Jump to content

ପଠାଣ

ଉଇକିଅଭିଧାନ‌ରୁ

ପଠାଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ପୁସ୍ତ ଭାଷା—ପୁଖ୍ତାନା ଶବ୍ଦରୁ ଉର୍ଦ୍ଦୁ . ପଠାନ୍)[ସମ୍ପାଦନା]

୧. ଭାରତର ଉତ୍ତର ପଶ୍ଚିମ ସୀମାନ୍ତ, ଆଫଗାନିସ୍ଥାନ ଓ ଲାହୋରର ଉତ୍ତରପଶ୍ଚିମବାସୀ ମୁସଲମାନ ଜାତିବିଶେଷ — ୧. The Pathans.


[ ଦ୍ର—ପଠାଣମାନେ ଡେଙ୍ଗା ଓ ଦୀର୍ଘକାୟ ଅଟନ୍ତି ଏମାନେ ମୁସଲମାନଧର୍ମାବଲମ୍ୱୀ ଏମାନଙ୍କ ସାମାଜିକ ବନ୍ଧନ ଖୁବ୍ ଦୃଢ଼ ଅଟେ ସ୍ତ୍ରୀମାନଙ୍କ ସତୀତ୍ୱ ରକ୍ଷା ପ୍ରତି ଏମାନଙ୍କର ତୀବ୍ର ଦୃଷ୍ଟି ଥାଏ ଏମାନଙ୍କ ମଧ୍ୟରେ ଅଧିକାଂଶ ବିବାଦ ସ୍ତ୍ରୀ ଘଟିତ ଅଟେ ଏମାନଙ୍କ ଉତ୍ତରାଧିକାର କୋରାନ୍ ଅନୁସାରେ ନ ହୋଇ ସାମାଜିକ ପ୍ରଥା ଅନୁସାରେ ହୁଏ ଏମାନଙ୍କ ପୂର୍ବ ପୁରୁଷମାନେ ପ୍ରାଚୀନ ଗାନ୍ଧାର, କାମ୍ୱୋଜ, ବାହ୍ଲିକ ଆଦିରେ ରହୁଥିଲେ ଏମାନେ ଆଫଗନି ସ୍ଥାନର ଅଧିବାସୀ ଅଟନ୍ତି ଏମାନେ କ୍ରୂର ଓ ହିଂସ୍ର, ଯୁଦ୍ଧପ୍ରିୟ ଓ ସ୍ୱାଧୀନତା ପ୍ରିୟ ଅଟନ୍ତି ଏ ଜାତି ଅନେକ ସମ୍ପ୍ରଦାୟ ଓ ଶାଖାରେ ବିଭକ୍ତ; ଏ ସମ୍ପ୍ରଦାୟମାନଙ୍କ ନାମ ସଙ୍ଗେ ସମ୍ପ୍ରଦାୟ ସୂଚକ ଶବ୍ଦ, ଯଥା ଖେଲ୍ (ଜକ୍କା ଖେଲ୍), ଜୟୀ (ତୁରଙ୍ଗ ଜୟୀ; ଗୀଲଜୟୀ) ଲଗାଯାଏ ପ୍ରତ୍ୟେକ ସମ୍ପ୍ରଦାୟର ଜଣେ ସର୍ଦ୍ଦାର ଥାଆନ୍ତି ତାଙ୍କୁ ମାଲିକ୍ ବୋଲାଯାଏ ଭାରତର ଉତ୍ତରପଶ୍ଚମ ସମୀନ୍ତ ଅଞ୍ଚଳରେ ଏହି ମାଲିକ୍ମାନେ ଶାସକ ଅଟନ୍ତି ସୀମାନ୍ତପ୍ରଦେଶର ପଠାଣମାନେ ପ୍ରାୟଶଃ ଅସଭ୍ୟ; ମୃଗୟା, ଡକାଇତି ଓ ଯୁଦ୍ଧ ଏମାନଙ୍କର ପ୍ରିୟ ବସ୍ତୁ ଅଫଗାନିସ୍ଥାନର ପଠାଣମାନେ ଅପେକ୍ଷାକୃତ ସଭ୍ୟ ଭାରତ— ବାସୀ ପଠାଣମାନେ ଉକ୍ତ ଦୁଇ ସ୍ଥାନର ପଠାଣମାନଙ୍କ ଠାରୁ ଅଧିକତର ସଭ୍ୟ ଓ କ୍ଷେତ ଓ ଚାକିରି କରି ଜୀବିକା ନିର୍ବାହ କରନ୍ତି ପଠାଣମାନେ ଉଗ୍ର (fanatic) ମୁସଲମାନ୍ ଅ଼ଟନ୍ତି (ହିନ୍ଦୀ - ଶ.) ]

୨. ମୁସଲମାନ୍ —୨. Mahomedan; Muslim.
୩. ମ୍ଳେଚ୍ଛ; ବିଜାତୀୟ —Non-Hindu.

ସୁଯୋଧନ ରାଜା ପଠାଣ ଥାଟ ମଲେ ବୋଲି ଯେବେ ଶୁଣିବ କାନ୍ଦିବ ସେ ଭଲେ କୃଷ୍ଣସିଂହ. ମହାଭାରତ. ଦ୍ରୋଣ

୪. (ଲକ୍ଷଣାର୍ଥ; ମୁସଲମାନଙ୍କ ଦୁଷ୍ଟାମି ହିନ୍ଦୁମାନଙ୍କର ଚିରାନୁଭୂତ ଥିବାରୁ) ଦୁଷ୍ଟ ବ୍ୟକ୍ତି —୪. Wicked person.

ମର ମରଦଇ ତା ବଚନ ପାଇଁ ବିଷମଶର ପଠାଣ—କବିସୂର୍ଯ୍ୟ. ସଙ୍ଗୀତ