ନୁରଜାହାନ୍
ଦେଖଣା
ନୁରଜାହାନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାମ)
[ସମ୍ପାଦନା]ମୋଗଲ ସମ୍ରାଟ ଜାହାଙ୍ଗିରଙ୍କ ପାଟରାଣୀ —The queen of Jahangir, the Moghal Emperor of India.
[ଦ୍ରଷ୍ଟବ୍ୟ —ଏ ଶବ୍ଦର ବ୍ୟୁତ୍ପତ୍ତିଗତ ଅର୍ଥ ଜଗଜ୍ଜ୍ୟୋତିଃ ଏହାଙ୍କର ବାଲ୍ୟକାଳର ନାମ ଥିଲା ମେହର୍ଉନ୍ନିସା; ଏ ଜଣେ ଦରିଦ୍ର କନ୍ୟା ଥିଲେ ଆକ୍ୱରଙ୍କ ଉଆସରେ ଆବାଲ୍ୟ ପ୍ରତିପାଳିତ ହୋଇ ଏ ନିଜର ଅପୂର୍ବ ସୌନ୍ଦର୍ଯ୍ୟରେ ରାଜକୁମାର ସେଲିମଙ୍କର ପ୍ରୀତି ଆକର୍ଷଣ କରିଥିଲେ ଆକ୍ୱର୍ ଏହା ଜାଣିପାରି ଏ ବୟଃପ୍ରାପ୍ତା ହେଲା ପରେ ଏହାଙ୍କୁ ସେର୍ଆଫଗାନ୍ ନାମକ ଆପଣାର ଜଣେ ସେନାପତିଙ୍କ ସଙ୍ଗେ ବିବାହ ଦେଇ ଦମ୍ପତିଙ୍କୁ ବଙ୍ଗପ୍ରଦେଶକୁ ପଠାଇ ଦେଲେ ଆକ୍ୱରଙ୍କ ପରେ ଜାହାଙ୍ଗିର ସମ୍ରାଟ ହୋଇ ସେରଆଫଗାନଙ୍କୁ ଷଡ଼ଯନ୍ତ୍ରଦ୍ୱାରା ହତ୍ୟା କରାଇ ମେହେର୍ଉନ୍ନିସାଙ୍କୁ ବିବାହ କରି ପାଟରାଣୀରୂପେ ନିଜ ଉଆସକୁ ଆଣିଲେ ତତ୍ତ୍ୱରେ ଏହାଙ୍କର ନୁର୍ଜାହାନ୍ ନାମ ହେଲା ଏ ବଡ଼ ବୁଦ୍ଧିମତୀ ଓ ବିଳାସପ୍ରିୟା ଥିଲେ ରାଜକାର୍ଯ୍ୟର ଅର୍ଦ୍ଧ୍ୱେକ ଭାର ଏହାଙ୍କ ଉପରେ ନ୍ୟସ୍ତ ଥିଲା
ଜାହାଙ୍ଗିରଙ୍କ ଛବି ସଙ୍ଗେ ଏହାଙ୍କ ମୂର୍ତ୍ତି ମଧ୍. ମୋଗଲ ମୁଦ୍ରା ଉପରେ ଅଙ୍କିତ ରହୁଥିଲା; ଏ ଗୋଲାପ ପ୍ରଥମ ଆବିଷ୍କର୍ତ୍ତ୍ରୀ ବୋଲି ପ୍ରସିଦ୍ଧ]