ନି

ଉଇକିଅଭିଧାନ‌ରୁ

ନି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ଅ[ସମ୍ପାଦନା]

ଉପସର୍ଗ ବିଶେଷ [ନିଷେଧ, ନିବୃତ୍ତ ବା ଅଭାବ, ନିକୃଷ୍ଟତା, ନିଶ୍ଚୟ, ସମୀପ ବା ନୈକଟ, ନିଦର୍ଶନ, ସଂଶୟ, ନିତ୍ୟତା ଆଶ୍ରୟ, ଦାନ, ମୁକ୍ତି, ବନ୍ଧନ, ଅଭାବ, ଅଧୋଭାବ, ବିନ୍ୟାୟ, ସାକଲ୍ୟ, ସାମ୍ୟକ୍ ,ଦ୍ଭୃଶ, କୌଶଳ, ଉପରମ, ଉତ୍କୃଷ୍ଟତା, ସମ୍ପୂର୍ଣ୍ଣତା, ନିମ୍ନତା, ଆଦେଶ, ଅତ୍ୟନ୍ତ, ସନ୍ଦେହ, ସ୍ଥିରତା, ଅଙ୍ଗୀକରଣ ଇତ୍ୟାଦି ଅର୍ଥରେ ଧାତୁ ପୂର୍ବରେ ଏହାର ପ୍ରୟୋଗ ହୁଏ] — A prefix indicating, prohibition, want, inferiority, certainty, proximity, pointing out, doubt, blame, constancy, refuge, giving, liberation, bidding, bending low, arrangement, whole, speciality, intensity, skill, cessation, excellence, completion, lowness, order, excess.

[ଦ୍ରଷ୍ଟବ୍ୟ —ନି ଉପସର୍ଗର ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗର ଉଦାହରଣ—ଅଧୋଭାବ, ଅଧୋଗତି ଯଥା—ନିପାତ, ନିଷାଦ ସାକଲ୍ୟ, ସମୂହ ଯଥା—ନିକର ନିକାୟ ବିଶେଷ ରୂପେ ଯଥା— ନିକାମ, ନିଗୃହୀତ ଆଦେଶ ଯଥା—ନିଦେଶ ନିତ୍ୟତା , ସ୍ଥାୟିତ୍ୱ ଯଥା—ନିବେଶ ନୈପୁଣ୍ୟ ଯଥା—ନିପୁଣ ଅବରୋଧ ବା ବନ୍ଧନ

ଯଥା—ନିବନ୍ଧ ଅନ୍ତର୍ଗତ କରଣ ଯଥା—ନିପୀତ ନୈକଟ୍ୟ ଯଥା—ନିକଟ ଅପମାନ, ଅନ୍ୟାୟ, ଅତ୍ୟାଚାର ଯଥା—ନିକୃତି, ନିକାର, ନିଗୃହୀତ ଦେଖାଇବା ଯଥା—ନିଦର୍ଶନ ନିବୃତ୍ତ ଯଥା—ନିବୃତ୍ତ ଆଶ୍ରୟ ଆଶ୍ରୟ କ୍ଷଥା—ନିଳୟ ଫିଙ୍ଗିବା, ଦେବା ଯଥା—ନିକ୍ଷେପ ଆପ୍ତେ] 

୨. (ନିଷାଦ ସ୍ୱରର ସାଙ୍କେତିକ) ହିନ୍ଦୁ ସଙ୍ଗୀତର ସପ୍ତସ୍ୱର (ସା ରି ଗା ମା ପା ଧା ନି) ମଧ୍ୟରୁ ସପ୍ତମ ସ୍ୱର — ୨. The abbreviation for ୭th tone of the gamut of the Hindu music.

ଦେଶଜ - ଅ (ନଞ୍ଜର୍ଥକ ସଂସ୍କୃତ - ଉପସର୍ଗ ନିର୍)[ସମ୍ପାଦନା]

୧. ବିଶେଷ୍ୟ ଓ ବିଶେଷଣ ଶବ୍ଦ ପୂର୍ବରେ ନାହିଁ ଅର୍ଥରେ ଯୁକ୍ତ ଉପସର୍ଗ —୧. Negative prefix attached to words (corresponding to the Sanskrit prefix 'Nir'.)

(ଯଥା—ନିଅଣ୍ଟ, ନିପାରିଲାର. ନିଅଂଶ, ନିଖୁଟ, ନିପାଠିଆ, ନିପାଣିଆ, ନିଦୟା, ନିଜୋରିଆ ଇତ୍ୟାଦି]

୨. (କଚିରିଆ; ସଂସ୍କୃତ - ନିବେଦନର ସାଙ୍କେତିକ) (ଅମୁକର) ନିବେଦନ ଏହି —୨. (an abbreviation used by scribes for) This is the humble request of (so and so).
୩. (କଚିରିଆ; ସଂସ୍କୃତ - ନିବେଦନର ସାଙ୍କେତିକ)— ନିବେଦନ —୩. (abbreviation) Petitioner.

[ଦ୍ରଷ୍ଟବ୍ୟ —୨ୟ ଓ ୩ୟ ଅର୍ଥ ସମ୍ୱନ୍ଧେ ନୋଟ୍—ପତ୍ରର ଶେଷରେ ଲେଖଙ୍କର ନାମ ପୂର୍ବରେ ଏହା ଲେଖାଯାଏ, ଯଥା— ନି ଗୋପାଳର= ଗୋପାଳର ନିବେଦନ ଏହି (୨ୟ ଅର୍ଥ) ନି ଗୋପାଳ= ଏ ପତ୍ରର ନିବେଦକ ଗୋପାଳ ଅଟେ (୩ୟ ଅର୍ଥ)

୪. (କଚିରିଆ; ସଂସ୍କୃତ - ନିବେଦନର ସାଙ୍କେତିକ)— ନିବେଦନ —୪. (abbreviation) Submission; humble request

[ଦ୍ରଷ୍ଟବ୍ୟ —ପତ୍ରର ଅଙ୍ଗରେ ମଧ୍ୟ କଚିରିଆ ଓ କରଣା ଲେଖକମାନେ ନିବେଦନ ଶବ୍ଦ ପରିବର୍ତ୍ତେ କେବଳ ଏହି ଅକ୍ଷରଟି ଲେଖନ୍ତି, ଯଥା—ଧର୍ମାବତାର ! ନିର କାରଣ ଏହିକି]

୫. (କଚିରିଆ; ସାଙ୍କେତିକ)—ନିଶାଣଦାର — ୫. (abbreviation) Identifier.
୬. (ଅନ୍ୟରୂପ'ଣି') ସମାପ୍ତ୍ୟର୍ଥକ ଅଦ୍ୟତନ ଅତୀତକାଳ ବୋଧକ କ୍ରିୟା ସଙ୍ଗେ ଯୁକ୍ତ ଅକ୍ଷର — ୬. A particle used after a verb of the past perfect tense indicating completion.

ଯେବେ ଆସିଲେଣି ଅବଶ୍ୟ ଆଲିଙ୍ଗନ, କରି ସ୍ଥିର କରିବେ ମୋର ଆପଘନ କୃଷ୍ଣସିଂହ. ମହାଭାରତ ବନ

୭. (ଅଦ୍ୟତନ ଅତୀତ କାଳର କ୍ରିୟା ପରେ ଯୋଗ ହେବା ନିଶ୍ଚିତାର୍ଥସୂଚକ ଅବ୍ୟୟ) ନିଶ୍ଚେ — ୭. (A particle used after a verb of the past perfectt tense indicating certainly) Certainly.

ହେଲିନି ଯେ କୁନ୍ଦକଳି ଦଶନା ଏ ସରିକିରେ କବିସୂର୍ଯ୍ୟ କିଶୋରୀ ଚମ୍ପୂ. ତ ଗୀତ

୮. (ତର୍କଣାର୍ଥକ) ବୋଧ ହୁଏ; ପରା — ୮. (Added to a verb indicating probability) It seems; perhaps; probably.

କେଡ଼େ ହେବନି ଏବେ ପୟୋଧର? ଭଞ୍ଜ. ସୁବର୍ଣ୍ଣରେଖା

[ଦ୍ରଷ୍ଟବ୍ୟ —୬/ ୭/୮: ଅର୍ଥ ସ୍ଥଳରେ ଅନ୍ୟରୂପ 'ଣି' ହୁଏ]

୯. (ସଂସ୍କୃତ - ନହି) 'ନାହିଁ' ଶବ୍ଦର ଉଚ୍ଚାରଣରେ ସଂକ୍ଷିପ୍ତ ଆକାର, (ନିଁ—ଅନ୍ୟରୂପ) — ୯. (a negative particle joined to verbs in the past, present and future tenses, corresponding to the Engligh abbreviation 'nt' 'do nt' (=do not), 'did' nt' (=did not), 'sha' nt' (=shall not)-Not

ଯଥା—ମୁଁ ଭାତ ଖାଇବି; ସେ ଘରକୁ ଯାଇନି, ରାମ ଆଜି ଆସିବନି ଇତ୍ୟାଦି)

ଗ୍ରାମ୍ୟ - (ଇତର) ଅ[ସମ୍ପାଦନା]

(ବାଉରୀ, କଣ୍ଡରା, ପାଣ, ହାଡ଼ି ଆଦି ନୀଚ ଜାତିଙ୍କଦ୍ୱାରା ବ୍ୟବହୃତ) ଭୂତକାଳ ୧ମ ପୁରୁଷ ଏକବଚନ କ୍ରିୟାରେ ବ୍ୟବହୃତ —Inflection used by low class illiterate people in the ୧st person, singular, past tense.

[ଦ୍ରଷ୍ଟବ୍ୟ —ସାଧାରଣତଃ ଲୋକେ ମୁଁ ଗଲି, ମୁଁ ଖାଇଲି ଇତ୍ୟାଦି କହନ୍ତି, ମାତ୍ର ନୀଚ ଜାତିର ଲୋକେ ମୁଁ ଗନି, ମୁଁ ଖାଇନି ଇତ୍ୟାଦି କହନ୍ତି]

ଅନୁବାଦ[ସମ୍ପାଦନା]

ପ୍ରାଦେଶିକ - ଅ.[ସମ୍ପାଦନା]

୧. (ଯାଜପୁର) (କ)—ବାକ୍ୟଶେଷରେ 'ଣି' ଓଟି ସ୍ଥାନରେ ଅନୁରୋଧ ଓ ଅଳିରେ ବ୍ୟବହୃତ — ୧. (a particle used in imperative mood to denote pressing request) Will you please do (so and so).

(ଯଥା—ଅମପକ ବିଷୟ ମତେ କହନି= କହିବୁଟି?)

(ଖ) ପ୍ରଶ୍ନାର୍ଥକ —୨. (interrogative) Will you not; wont you (do and so)

୨. (ସମ୍ୱଲପୁର; କଚିରିଆ) (ନିବାସୀ ଶବ୍ଦର ସାଙ୍କେତିକ)— ଅମୁକ ସ୍ଥାନର ନିବାସୀ —୨. (An abbreviation used by scribes) Resident of.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ କଚିରିଆ ଲେଖାଳିମାନେ ସାକିନ୍ ସ୍ଥାନରେ ଯେଉଁପରି ସା ଲେଖନ୍ତି, ସମ୍ୱଲପୁରରେ ସେହିପରି ନିବାସୀ ଶବ୍ଦର ସାଙ୍କେତିକ ନି ଲେଖାଯାଏ; ଯଥା—ଗୋପାଳ ଚନ୍ଦ୍ର ନି କଟକ= କଟକ ନିବାସୀ ଗୋପାଳଚନ୍ଦ୍ର]

୩. (ଜୟପୁର) ଶିଶୁ ଓ ସାନପିଲାମାନଙ୍କ ପ୍ରତି ସ୍ନେହ ସମ୍ୱୋଧନ — ୩. (interjection) A term of endearment applied to children.

[ଦ୍ରଷ୍ଟବ୍ୟ —ଏହାର ଅନ୍ୟରୂପ ବାଳିକାଙ୍କ ପ୍ରତି ନିନୀ ଓ ବାଳକଙ୍କ ପ୍ରତି ନିନା]