ପଞ୍ଜାବ୍

ଉଇକିଅଭିଧାନ‌ରୁ

ପଞ୍ଜାବ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପଂଜାବ୍; ତୁଳ.ସଂସ୍କୃତ - ପଞ୍ଜ+ଅପ=ଜଳ ବା ଜଳାଭାଗ; ଯେଉଁ ପ୍ରଦେଶରେ ପାଞ୍ଜ ଗୋଟି ନଦୀ ବହି ଯାଉଅଛି)[ସମ୍ପାଦନା]

୧. ଭାରତର ଉତ୍ତର ପଶ୍ଚିମସ୍ଥ ପଞ୍ଚନଦ ପ୍ରଦେଶ — ୧. The Pan̄jāb; the country of the five rivers in N.W. India.

[ଦ୍ରଷ୍ଟବ୍ୟ —ଭାରତର ମାନଚିତ୍ର ଦେଖାଯାଏ ଯେ ପଞ୍ଜାବ ବା ପଞ୍ଚନଦ ପ୍ରଦେଶରେ ଯେଉଁ ୫ଟି ନଦୀ ବହିଯାଉଛି ତନ୍ମଧ୍ୟରୁ ସବ୍ଭା ପଶ୍ଚିମରେ ସିନ୍ଧୁ (ଯହିଁରେ କାବୁଲ ନଦୀ ପଡ଼ିଅଛି) ତହିଁର ପୂର୍ବକୁ ଝେଲମ (ବିତସ୍ତା, ଯାହା ଚେନାବ୍ ସଙ୍ଗେ ମିଶି ଅଛି), ତା ପୂର୍ବକୁ ଚେନାବ୍ (ଚର୍ମନ୍ୱତୀ ବା ଚନ୍ଦ୍ରଭାଗା, ଝେଲମ ଓ ଚେନାବ୍ ଓ ଚେନାବ ଦୁଇ ନଦୀ ମିଳିତ ହୋଇ ଚେନାବ ନାମ ଧାରଣ କରିଅଛି), ତା ପୂର୍ବକୁ ରାବୀ (ଇରାବତୀ), ତା ପୂର୍ବକୁ ସତ୍ଲେଜ ଶତଦ୍ରୂ (ଏହାହିଁ ପୂର୍ବତମ ନଦୀ ଅଟେ) ଅଛି ଶତଦ୍ରୂର ବ୍ୟାସ ନାମରେ ଗୋଟିଏ କ୍ଷୂଦ୍ର ଉପନଦୀ ଅଛି, କିନ୍ତୁ ତାହା ଅତି କ୍ଷୂଦ୍ର ନଦୀ ଅଟେ ଏପରି ଅବସ୍ଥାରେ ବିପାସା ବା ବ୍ୟାସା ନଦୀର ଠିକଣା କରି ହେଉ ନାହିଁ; ସଂଭବତ ୫ସିଦ୍ଧୁ ନଦର ପଶ୍ଚିମତମ ଧାରର ଅନ୍ୟ ନାମ ବିପାସା ଅଟେ?]

୨. ଇଂରେଜ ସରକାରଙ୍କ ପ୍ରତିଷ୍ଠିତ ପଞ୍ଜାବ ପ୍ରଦେଶ — ୨. The Province of Panjab.

[ଦ୍ରଷ୍ଟବ୍ୟ —ଏଥିର ଉତ୍ତରରେ କାଶ୍ମୀର ରାଜ୍ୟ, ପୂର୍ବରେ ଆଗ୍ରା ଓ ଅଯୋଧ୍ୟା ଯୁକ୍ତପ୍ରଦେଶ, ଦକ୍ଷିଣରେ ରାଜପୁତାନା ଓ ସିନ୍ଧୁ ପ୍ରଦେଶ ଓ ପଶ୍ଚିମରେ ଉତ୍ତରପଶ୍ଚିମ ସୀମାନ୍ତ ପ୍ରେଦେଶ ଓ ବେଲୁଚିସ୍ଥାନ ଅବସ୍ଥିତ ଏହା ଜଣେ ଲାଟଙ୍କ ଦ୍ୱରା ଶାସିତ ଏଥିରେ ରାଜଧାନୀ ଲାହୋର]