ନାହିଁ

ଉଇକିଅଭିଧାନ‌ରୁ

ନାହିଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - କ୍ରି. (ସଂସ୍କୃତ - ନାସ୍ତି ନ ଭବତି; ନ ହେବା କ୍ରିୟାର ବର୍ତ୍ତମାନ କାଳ ତୃତୀୟ ଓ ଉତ୍ତମପୁରୁଷ ୧ ବଚନରୂପ)[ସମ୍ପାଦନା]

ନୁ ହୁଅଇ; ନ ହୁଏ; ନୁହେଁ; ଅବସ୍ଥିତ ନୁହେଁ; ଉପସ୍ଥିତ ନୁହେଁ —Is not; does not exist; is non-existant; amnot.

ନ ହେବା କ୍ରିୟାର ବର୍ତ୍ତମାନ କାଳ ପ୍ରଥମ ବା ଉତ୍ତମପୁରୁଷ ଏକବଚନ ବହୁବଚନ ମୁଁ ନାହିଁ, ଆମ୍ଭେ ନାହୁଁ ଆମ୍ଭେମାନେ ନାହୁଁ ଦ୍ୱିତୀୟ ବା ମଧ୍ୟମପୁରୁଷ ତୁ ନାହୁଁ, ତୁମ୍ଭେ ନାହଁ ତୁମ୍ଭେମାନେ ନାହଁ, ଆପଣ ନାହାନ୍ତି ଆପଣମାନେ ନାହାନ୍ତି ତୃତୀୟ ବା ଅଧମପୁରୁଷ ସେ ନାହିଁ, ସେ ନାହାନ୍ତି ସେମାନେ ନାହାନ୍ତି

ଅତୀତ କାଳ

୧ମ ପୁ, ମୁଁ ନ ଥିଲି, ଆମ୍ଭେ, ଆମ୍ଭେମାନେ ନ ଥିଲୁଁ ନ ଥିଲୁଁ ୨ୟ ପୁ, ତୁ ନ ଥିଲୁ, ତୁମ୍ଭେ ତୁମ୍ଭେମାନେ ନ ଥିଲ ନ ଥିଲ, ଆପଣ ନ ଥିଲେ ଆପଣମାନେ ନ ଥିଲେ ୩ୟ ପୁ ସେ ନ ଥିଲା ସେମାନେ ନ ଥିଲେ ସେ ନ ଥିଲେ

ଭବିଷ୍ୟତ କାଳ

୧ମ ପୁ, ମୁ ନ ଥିବି, ଆମ୍ଭେ ନ ଥିବୁଁ ଆମ୍ଭେମାନେ ନ ଥିବୁଁ ୨ୟ ପୁ ତୁ ନ ଥିବୁ, ତୁମ୍ଭେ ନ ଥିବ, ତୁମ୍ଭେମାନେ ନ ଥିବ, ଆପଣ ନ ଥିବେ ଆପଣମାନେ ନ ଥିବେ ୩ୟ ପୁ ସେ ନ ଥିବ, ସେ ନ ଥିବେ ସେମାନେ ନ ଥିବେ

ହୁଅଇ, ହୋଇଅଛିବିପରୀତ

ଅନୁବାଦ[ସମ୍ପାଦନା]

[ଦ୍ରଷ୍ଟବ୍ୟ —ଓଡ଼ିଶାରେ କ୍ରିୟା ପରେ ନାହିଁ ଶବ୍ଦଲାଗେ, ଯଥା—ମୁଁ ଖାଇ ନାହିଁ, ମୁଁ ଯାଉ ନାହିଁ ଇତ୍ୟାଦି ମାତ୍ର ସମ୍ୱଲପୁର କ୍ରିୟା ପୂର୍ବେ ନାହିଁ ଶବ୍ଦଲାଗେ, ଯଥା—ମୁଁ ନାହିଁ ଖାଇ ଓଡ଼ିଶାରେ ନ ଖାଉଚି, ନଖାଉଛି, ନଖାଇବି ପ୍ରଭୃତି ଶବ୍ଦର ବ୍ୟବହାର ଅଛି]

ଅ. (ସଂସ୍କୃତ - ନ; ନହି)[ସମ୍ପାଦନା]

ନାଁ — No; not.

(ହଇ—ବିପରୀତ)

ବିଶେଷ୍ୟ -[ସମ୍ପାଦନା]

୧. ମନା; ବାରଣ —୧. Denial.
୨. ଅସମ୍ମତି —୨. Disagreement; refusal.

ବିଶେଷଣ -[ସମ୍ପାଦନା]

ନଥିବା —Non-existing.

(ଯଥା—ନାହିଁ ମାମୁଠାରୁ କଣା ମାମୁଁ ଭଲ—ପ୍ରବଚନ)