ପଞ୍ଝା

ଉଇକିଅଭିଧାନ‌ରୁ

ପଞ୍ଝା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁଞ୍ଜ ବା ପଞ୍ଚ; ଫା, ପଂଜା)[ସମ୍ପାଦନା]

୧. ପାଞ୍ଚ ଆଙ୍ଗୁଠି ଯୁକ୍ତ କରତଳର ଦାଗ ବା ଛାପ —୧. The mark or impression left on a surface by the extended palm.
୨. ଦଳ; ସମୂହ — ୨. A herd; group; a party; flock; club; crowd.

ପଞ୍ଝାଏ ଖଞ୍ଜ ବସି ବସି, କଥା କହନ୍ତି ହସି ହସି— ମଧୁସୂଦନ, ବର୍ଣ୍ଣବୋଧ

୩. ପାଞ୍ଚ ଆଙ୍ଗୁଠିଯୁକ୍ତ କରତଳ —୩. The palm of the hand with the five fingers.
୪. ଦୁଇ ଜଣ ମଲ୍ଲ ପରସ୍ପରଙ୍କ ହାତର ପଞ୍ଝା ଭିଡ଼ାଭିଡ଼ି ଓ ଚିପାଚିପି କରି ଅନ୍ୟୋନ୍ୟରେ ବଳ ପରୀକ୍ଷା କରିବା — ୪. The squeezing and twisting of the palms of each other by two athlets.

[ଦ୍ରଷ୍ଟବ୍ୟ —ଏଥିରେ ଦୁହେଁ ପରସ୍ପରର ଅଙ୍ଗୁଳିମାନ ଛନ୍ଦାଛନ୍ଦି କରନ୍ତି ଓ କରତଳକୁ ଜୋର୍ରେ ଚିପନ୍ତି, ଯେ ସମ୍ଭାଳି ନ ପାରେ ସେ ହାରିଯାଏ ]

୫. ଗଞ୍ଜପା ବା ତାସ ଖେଳର ପାଞ୍ଚ ଟିପଯୁକ୍ତ ସାର — ୫. The card with five points.
୬. ପଶା ଖେଳରେ ପାଞ୍ଚ ସଂଖ୍ୟକ ଦାନ — ୬. The throw of dice resulting in five.
୭. ପଶୁପକ୍ଷୀଙ୍କ ନଖଯୁକ୍ତ ପାଦତଳ — ୭. The claw of birds and the paw of beasts.
୮. ଦୋମୁନିଆ କୋଡ଼ି ବା ଖୁରୁପି —୮. Fork- hoe.
୯. ମନୁଷ୍ୟର ହାତର ପଞ୍ଝା ଆକାରରେ କଟା ହୋଇ ଲମ୍ୱ ବେଣ୍ଟ ଲାଗିଥିବା ଧାତୁମୟ ପତ୍ର — ୯. A thin metal plate cut in the shape of the extended palm and carried in the Tajia procession by the Mahomedans.

[ଦ୍ରଷ୍ଟବ୍ୟ —ଏହାକୁ ପତାକା ପରି ମୁସଲମାନମାନେ ତାଜିଆ ଶୋଭା— ଯାତ୍ରାରେ ବହନ କରନ୍ତି ]

୧. ଦେହରେ ଯେଉଁ ଅଂଶକୁ ହାତ ନ ପାଇବ (ଯଥା— ପିଠି) ସେ ଅଂଶକୁ କୁଣ୍ଡାଇବା ପାଇଁ ମନୁଷ୍ୟର ପଞ୍ଝା ଆକାରର ଲମ୍ୱ ବେଣ୍ଟଲଗା ଯନ୍ତ୍ର — ୧୦. A kind of twinglike pick shaped liked the extended palm with which men scratch the itching back.

ପ୍ରାଦେଶିକ - (ସିଂହଭୂମ)[ସମ୍ପାଦନା]

ପଝା (ଦେଖ) - — Pajhā (See)