ପଣ୍ଡା

ଉଇକିଅଭିଧାନ‌ରୁ

ପଣ୍ଡା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପଣ୍ଡ୍ ଧାତୁ+ କର୍ତ୍ତୃ ଅ+ ଆ)[ସମ୍ପାଦନା]

୧. ତୀକ୍ଷ୍ଣ ବୁଦ୍ଧି — ୧. Sharp intellect.
୨. ଜ୍ଞାନ —୨. Wisdom.
୩. ଶାସ୍ତ୍ରଜ୍ଞାନ —୩. Insight into the ṡāstras.
୪. ବିଦ୍ୟା —୪. Learning.
୫. ବିଜ୍ଞାନ —୫. Science; spiritual knowledge.
୬. ବେଦୋଜ୍ୱୁଳା ବୁଦ୍ଧି —୬. Intellect sharpened by the study of the Bedas.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଣ୍ଡା=ବେଦୋଜ୍ଜ୍ୱଳା ବୁଦ୍ଧି)[ସମ୍ପାଦନା]

୧. ଦେବ— ପୂଜକ ନିମ୍ନ ଶ୍ରେଣୀର ବ୍ରାହ୍ମଣ; ପୂଜାହାରୀ ବ୍ରାହ୍ମଣ — ୧. Priest; a Brāhmaṇa of lower status in society whose occupation is the worship and service of idols.

[ଦ୍ରଷ୍ଟବ୍ୟ —ଏମାନେ ଅଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କର ତିନି ଶ୍ରେଣୀ ମଧ୍ୟରୁ ଏକ ଶ୍ରେଣୀର ଅନ୍ତର୍ଗତ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ଏମାନଙ୍କ ସହିତ ବୈବାହିକ ସମ୍ୱନ୍ଧ କରନ୍ତି ନାହିଁ ଦେବସେବା ଏମାନଙ୍କର ପ୍ରଧାନ କାର୍ଯ୍ୟ (କୃପାସିନ୍ଧୁ ଇତିହାସ) ଏମାନେ ଆଜିକାଲି ଅନ୍ୟ ଲୋକଙ୍କର ପାଚକ କାର୍ଯ୍ୟ ବ୍ୟବସାୟ କରିବାର ମଧ୍ୟ ଦେଖାଯାଏ]

୨. ବ୍ରାହ୍ମଣମାନଙ୍କର ବଂଶୋପାଧିବିଶେଷ — ୨. The family-title of certain Brāhmaṇas.

[ଦ୍ରଷ୍ଟବ୍ୟ —ସମ୍ଭବତଃ ପୂର୍ବେ 'ପଣ୍ଡା' ଉପାଧି ବେଦାଧ୍ୟାୟୀ ଓ ଉଚ୍ଚଶ୍ରେଣୀୟ ବ୍ରାହ୍ମଣଙ୍କୁ ଦିଆଯାଉଥିଲା ପୁରୀ ରାଜାମାନେ 'ସାମନ୍ତ' ବ୍ରାହ୍ମଣଙ୍କୁ ବଡ଼ପଣ୍ଡା ଉପାଧି ଦେଉଥିଲେ]

୩. ତୀର୍ଥରେ ଦର୍ଶନାଦି କରାଇବା ପାଇଁ ନିଯୁକ୍ତ ପ୍ରତ୍ୟେକ ଯାତ୍ରୀର ନିର୍ଦ୍ଦିଷ୍ଟ ତୀର୍ଥଗୁରୁ — ୩. The particular priest of a pilgrim at a sacred place of pilgrimage.
୪. ଅଣ୍ଡିରା ମଇଁଷି; ପୋଢୁଆ —୪. Male buffalo.

ମୁଣ୍ଡଟା ବଡ଼ପଣ୍ଡା ମୁଣ୍ଡ ପରି ତ୍ରିପଣ୍ଡ କଳା— ଫକୀରମୋହନ, ଛମାଣ ଆଠଗୁଣ୍ଠ

୫. ଶଗଡ଼ ଆଦିରେ ମଣ ହୋଇ ନ ଥିବା ଅଣ୍ଡିରା ବାଛୁରୀ — ୫. A male calf not yet broken to the plough or cart.
୬. (ସଂସ୍କୃତ - ପଣ୍ଡ) ଅଣ୍ଡିରା ଗଛ —୬. A male tree.
୭. ଛଣ, ନଡ଼ା ବା ଧାନ ହଳାକୁ ଗଦା ମାଡ଼ିଲେ ସେହି ଗଦାର ଯେଉଁ ଚତୁଷ୍କୋଣ ଅଂଶ ଭୂମି ଓ ଛପରର ତ୍ରିକୋଣ ଢାଲୁ ଅଂଶ ମଧ୍ୟରେ ଥାଏ —୭. The main body of a straw rick from the ground upto the part from where the thatch begins to taper.

[ଦ୍ରଷ୍ଟବ୍ୟ —ଗଦାର ସର୍ବୋର୍ଦ୍ଧ୍ୱସ୍ଥ ରେଖାକୁ ମୁଣ୍ଡ ବା ମଥାନ କହନ୍ତି ଗଦାର ଯେଉଁ କ୍ରମଶଃ ଢ଼ାଲୁ କରଯାଇ ଛପର କରାଯାଏ ସେହି ତ୍ରିଭୁଜାକାର ଅଂଶକୁ ଗଭା ବୋଲାଯାଏ ଗଭାର ନିମ୍ନସ୍ଥ ଭୂମି ପର୍ଯ୍ୟନ୍ତ ଲାଗିଥିବା ଚତୁରଷ୍ଟ ଅଂଶକୁ ପଣ୍ଡା ବୋଲାଯାଏ]

ଦେଶଜ - ବିଶେଷଣ -[ସମ୍ପାଦନା]

୧. (ସଂସ୍କୃତ - ପଣ୍ଡ) ଅଣ୍ଡିରା (ଗଛ) — ୧. Male (tree).

(ଯଥା—ପଣ୍ଡା ତାଳଗଛ)

୨. ରସ ବା ବୀଜହୀନ (ରୁଗ୍ଣ ଫଳ) — ୨. Sapless or seedless (diseased fruit).

(ଯଥା—ପଣ୍ଡା ପଣସ)