ନେପାଳ

ଉଇକିଅଭିଧାନ‌ରୁ

ନେପାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ନେ+ପାଳ)[ସମ୍ପାଦନା]

ହିମାଳୟ ପର୍ବତର ସାନୁଦେଶସ୍ଥ ଭାରତୀୟ ସ୍ୱାଧୀନ ରାଜ୍ୟବିଶେଷ —Napal; an independent kingdom in the Himalayas.

[ଦ୍ରଷ୍ଟବ୍ୟ —ଏ ରାଜ୍ୟ ଭାରତ ସରକାରଙ୍କର ଗୋଟିଏ ସ୍ୱାଧୀନ ମିତ୍ର ରାଜ୍ୟ; ଏହାର ଉତ୍ତରରେ ତିବ୍ୱତ୍, ପଶ୍ଚିମରେ ଯୁକ୍ତପ୍ରଦେଶ, ଦକ୍ଷିଣରେ ଯୁକ୍ତପ୍ରଦେଶ ଓ ବିହାର ପ୍ରଦେଶ, ପୂର୍ବରେ ବିହାର ପ୍ରଦେଶ, ଓ ସିକୀମ୍; କାଟାମାଣ୍ଡୁ ଓ ରାଜ୍ୟର ରାଜଧାନୀ; ଏ ରାଜ୍ୟବାସୀ ଗୁରୁଖାମାନେ ଇଂରାଜଙ୍କ ଭାରତୀୟ ସେନା କର୍ମ କରନ୍ତି ଏଠାର ରଜା କ୍ଷତ୍ରୀୟ ହିମାଳୟର ଧବଳଗିରି ଓ ଏଭେରେଷ୍ଟ (ଗୌରୀ— ଶଙ୍କର) ଶୃଙ୍ଗ ଏହି ରାଜ୍ୟରେ ଅବସ୍ଥିତ ନିୟମପାଳ ନାମକ ଋଷିଙ୍କ ନାମରୁ ଏ ଦେଶର ନାମ ନେପାଳ ହୋଇଥିବାର କେହି କେହି ଅନୁମାନ କରନ୍ତି କେହି କେହି କହନ୍ତି ତିବ୍ୱତବାସୀମାନେ ଗୁରୁଖାଙ୍କ ଅଧ୍ୟୁସିତ ଦେଶକୁ ପାଳ କହନ୍ତି ଓ ସିକୀମ ଓ ଭୁଟାନ ଅଧିବାସୀମାନେ ନେପାଳର ପୂର୍ବ ଭାଗକୁ ନେ କହନ୍ତି ଏହି ଦୁଇ

ଶବ୍ଦର ମିଶ୍ରଣରେ ନେପାଳ ଶବ୍ଦ ହୋଇଅଛି ତିବ୍ୱତୀ ଭାଷାରେ ପାଳ ଶବ୍ଦର ଅର୍ଥ ପଶମ ଓ ଲେପଚା ଭାଷାରେ ନେ ଶବ୍ଦର ଅର୍ଥ ଗିରଗୁହା; ଏହି ଦୁଇ ଶବ୍ଦର ସମ୍ମିଶ୍ରଣରେ ଏ ନାମ ହେବାର କେହି କେହି କହନ୍ତି ରାମାୟଣ ମହାଭାରତ ଆଦିରେ ନେପାଳ ନାମ ମିଳେ ନାହିଁ ସ୍କନ୍ଦ ପୁରାଣରେ ରେବା ଖଣ୍ଡ, ନାଗର ଖଣ୍ଡ ଓ ସହ୍ୟାଦ୍ରି ଖଣ୍ଡରେ ଓ ଗରୁଡ଼ ରୁରାଣରେ ଏ ଦେଶର ଉଲ୍ଲେଖ ଅଛି ଶକ୍ତି ସଂଗମ ତନ୍ତ୍ର, ବୃହନ୍ନୀଳତନ୍ତ୍ର ଓ ବାରାହୀତତନ୍ତ୍ରରେ ଏ ଦେଶର ନାମ ଓ ବର୍ଣ୍ଣନ ମିଳେ ନେପାଳରେ ବୌଦ୍ଧ ଧର୍ମ ପ୍ରଚଳିତ; ହଜାରେ ବର୍ଷ ପୂରେବେ ଏଠାକୁ ଓଡ଼ିଆ କୃଷ୍ଣାଚାର୍ଯ୍ୟ ବା କାହ୍ନୁ ପାଦ ଆଚାର୍ଯ୍ୟ ଯାଇ ତାନ୍ତ୍ରିକ ମତ ପ୍ରଚାର କରିଥିବାର ପ୍ରମାଣ ଅଛି ନେପାଳର ସେନାପତି ରାଜାଙ୍କ ନାମରେ ରାଜ୍ୟ ଶାସନ କରନ୍ତି ରାଜାମାନେ ହିନ୍ଦୁ ଏବେ ଓଡ଼ିଶାର ନୂଆଗଡ଼ ରାଜାଙ୍କ ସଙ୍ଗେ ନେପାଳର ରାଜ— ବଂଶର ବିବାହ ସମ୍ୱନ୍ଧ ସ୍ଥାପିତ ହୋଇଅଛି]