ନିର୍ମାଲ୍ୟ

ଉଇକିଅଭିଧାନ‌ରୁ

ନିର୍ମାଲ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ନିର୍+ମାଲ୍ୟ)[ସମ୍ପାଦନା]

୧. ଦେବତାଙ୍କର ପ୍ରସାଦୀ ମାଳା ଓ ଫୁଲ ଆଦି — ୧. Garlands and flowers taken out from the immage of a Deity.

[ଦ୍ରଷ୍ଟବ୍ୟ —ଦେବତାଙ୍କୁ ଅର୍ପିତ ବିସର୍ଜନ ପୂର୍ବରୁ ନୈବେଦ୍ୟ ଓ ବିସର୍ଜନ ପରେ ନିର୍ମାଲ୍ୟ ହୁଏ ହିନ୍ଦୀ - ଶ.]

୨. ଦେବତାଙ୍କ ଛଡ଼ାଫୁଲ — ୨. Flowers put off from a Deity.
୩. ଦେବତାଙ୍କ ପ୍ରସାଦ — ୩. Offerings to a Deity.

ଦେବଦତ୍ତ ନିର୍ମାଲ୍ୟ ଦେଇ ପିତା ପାଶେ, ଠିଆ ହୋଇଲେ ହସ୍ତ ଯୋଡ଼ି ବକ୍ତିବଶେ କୃଷ୍ଣସିଂହ. ମହାଭାରତ. ବନ

୪. (ନିର୍ମାଲ୍ୟ+ଭାବ. ଯ)—ନିର୍ମଳତା — ୪. Purity; stainlessness.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପୁରୀର ଜଗନ୍ନାଥ ବା ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୂଙ୍କ ମହାପ୍ରସାଦ ଆନ୍ନକୁ ଶୁଖାଇ କରି ରଖାଯିବା ପ୍ରସାଦ —Boiled rece-offering of the Deity Jagannātha (of Puri) and of Liṁgarāja of Bhubaneswar) which is dried in the sun and kept for being partaken of in lieu of Mahāprasāda when it is not available.

[ଦ୍ରଷ୍ଟବ୍ୟ —ଦୂର ଦେଶରେ ଓ ଯେଉଁ ସ୍ଥାନରେ ବା ସମୟରେ ଅନ୍ନ ମହାପ୍ରସାଦ ମିଳିବ ନାହିଁ ଏପରି ସ୍ଥଳରେ ମହାପ୍ରସାଦ ପରିବର୍ତ୍ତରେ ବ୍ୟବହାର କରାଯିବା ଲାଗି ଲୋକ ଅନ୍ନ ମହାପ୍ରସାଦକୁ ଶୁଖାଇକରି ରଖି ଥାଆନ୍ତି କେହି କେହି ପ୍ରତିଦିନ ପୂଜା ବନ୍ଦନାଦି କରି ସାରି କଣିକାଏ ନିର୍ମାଲ୍ୟ ସେବନ କରନ୍ତି ଏହି ନିର୍ମାଲ୍ୟ ପରସ୍ପରଙ୍କ ମୂଖକୁ ଦିଆଦେଇ ହୋଇ ଲୋକ 'ନିର୍ମାଲ୍ୟ' ବନ୍ଧୁତା ବସନ୍ତି]

ବିଶେଷଣ -[ସମ୍ପାଦନା]

୧. (ନିର୍+ମଳ+ଯ) ନିର୍ମଳ; ପରିଷ୍କୃତ — ୧. Claen; limpid.
୨. (ନିର୍+ମାଲ୍ୟ) ମାଲ୍ୟରହିତ — ୨. Destitute of garland.