ନାୟକ

ଉଇକିଅଭିଧାନ‌ରୁ

ନାୟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନାୟିକା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ନୀ ଧାତୁ=ନେବା+କର୍ତ୍ତୃ ଅକ)[ସମ୍ପାଦନା]

୧. କାବ୍ୟ ନାଟକାଦିରେ ବର୍ଣ୍ଣିତ ପ୍ରଧାନ ପୁରୁଷ — ୧. A hero in a drama, novel or story; the principal character in a fiction.

[ଦ୍ରଷ୍ଟବ୍ୟ —ସାହିତ୍ୟ ଦର୍ପଣ ଅନୁସାରେ ଦାନଶୀଳ, କୃତୀ, ସୁଶ୍ରୀ, ରୂପବାନ୍, ଯୁବକ, କାର୍ଯ୍ୟକୁଶଳ, ଲୋକରଞ୍ଜକ, ତେଜସ୍ୱୀ, ପଣ୍ଡିତ ଓ ସୁଶୀଳ ପୁରୁଷଙ୍କୁ ନାୟକ ବୋଲାଯାଏ ନାୟକ ୪ ପ୍ରକାର ଯଥା; ଧୀରୋଦାତ୍ତ, ଧୀରୋଦ୍ଧତ, ଧୀରଲଳିତ ଓ ଧୀରପ୍ରଶାନ୍ତ ଆତ୍ମଶ୍ମାଘାରହିତ, କ୍ଷମାଶୀଳ, ଗମ୍ଭୀର, ମହାବଳଶାଳୀ, ସ୍ଥିର ଓ ବିନୟସଂପନ୍ନ ନାୟକ ଧୀରୋଦାତ୍ତ, (ଯଥା; ରାମ, ଯୁଧିଷ୍ଠିର); ମୟାବୀ, ପ୍ରଚଣ୍ଡ, ଅହଂକାରୀ, ଆତ୍ମଶ୍ଳାଘୀ ନାୟକ ଧୀରୋଦ୍ଧତ (ଯଥା; ଭୀମସେନ, କାର୍ତ୍ତବୀର୍ଯ୍ୟ, କର୍ଣ୍ଣ); ନିଶ୍ଚିନ୍ତ, ମୃଦୁ ଓ ନୃତ୍ୟଗୀତାଦିପ୍ରିୟ ନାୟକ ଧୀରଲଳିତ (ଯଥା; ଅର୍ଜ୍ଜୁନ); ତ୍ୟାଗୀ ଓ କୃତୀ ନାୟକ ଧୀର ପ୍ରଶାନ୍ତ ଏହି ଚାରିପ୍ରକାର ନାୟକ ଦକ୍ଷିଣ, ଧୃଷ୍ଟ, ଅନୁକୂଳ ଓ ଶଠ ଭେଦରେ ପୁଣି ଚାରି ପ୍ରକାର ହୁଅନ୍ତି ଶୃଙ୍ଗାର ରସରେ ପ୍ରଥମେ ନାୟକଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରା ଯାଇଅଛି, ଯଥା; ପତି ଉପପତି ଓ ବୈଶିକ (ବେଶ୍ୟାନୁରକ୍ତ) ପତି ଚାରି ପ୍ରକାର ଯଥା; ଅନୁକୂଳ (ବିବାହିତା ସ୍ତ୍ରୀ ପ୍ରତି ଏକାନ୍ତ ଅନୁରକ୍ତ), ଦକ୍ଷିଣ (ଅନେକ ନାଗରୀଙ୍କ ପ୍ରତି ସମାନ ରୂପେ ଅନୁରାଗୀ), ଧୃଷ୍ଟ (ଆପଣା ସ୍ତ୍ରୀ ପ୍ରତି ଅପରାଧୀ ହୋଇ ତଦ୍ଦ୍ୱାରା ଅପମାନିତ ହୋଇ ସୁଦ୍ଧା ନିର୍ଲ୍ଲଜ୍ଜତା ପୂର୍ବକ ସ୍ତ୍ରୀଠାରେ ବିନୟକାରୀ) ଓ ଶଠ (ଛଳାବଲମ୍ୱନ କରି ନିଜର ଅପରାଧ ଗୋପନ କରିବାରେ ଚତୁର) ଉପପତି ଦୁଇ ପ୍ରକାର;—ବଚନ ଚତୁର ଓ କ୍ରିୟା ଚତୁର—ହିନ୍ଦୀ - ଶ.]

୨. ପ୍ରଣୟୀ ପୁରୁଷ; ପ୍ରେମାସକ୍ତ ବ୍ୟକ୍ତି —୨. A lover.
୩. ଦଳପତି —୩. The head of a band.
୪. ନେତା —୪. Leader.
୫. ପରିଚାଳକ; ପଥ ପ୍ରଦର୍ଶନ — ୫. A conductor; a guide.
୬. ଅଧ୍ୟକ୍ଷ; ଶ୍ରେଷ୍ଠ ବ୍ୟକ୍ତି —୬. A chief.
୭. ଦ୍ୱାରର ମଧ୍ୟମଣି — ୭. The central gem of a necklace.
୮. ପ୍ରଧାନ ବ୍ୟକ୍ତି; ପଧାନ —୮. Headman.
୯. ସେନାପତି —୯. Commander of an army.
୧. ଗୁରୁ; ଉପଦେଷ୍ଟା — ୧୦. A preceptor; a teacher.
୧୧. ଗୃହସ୍ୱାମୀ, ଗୃହକର୍ତ୍ତା —୧୧. House-holder; the head of a family.
୧୨. ସ୍ୱୀମୀ —୧୨. Husband.
୧୩. ଉପପତି —୧୩. A gallant; a paramour.
୧୪. ଅଗ୍ରେସାରକ —୧୪. A pioneer.
୧୫. ମଙ୍ଗଳ ଗୀତ ଗାୟକ — ୧୫. A singer of benedictory songs.
୧୬. ଓସ୍ତାତ୍; ଯେ ସଙ୍ଗୀତ ଓ ବାଦ୍ୟାଦି ବିଦ୍ୟା ଉତ୍ତମରୂପେ ଶିକ୍ଷା ଦେଇ ପାରନ୍ତି; କଳାବନ୍ତ ବ୍ୟକ୍ତି; ସଙ୍ଗୀତ କଳାରେ ନିପୁଣ ବ୍ୟକ୍ତି —୧୬. An expert music master; an expert musician.

[ଦ୍ରଷ୍ଟବ୍ୟ —ଯେ ସଙ୍ଗୀତ ଶାସ୍ତ୍ରର ମର୍ମ ଉତ୍ତମରୂପେ ଜାଣନ୍ତି, ଯେ ମାର୍ଗ ଏବଂ ଦେଶୀ ଏ ଦୁଇ ମତର ସଙ୍ଗୀତ ବୋଲି ପାରନ୍ତି, ଯେ

ଗାନ, ବାଦ୍ୟ ଓ ନୃତ୍ୟ ଉତ୍ତମରୂପେ ଶିଖାଇ ପାରନ୍ତି, ଯେ ରସ ଓ ଅଳଙ୍କାର ଜାଣନ୍ତି, ଯେ ସକଳ ଗୁଣ ଓ ଦୋଷର ପରୀକ୍ଷକ, ଯେ ଅନ୍ୟର ଅଭିପ୍ରାୟ ବୁଝି ପାରନ୍ତି, ଯେ କ୍ଷମାଶୀଳ, ଯଶୋଭିଳାଷୀ; ଦାତା, ପବିତ୍ରାତ୍ମା ଓ ସର୍ବଗୁଣାଳକୃତ ବ୍ୟକ୍ତି ଏମାନଙ୍କୁ 'ନାୟକ' ଆଖ୍ୟା ଦିଆଯାଏ ] 

୧୭. ବର୍ଣ୍ଣବୃତ୍ତ ବିଶେଷ (ହିନ୍ଦୀ - ଶବ୍ଦସାଗର) — ୧୭. A kind of metre.
୧୮. ଦୀପକ ରାଗର ପୁତ୍ର ରାଗବିଶେଷ (ହିନ୍ଦୀ - ଶ.) — ୧୮. Name of a musical tune.
୧୯. ଶ୍ରେଷ୍ଠ ବା ପ୍ରସିଦ୍ଧ ବ୍ୟକ୍ତି —୧୯. A distinguished or pre-eminent personage (Apte).
୨. ଉଦାହରଣ; ଆଦର୍ଶ —୨୦. A paradigm; a leading example (Apte).
୨୧. ଶାକ୍ୟମୁନି —୨୧. The Buddha (Apte).

ସଂସ୍କୃତ - ବିଶେଷଣ - ପୁଂ.[ସମ୍ପାଦନା]

୧. ନେତା; ଦଳଚାଳନକାରୀ — ୧. Leading; conducting; guiding a party.
୨. ଶ୍ରେଷ୍ଠ; ଉତ୍କୃଷ୍ଟ —୨. Best; excellent.

ଇନ୍ଦୁ ବଜ ଫିଙ୍ଗିବା ପରାୟେ ବାହ୍ଲିକ, ଫିଙ୍ଗିଲେ ଭୀମ ଉରେ ଶକତି ନାୟକ କୃଷ୍ଣସିଂହ. ମହାଭାରତ. ଦ୍ରୋଣ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ରାଜା —୧. King.

କହିବା ଏବେ ଶୁଣ ହସ୍ତିନା ନାୟକ କୃଷ୍ଣସିଂହ. ମହାଭାରତ. ଆଦି

୨. ନାହାକ; ଜ୍ୟୋତିଷ ଶାସ୍ତ୍ର ଚର୍ଚ୍ଚାକାରୀ ଜାତି; ଗଣକ ଓ ପ୍ରାଥମିକ ପାଠଶାଳାର ଶିକ୍ଷକ ଓ ଗଣିତ ଶାସ୍ତ୍ରଜ୍ଞ ଜାତିବିଶେଷ — ୨. The astrologer caste of Orissa.
୩. ଶୂଦ୍ରମାନଙ୍କର ବଂଶଗତ ଉପାଧିବିଶେଷ — ୩. A family-title of some Ṡūdras.
୪. କ୍ଷତ୍ରିୟଙ୍କ ବଂଶୋପାଧିବିଶେଷ — ୪. A family title of some Kshyatriyas.
୫. ଆଧୁନିକ ଭାରତୀୟ ନିର୍ଦ୍ଦିଷ୍ଟ ସଂଖ୍ୟକ ସିପାହୀଙ୍କ ସର୍ଦ୍ଦାର; କାପ୍ତାନ୍ —୫. Nayak; captain of a small unit of soldiers.
୬. ପାଣ, ଶବର ଆଦିଙ୍କ ବଂଶୋପାଧିବିଶେଷ — ୬. A family-title of some Pāṇas and Ṡabaras.