ନାଳନ୍ଦ

ଉଇକିଅଭିଧାନ‌ରୁ

ନାଳନ୍ଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ପ୍ରାଚୀନ ଭାରତର ଏକ ବିରାଟ ବିଶ୍ୱବିଦ୍ୟାଳୟ —The University of Nālandā

[ଦ୍ରଷ୍ଟବ୍ୟ — ଏହା ପାଟନା ନଗରଠାରୁ ୩ କ୍ରୋଶ ଦକ୍ଷିଣ ଓ ଇ. ଆଇ. ଆର ରାଜଗିରି ଷ୍ଟେସନଠାରୁ ଏକ ମାଇଲ ଦୂରରେ ଅବସ୍ଥିତ ଏଥିର ଡ଼ାକ ନାମ ବଡ଼ଗାଓଁ କିନ୍ତୁ ଏହା ବଡ଼ଗାଁଠାରୁ ୧ କୋଶ ଦୂର ଏଠାରେ ଗୋଟିଏ ପ୍ରକାଣ୍ଡ ଆମ୍ୱ ତୋଟା ଥିଲା ବୌଦ୍ଧ ବଣିକମାନେ ଏହାକୁ କିଣି ନେଇ ଏ ସ୍ଥାନକୁ ବୁଦ୍ଧଦେବଙ୍କୁ ଭେଟି ଦେଇଥିଲେ ବୁଦ୍ଧଦେବ ଏଠାରେ ତିନି ମାସ ଅବସ୍ଥାନ କରି ଲୋକମାନଙ୍କୁ ଧର୍ମ ଉପଦେଶ ଦେଇଥିଲେ

ଜଳନ୍ଧରଦେବ ଉତ୍କଳସାହିତ୍ୟ ୩୩.୧୧: ଏଠାରେ ଅଶୋକ ଗୋଟିଏ ସ୍ତୂପ ନିର୍ମାଣ କରାଇ ଗୋଟିଏ ମଠ ସ୍ଥାପନ କରିଥିଲେ ବୁଦ୍ଧଙ୍କ ନିବ୍ରାଣ ଲାଭର ବହୁ ଶତାବ୍ଦୀ ପରେ ରାଜା ଶକ୍ରାଦିତ୍ୟ ବୁଦ୍ଧଦେବଙ୍କ ସ୍ମାରକରୂପ ଏଠାରେ ଗୋଟିଏ ସଂଘାରମ ଓ ପୁଷ୍କରିଣୀ କରିଥିଲେ ଏଠାରେ ନାଳନ୍ଦ ନାମକ ଗୋଟିଏ ନାଗ ଥିଲା ପୁଷ୍କରିଣୀର ଶୁଭ ଦେଲାବେଳେ ନାଗ ମୁଣ୍ଡରେ ହତିଆର ବାଜି ରକ୍ତ ବାହାରିଲା ପୁଷ୍କରିଣୀ ଓ ସଂଘାରାମ ହେଲା ଦିନଠାରୁ ନାଗର ନାମ ଅନୁସାରେ ଏ ସ୍ଥାନର ନାମ ନାଳନ୍ଦ ହେଲା ଶକ୍ରାଦିତ୍ୟଙ୍କ ବଂଶଧର ମାନେ ନାଳନ୍ଦର ଶ୍ରୀବୃଦ୍ଧି ସାଧନ କଲେ ଏ ସ୍ଥଳରେ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଦଶ ହଜାର ଛାତ୍ର ବୌଦ୍ଧଧର୍ମ ସମ୍ୱନ୍ଧରେ ଶିକ୍ଷା ଓ ବାସଭୋଜନାଦି ପାଉଥିଲେ ନାଳନ୍ଦ ବିଶ୍ୱବିଦ୍ୟାଳୟ ପୁସ୍ତକାଗାରର ନାମ ଥିଲା 'ରତ୍ନୋଦଧି' ବୌଦ୍ଧଧର୍ମର ଅବସାନ ସଙ୍ଗେ ସଙ୍ଗେ 'ରତ୍ନୋଦଧି' ପୁସ୍ତକାଳୟ ପୋଡ଼ିଗଲା ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରମାନେ ବିଶ୍ୱବିଦ୍ୟାଳୟର ବ୍ୟୟରେ ବିଦେଶ (ଯଥା— ଚୀନ୍, ଯାପାନ, ତିବ୍ୱତ)କୁ ଯାଇ ଧର୍ମଜ୍ଞାନ ଓ ଶିକ୍ଷା ବିତରଣ କରୁଥିଲେ ଚୀନ୍ ପରିବ୍ରାଜକମାନେ ଏଠାରେ ଶିକ୍ଷା ପାଇ ନିଜ ଦେଶକୁ ଫେରି ଧର୍ମ ପ୍ରଚାର ଓ ଜ୍ଞାନ ପ୍ରାଚାର କରୁଥିଲେ ଓ ଏଠାରୁ ଅନେକ ସଂସ୍କୃତ ଓ ପାଲୀ ଗ୍ରନ୍ଥ ନେଇ ଚୀନ୍ ଭାଷାରେ ଅନୁବାଦ କରିଥଲେ ନାଲନ୍ଦ ବିଶ୍ୱ ବିଦ୍ୟାଳୟରେ ଧର୍ମ, ମନୋବିଜ୍ଞାନ, ଅର୍ଥନୀତି, ରାଜନୀତି, ଆଇନ୍, ଓ ଚିକିତ୍ସା ଶାସ୍ତ୍ର ଅଧିତବ୍ୟ ବିଷୟ ଥିଲା ଏବଂ ଧନୀଲୋକମାନେ ଏ ବିଶ୍ୱବିଦ୍ୟାଳୟର ଯାବତୀୟ ବ୍ୟୟ ନିର୍ବାହ କରୁଥଲେ ଏହି ନାଳନ୍ଦର ଗୋଟିଏ ପ୍ରକାଣ୍ଡ ବରଗଛମୂଳେ ପଥରର ଧ୍ୟାନମଗ୍ନ ବୁଦ୍ଧମୂର୍ତ୍ତି ଅଛି ଏହାକୁ ସ୍ଥାନୀୟ ଲୋକେ ଭୈରୋ (ଭୈରବ) ନାମ ଦେଇ ଏଠାରେ ପ୍ରତି ବର୍ଷ ଆଷାଢ଼ରେ ଗୋଟିଏ ମେଳା କରନ୍ତି ଏବଂ ପ୍ରତି ବର୍ଷ ଏହି ମୂର୍ତ୍ତି ଆଗରେ ଗୋଟିଏ ବଳି ଦେବାର ପ୍ରଥା ଅଛି ବର୍ତ୍ତମାନ ସରକାର ଏ ସ୍ଥଳ ଖୋଳି ପ୍ରାଚୀନ ତତ୍ତ୍ୱର ଉଦ୍ୱୋଧକ ବହୁତ ପଦାର୍ଥ ପାଉଅଛନ୍ତି ଚୀନ ପରିବ୍ରାଜକ ହୁଏନସାଙ୍ଗ୍ ୬୩୭: ଖ୍ରୀଷ୍ଟାଦ୍ଦରେ ଏଠାରେ ପ୍ରଜ୍ଞାଭଦ୍ର ନାମକ ଆଚାର୍ଯ୍ୟଙ୍କ ନିକଟରେ ବେଦାଧ୍ୟୟନ କରିଥିଲେ କଥିତ ଅଛି ଯେ, ଏ ବିଦ୍ୟଳୟରେ ନାଗାର୍ଜୁନ କିଛି ଦିନ ରହି ଶଙ୍କର ନାମକ ବ୍ରାହ୍ମଣଙ୍କଠାରୁ ବିଦ୍ୟାଧ୍ୟୟନ କରିଥିଲେ ହୁଏନ୍ସାଙ୍ଗଙ୍କ ସମୟରେ ଭାରତରେ ଏପରି ବଡ଼ ମଠ ଓ ବିଦ୍ୟା ପୀଠ ଅନ୍ୟ କୁତ୍ରାପି ନ ଥିଲା ଏଠାରେ ଶତାଧିକ ଆଚାର୍ଯ୍ୟ ଓ ଦଶ ହଜାର ଯାଜକ ଓ ଶିଷ୍ୟ ରହୁଥିଲେ କାଶୀରେ ବୁଦ୍ଧପକ୍ଷ ନାମକ ରାଜା ରାଜତ୍ୱ କରୁଥିବା ସମୟରେ ଏ ମଠରେ ନିଆଁ ଲାଗି ଅନେକ ଗ୍ରନ୍ଥ ପୋଡ଼ିଗଲା ବର୍ତ୍ତମାନ ସରକାରଙ୍କ ବ୍ୟୟ ଓ ଯତ୍ନରେ ଭୂଗର୍ଭରୁ ପ୍ରାଚୀନ ବିହାର ଓ ବିଶ୍ୱବିଦ୍ୟାଳୟର ଯେଉଁ ଭଗ୍ନାବଶେଷ ବାହାରୁଅଛି, ତହିଁରୁ ୩\୩୨: ହାତ ଉଚ୍ଚ କାନ୍ଥ ମାନ ଠିଆ ହୋଇଅଛି ସେଠାରୁ ମିଳିଥିବା ପ୍ରାଚୀନ ବସ୍ତୁମାନଙ୍କୁ ସଂଗ୍ରହ କରି ସରକାର ସେଠାରେ ଗୋଟିଏ ଯାଦୁଘର (Museum) କରି ଅଛନ୍ତି ଭୁଗର୍ଭରୁ ପ୍ରକାଣ୍ଡ ସ୍ତୂପ ଓ ବୁଦ୍ଧମୂର୍ତ୍ତି ମଧ୍ୟ ବାହାରିଅଛି ଛାତ୍ର ଓ ସନ୍ନ୍ୟାସୀମାନଙ୍କ ରହିବାର ସୁନ୍ଦର କୋଠରିମାନ ବାହାରି ଅଛି ଓ ଶତ ଶତ ଛାତ୍ର ଉପବେଶନ କରି ପାରିବା ଭଳି ପ୍ରାଙ୍ଗଣ— ମାନ ଅଛି ଏ ସବୁ ଇଷ୍ଟକନିର୍ମିତ ଅଟେ]