ନେତ

ଉଇକିଅଭିଧାନ‌ରୁ

ନେତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନେତ୍ର= ବସ୍ତ୍ରବିଶେଷ; ଓଢ଼ଣା)[ସମ୍ପାଦନା]

୧. ବାଳିକାମାନଙ୍କର ପିନ୍ଧିବା ଏକ ପ୍ରକାର ସୂକ୍ଷ୍ମ ପଟ୍ଟୁବସ୍ତ୍ର; ଅଂଶୁକ —୧. A kind of thin silk cloth worn by girls.

କେ କାଛି ପିନ୍ଦିଅଛି ନେତ—ଭୁପତି, ପ୍ରେମପଞ୍ଚାମୃତ

୨. ପତକା —୨. Flag.
୩. (ସଂନେତ୍ର+ମନ୍ଥନରଜ୍ଜୁ; ଏହା ମନ୍ଥନରଜ୍ଜୁପରି ଲମ୍ୱ ଥିବାରୁ) ଦେଉଳ ଉପରେ ପତାକା ତଳେ ବନ୍ଧା ଯିବା ୧—୧୫: ହାତ ଲମ୍ୱ ସରୁଆ ପତାକା — ୩. A long and narrow flag; streamer.

ସେ ନେତ୍ରେ ନେତ ବନ୍ଧା ହୋଇ, ପତିତ ଜନଙ୍କର ପାଇଁ ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା

୪. ବିଷ୍ଣୁଙ୍କ ରଥଯାତ୍ରାର ପୂର୍ବଦିନ ହେବା ଉତ୍ସବବିଶେଷ; ନେତ୍ରଉତ୍ସବ —୪. A festival of the Deity Jagannātha on the eve of the car festival.
୫. (ସ୍ତ୍ରୀ) ସ୍ତ୍ରୀଲୋକଙ୍କ ନାମ; ନେତ୍ରମଣି ନାମ୍ନୀ ସ୍ତ୍ରୀର ଡ଼ାକ— ନାମ —୫. A name given to females.
୬. (ଫୁ.) ନେତ୍ରାନନ୍ଦର ଡ଼ାକନାମ — ୬. Name for calling Netrānanda.

ପ୍ରାଦେଶିକ - (ପୁରୀ ସହର) ବିଶେଷ୍ୟ -[ସମ୍ପାଦନା]

କନ୍ୟାମାନଙ୍କ ଉତ୍ସବବିଶେଷ — Name of a festival observed by girls.

ଟୋକାଙ୍କୁ ସୁନ୍ଦର ବସନ୍ତପଞ୍ଚମୀ ଟୋକୀଙ୍କି ସୁନ୍ଦର ନେତ ଢ଼ଗ

[ଦ୍ରଷ୍ଟବ୍ୟ —ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ପଣ୍ଡା ସେବକଙ୍କ କନ୍ୟାମାନେ ଏ ଉତ୍ସବ ପାଳନ୍ତି ଆଶ୍ୱିନ ଶୁକ୍ଳ ଚତୁର୍ଥୀଠାରୁ ସପ୍ତମୀ ପର୍ଯ୍ୟନ୍ତ ଚାରି ଦିନ ଅବିବାହିତା କନ୍ୟାମାନେ ବେଶଭୁଷା ପିନ୍ଧି ମାର୍କଣ୍ଡେଶ୍ୱରଙ୍କୁ ଦର୍ଶନ କରି ଆପଣା ଆପଣା ବନ୍ଧୁବାନ୍ଧବଙ୍କ ଘରକୁ ଯାଆନ୍ତି ସେଠାରେ ସେମାନେ ଭୋଜନ କରି ସୁନ୍ଦର ଛାନ୍ଦଆଦି ଗୀତ ବୋଲନ୍ତି]