ନୀଳ

ଉଇକିଅଭିଧାନ‌ରୁ

ନୀଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନୀଳ୍ ଧାତୁ=କଳା ରଙ୍ଗ କରିବା+କରଣ. ଅ)[ସମ୍ପାଦନା]

୧. ନେଳି ରଙ୍ଗ —୧. Blue colour.
୨. ନୀଳ ଗୁଳ୍ମ —୨. Indigo plant; Indigofera Tinctoria.

[ଦ୍ରଷ୍ଟବ୍ୟ —ନୀଳ ଗୁଳ୍ମ ଉଚ୍ଚରେ ୨୩: ହାତ ବଢ଼େ ଏହା ଶିମ୍ୱାଦି ବର୍ଗର କୃଷିଜାତ ଗୁଳ୍ମ ପ୍ରାୟ ୩ ଜାତିର ପତ୍ରମାନ ଡାଳର ଦୁଇ ପାଖରେ ପଂକ୍ତିବନ୍ଧ ହୋଇ ଲାଗିଥାଏ ମଞ୍ଜରୀରେ ଫୁଲ ଧରେ ଓ ମୋଟ ମୋଟ ଛୁଇଁ ହୁଏ ପ୍ରତ୍ୟେକ ଛୁଇଁରେ ୮୧:ଟି ଶିମ୍ୱ ମଞ୍ଜି ପରି ମଞ୍ଜି ଥାଏ ଏ ଗଛକୁ ଶୁଖାଇ କିଛି ଦିନ ପାଣିରେ

ବତୁରାଇ ସଢ଼ାଇଲେ ନୀଳ ରଙ୍ଗ ତଳେ ବସିଯାଏ ଓ ସେ ପାଣିକୁ ନିଗାଡ଼ି କରି ରଙ୍ଗ ବାହାର କରାଯାଏ ବହୁ ପୂର୍ବ କାଳରେ ଭାରତରେ ପ୍ରଥମେ ଏ ଗୁଳ୍ମରୁ ନୀଳ ରଙ୍ଗ ଆମଦାନି କରାଯାଉଥିଲା ଖ୍ରୀଷ୍ଟ ଜନ୍ମର ୮ ଅବ୍ଦରେ ଭାରତରୁ ବିଦେଶକୁ ନୀଳ ରଙ୍ଗ ପଠା— ଯାଉଥିବାର ଗ୍ରୀକ୍ ଲେଖକମାନେ ଲେଖି ଅଛନ୍ତି ପୂର୍ବେ ଗୁଜରାଟ ଅଞ୍ଚଳରୁ ଇଉରୋପକୁ ନୀଳ ରଙ୍ଗ ପଠା ଯାଉଥିଲା ଇଷ୍ଟ ଇଣ୍ଡିଆ କୋମ୍ପାନି ବଙ୍ଗ ବିହାର ଓଡ଼ିଶାରେ ନୀଳର କୃଷି କରି ଅନେକ ସ୍ଥାନରେ ନୀଳ ତିଆରି କରିବା ପାଇଁ କୋଠିମାନ କଲେ ନୀଳ ଫସଲ ଗଛର ଜାତି ଓ ଦେଶ ଅନୁସାରେ ୩ ମାସଠାରୁ ୧୮: ମାସ ପର୍ଯ୍ୟନ୍ତ ରହେ ଓ ଥରେ ଗଛକୁ କାଟି ନେଲେ ପୁଣି ସେଥିରୁ କୁଆଁ ବାହାରେ କଞ୍ଚା ବା ଶୁଖିଲା ଗଛକୁ ୧୨୧୪: ଘଣ୍ଟା ବତୁରାଇଲେ ପାଣି ନେଳି ହୁଏ, ସେ ପାଣିକୁ ମନ୍ଥନ କରି ନିଆଁ ଉପରେ ରଖି ଫୁଟାଇଲେ ନୀଳ ପାତ୍ରର ତଳକୁ ବସି ଯାଏ ସେହି କାଦୁଆ ନୀଳକୁ ପଟି ଉପରେ ରଖି ଚାପ ଦେଲେ ପାଣି ନିଗିଡ଼ି ଯାଏ ଓ ନୀଳ ପରସ୍ତ ପରସ୍ତ ହୋଇ ବସି ଯାଏ ତାହାକୁ ଖଣ୍ଡ ଖଣ୍ଡ କରି କାଟି ବାଣିଜ୍ୟାର୍ଥ ପଠାଯାଏ ବଙ୍ଗଦେଶର ସାହେବମାନେ ୧୫୨: ବର୍ଷ ତଳେ ନୀଳ ଚାଷ ଓ ଆମଦାନି କରିବାର ଏକଚେଟିଆ ଅଧିକାର ସରକାରଙ୍କଠାରୁ ପାଇ ପ୍ରଜାମାନଙ୍କଦ୍ୱାରା ନୀଳ ଚାଷ କରାଇ ଆପଣାର କୋଠିମାନଙ୍କରେ ନୀଳ ତିଆରି କରାଯାଉଥିଲେ ବର୍ତ୍ତମାନ ବୈଜ୍ଞାନିକ ପ୍ରଣାଳୀରେ ନୀଳ ରଙ୍ଗ ତିଆରି ହେବାରୁ ଭାରତରୁ ନୀଳର କୃଷି ଉଠି ଯାଇଅଛି ] 

୩. ନୀଳାଚଳ —୩. Name of a range of mountains; the Nilgiris.

[ଦ୍ରଷ୍ଟବ୍ୟ —ଆସାମରେ ଉତ୍ତର ନୀଳାଚଳ ଓ ଓଡ଼ିଶାରେ ଦକ୍ଷିଣ ନୀଳାଚଳ ଓ ଦାକ୍ଷିଣାତ୍ୟର ନୀଳଗିରି ପର୍ବ୍ୱତମାଳାକୁ 'ନୀଳ' ନାମରେ ଅଭିହିତ କରାଯାଏ ]

୪. ଇନ୍ଦ୍ର ନୀଳମଣି —୪. A gem; sapphire.
୫. କୁବେରଙ୍କର ନୀଳ ନାମକ ନିଧି —୫. One of the ୯ divine treasures God Kubera.

[ଦ୍ରଷ୍ଟବ୍ୟ —କୁବେରଙ୍କର ନବ ନିଧି ମଧ୍ୟରୁ ଏହା ଏକ ]

୬. ରାମାୟଣ ବର୍ଣ୍ଣିତ ବାନର ସେନାପତି — ୬. Name of a monkey general mentioned in the Rāmāyaṇa.

[ଦ୍ରଷ୍ଟବ୍ୟ —ଏ ଅଗ୍ନିଙ୍କର ପୁତ୍ର ଥିବାର କଥିତ ]

୭. ନିର୍ଗୁଣ୍ଡୀ ବା ବେଗୁନିଆ ଗଛ — ୭. A small tree; Vitex Nigundi.
୮. ଲାଞ୍ଛନ; ଚିହ୍ନ —୮. A spot or mark.
୯. ବଟ ବୃକ୍ଷ —୯. The banyan tree; Ficus Indica.
୧. କାଚ ଲବଣ —୧୦. The black salt.
୧୧. ବିଷ —୧୧. Poison.
୧୨. ଭୂଇଁଅଏଁଳା; ତାଳୀଶପତ୍ର — ୧୨. A species of plant; Flacourtia Cataphracta.
୧୩. ସୌବିରାଞନ —୧୩. Antimony; collyrium.
୧୪. ତୁତ୍ଥ; ତୁତିଆ —୧୪. Blue virtriol.
୧୫. ଏକପ୍ରକାର ନେଳିଆ ଶାରୀ — ୧୫. The blue or hill maina bird. (M.W.)
୧୬. କଳା ରଙ୍ଗର ଷଣ୍ଢ ବା ବଳଦ — ୧୬. An ox or bull of dark colour (M.W.).
୧୭. (ନାମ) ରାଜା ଯଦୁଙ୍କର ଏକ ପୁତ୍ର — ୧୭. Name of a son of king J̄adu.
୧୮. (ନାମ) ଅଜାମୀଢ଼ର ଏକ ପୁତ୍ର — ୧୮. Name of a son of Ajāmīṟḍ̠ẖa.
୧୯. (ନାମ) ଇଳାବୃତ ଦେଶର ଉତ୍ତରକୁ ଲାଗିଥିବା ପୌରାଣିକ ପର୍ବତବିଶେଷ —୧୯. Name of a mythological moutain immediately north of Iḻābṛuta or the central division of ancient India.
୨. (ମହାଭାରତୋକ୍ତ) ମାହିଷ୍ମତୀର ଏକ ରାଜା — ୨୦. Name of a king of Mahishmatī.
୨୧. ଦଶ ହଜାର ଅର୍ବୁଦ ସଂଖ୍ୟା (ହିନ୍ଦୀ - ଶ.) — ୨୧. A number; ten trillions.

[ନୀଳତା (ତ୍ୱ)—ବି]

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ନୀଳବର୍ଣ୍ଣବିଶିଷ୍ଟ — ୧. Blue.
୨. କାଳିଆ —୨. Of a dark colour.
୩. ନୀଳ ରଙ୍ଗରେ ରଞିତ — ୩. Dyed with indigo.

(ନୀଲ୍—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ନାଳମଣିର ଡାକନାମ — ୧. Name for calling Nīḻamaṇi.
୨. ଆଫ୍ରିକାର ବୃହତ୍ତମ ନଦୀ — ୨. The river Nile of Africa.

[ଦ୍ରଷ୍ଟବ୍ୟ —ଏହା ଭିକ୍ଟୋରିଆ ନାଏଞ୍ଜା ହ୍ରଦରୁ ବାହାରି ମିଶର୍ ବାଟେ ଆଲେକ୍ଜାଣ୍ଡ୍ରିଆଠାରେ ଭୂମଧ୍ୟସାଗରରେ ପଡ଼ିଅଛି ]

୩. ନୀଳ ଗାଈ (ଦେଖ) - ୩. Nīḻagāī (See)



ନୀଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି—(ନୀଳ+ସ୍ତ୍ରୀ. ଆ)[ସମ୍ପାଦନା]

୧. ନୀଳବର୍ଣ୍ଣ ମକ୍ଷିକା — ୧. The blue bottle.
୨. ନୀଳ ପୁନର୍ନବା —୨. A kind of pot herb.
୩. ନୀଳ ଗୁଳ୍ମ —୩. Indigo plant.
୪. ମାଳବ ରାଗର ପତ୍ନୀ, ରାଗିଣୀବିଶେଷ — ୪. Name of a minor musical tune.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନୀଳମଣି)[ସମ୍ପାଦନା]

ନୀଳମଣି

ଓଡ଼ିଆ[ସମ୍ପାଦନା]

Sapphire.

ଗ୍ରାମ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଲୀଳା); କ୍ରୀଡ଼ା —୧. Sport.
୨. ଯାତ୍ରା; ପୌରାଣିକ ଆଖ୍ୟାନର ନାଟ —୨. Dance representing mythological subjects.

(ଯଥା—ରାମଲୀଳା; କୃଷ୍ଣଲୀଳା, ଭାରତଲୀଳା ଇତ୍ୟାଦି)

୩. ନୀଳମଣି ନାମକ ଏକ ପୁରୁଷର ଓ ସ୍ତ୍ରୀର ଡାକ ନାମ — ୩. Name for calling a male or female named Nīḻamaṇi.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

(ସଂସ୍କୃତ - ନୀଳ) ନେଳିଆ; ନୀଳବର୍ଣ୍ଣଯୁକ୍ତ — Blue.

ନୀଳା ଭେଳା କରିବାକୁ ବିହାର—ଭ଼ଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ