ପଞ୍ଚାଙ୍ଗ

ଉଇକିଅଭିଧାନ‌ରୁ

ବିଶେଷଣ (ସଂକୃତ)[ସମ୍ପାଦନା]

  • ପଞ୍ଚ ଅବୟବବିଶିଷ୍ଟ
  • ବାହୁଦ୍ଵୟ, ଜାନୁଦ୍ଵୟ, ମସ୍ତକ, ବକ୍ଷସ୍ଥଳ ଓ ଚକ୍ଷୁଦ୍ଵାରା ସାଧନୀୟ

ବିଶେଷ୍ୟ (ସଂକୃତ)[ସମ୍ପାଦନା]

  • ରାଜ୍ୟ ରକ୍ଷାର ୫ଟି ଉପାୟ
  • କଚ୍ଛପ
  • ଘୋଡା
  • ଜପ, ତପ, ତର୍ପଣ, ଅଭିଷେକ ଓ ବ୍ରହ୍ମଣ ଭୋଜନ ଏହି ପାଞ୍ଚ ଗୋଟି ତାନ୍ତ୍ରିକ କର୍ମ
  • ଗଛର ମୂଳ, ଛାଲ, ପତ୍ର, ଫୁଲ ଓ ଫଳ
  • ମନୁଷ୍ୟର ପାଞ୍ଚଟି ଅଙ୍ଗ
  • ତିଥି, ବାର, ନକ୍ଷତ୍ର, ଯୋଗ ଓ କରଣ
  • ଦୁଇ ହାତ, ଦୁଇ ଆଣ୍ଠୁ ଓ ମୁଣ୍ତକୁ ଭୂମିରେ ଲଗାଇ କରାଯିବା ପ୍ରଣାମ
  • ପଞ୍ଚକଲ୍ୟାଣ ଘୋଡା
  • ନ୍ୟାୟ ଶାସ୍ତ୍ରର ୫ଟି ଅଙ୍ଗପଞ୍ଚାଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପଞ୍ଚ+ଅଙ୍ଗ)[ସମ୍ପାଦନା]

୧. ପଞ୍ଚ ଅବୟବବିଶିଷ୍ଟ — ୧. Having ୫ limbs or parts.
୨. ବାହୁଦ୍ୱୟ, ଜାନୁଦ୍ୱୟ, ମସ୍ତକ, ବକ୍ଷସ୍ଥଳ ଓ ଚକ୍ଷୁଦ୍ୱାରା ସାଧ୍ୟନୀୟ (ପ୍ରଣାମ) —୨. (obeisance) Done with the ୫ parts of the body.


ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ରାଜ୍ୟ ରକ୍ଷାର ୫ଟି ଉପାୟ —୧. The five expendients for maintaining a kingdom; the ୫ terms of political expedients.

[ଦ୍ରଷ୍ଟବ୍ୟ —ସହାୟ, ସାଧନୋପାୟ, ଦେଶକାଳ ଭେଦ, ବିପତ୍ତି ପ୍ରତିକାର ଓ ସିଦ୍ଧି ଏହି ପାଞ୍ଚ ଗୋଟି ରା଼ଜ୍ୟ ରକ୍ଷାର ଉପାୟ ବା ପଞ୍ଚାଙ୍ଗ; ମତାନ୍ତରରେ ସହାୟ, ସାଧନ ଉପାୟ, ଦେଶକାଳ ଭେଦ, ବିପତ୍ ପ୍ରତିକାର ପଞ୍ଚାଙ୍ଗ ଅଟେ]

୨. କଚ୍ଛପ —୨. Tortoise.
୩. ଘୋଡ଼ା —୩. Horse.
୪. ଜପ, ତପ (ବା ହୋମ), ତର୍ପଣ, ଅଭିଷେକ ଓ ବ୍ରାହ୍ମଣ ଭୋଜନ ଏହି ପାଞ୍ଚ ଗୋଟି ତାନ୍ତ୍ରିକ କର୍ମ —୪. The fivefold duties of a devotee according to the Tantric rites.
୫. (ବୈଦ୍ୟକ) ଗଛର ମୂଳ, ଛାଲ, ପତ୍ର, ଫୁଲ ଓ ଫଳ — ୫. The five parts of a tree.
୬. ମନୁଷ୍ୟର ପାଞ୍ଚଟି ଅଙ୍ଗ —୬. The ୫ limbs of man.

[ଦ୍ରଷ୍ଟବ୍ୟ —ବାହୁ, ଜାନୁ, ମସ୍ତକ, ବକ୍ଷସ୍ଥଳ ଓ ଚକ୍ଷୁ, ମନୁଷ୍ୟର ଏହି ପାଞ୍ଚ ଗୋଟି ଅଙ୍ଗ ପ୍ରଣାମ କରିବା ସମୟରେ ଭୂମିରେ ଲଗା ହୁଅନ୍ତି]

୭. (ଜ୍ୟୋତିଷ) ତିଥି, ବାର, ନକ୍ଷତ୍ର, ଯୋଗ ଓ କରଣ — ୭. (astrology) The five ascertainable data of a particular time.
୮. ଦୁଇ ହାତ, ଦୁଇ ଆଣ୍ଠୁ ଓ ମୁଣ୍ଡକୁ ଭୂମିରେ ଲଗାଇ କରାଯିବା ପ୍ରଣାମ (ହି ଶ.) —୮. Obeisance done by touching the ground with one's two hands, two knees and the head.
୯. ପଞ୍ଚକଲ୍ୟାଣ ଘୋଡ଼ା (ହିନ୍ଦୀ - ଶ.) —୯. A horse whose ୪ legs and head are white.
୧. ନ୍ୟାୟ ଶାସ୍ତ୍ରର ୫ଟି ଅଙ୍ଗ (ପ୍ରତିଜ୍ଞା, ହେତୁବାଦ, ଉଦାହରଣ ଉପନୟ ଓ ନିଗମନ) —୧୦. (Logic) The ୫ component processes of arriving at a logical conclusion; the ୫ members of syllogiam.