothless.

ଟାଣ ଚଣା ଚର୍ବଣ ନାରଦ କଲାପରି—ଅଭିମନ୍ୟୁ ବିଗ୍ଧଚିନ୍ତାମଣି

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଯେ ପର ଘରେ କଳି ମଞ୍ଜି ବୁଣେ —One who sows seeds of dissension in another's family.

[ଦ୍ରଷ୍ଟବ୍ୟ —ନାରଦମୁନି ପୁରାଣ. ବେଦାନ୍ତ, ତନ୍ତ୍ର ଓ ସ୍ମୃତ୍ତିଶାସ୍ତ୍ରଆଦି ଅନେକ ଗ୍ରନ୍ଥର ପ୍ରଣେତା ନାରଦ ସ୍ମୃତି ଗୋଟିଏ ପ୍ରସିଦ୍ଦ ଗ୍ରନ୍ଥ ଏ ମନପବନ ବାହନ (ଢିଙ୍କି ଆକୃତି ବିଶିଷ୍ଟ)ରେ ଚଢ଼ି ଦେବ— ଲୋକ ଓ ମର୍ତ୍ତଲୋକକୁ ଯିବା ଆସିବା କରି ସ୍ୱର୍ଗର ଖବର ମର୍ତ୍ତ୍ୟରେ ଓ ମର୍ତ୍ତ୍ୟର ଖବର ସ୍ୱର୍ଗରେ ଦେଇ ସ୍ୱର୍ଗବାସୀ ଓ ମର୍ତ୍ତ୍ୟବାସୀଙ୍କ ମଧ୍ୟରେ କଳି ଭିଆଉ ଥିବା ବିଷୟ ପୁରାଣମାନଙ୍କରେ ବର୍ଣ୍ଣିତ ହୋଇ— ଥିବାରୁ ଲୋକେ କଳି ଭିଆଇବା ବ୍ୟକ୍ତିକୁ 'ନାରଦ' ନାମ ଦିଅନ୍ତି ନାରଦଙ୍କ ହାତରେ ଥିବା ମୁଣିକୁ ଲୋକେ କଳି ମୁଣି ବା କଳି ଧୋକଡ଼ି କହନ୍ତି ଏହାଙ୍କ ବାହାନ ଢ଼ିଙ୍କି ପରି (ସମ୍ଭବତଃ Aeroplane ବା ଉଡ଼ାଜାହାଜ) ଏହାଙ୍କ କାନ୍ଧରେ ବୀଣା, ହାତରେ ଜପାମାଳା, କାଖରେ କଳିଧୋକଡ଼ି ଏ ବୀଣାଯନ୍ତ୍ରର ଆବିଷ୍କର୍ତ୍ତା ବୋଲି ବିଖ୍ୟାତ ଜଟାଜୁଟି ବିଶିଷ୍ଟ ବୃଦ୍ଧ ଋଷିରୂପେ ଲୋକେ ଏହାଙ୍କର କଳ୍ପନା କରନ୍ତି]