Jump to content

ନିଠାଇବା

ଉଇକିଅଭିଧାନ‌ରୁ

ନିଠାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ନିଟାଇବା, ନିଟେଇବା, ନିଠାଆଇବା, ନିଠେଇବାଅନରୂପ

ଦେଶଜ - କ୍ରି. (ସଂସ୍କୃତ - ନିଷ୍ଠା; ପ୍ରା. ନିଟ୍ ଠା)[ସମ୍ପାଦନା]

୧. ଦୃଢ଼ଭାବରେ କୌଣସି କଥା କରିବା — ୧. To do a thing throughly or firmly.
୨. ଧୀରଭାବରେ ଦୃଢ଼ ଉଚ୍ଚାରଣପୂର୍ବକ କଥା କହିବା — ୨. To speak a thing with emphasis and slowness.
୩. କୌଣସି କାର୍ଯ୍ୟ ତନ୍ନ ତନ୍ନ କରି ବୁଝି କରିବା — ୩. To do a thing deliberately.
୪. ଦାନ୍ତ ଚିପି କରି କଥା କହିବା — ୪. To speak by shutting the jaws.
୫. ନିଷ୍ଠାର ସହିତ କାର୍ଯ୍ୟ କରିବା — ୫. To persevere.
୬. ମଠେଇବା; ବିଳମ୍ୱ କରିବା — ୬. To do a thing slowly or tardily.
୭. ଜୋର୍ କରିବା —୭. To use force.

ବାଜନ୍ତେ ମାରଗଳି ଗଣ ନିଠିଆଇ ପଳାଇଲେ ଦାନବେ ଭୟେ ପିଠିଆଇ—କୃଷ୍ଣସିଂହ. ମହାଭାରତ. ବନ