ପଣ୍ଡିତ

ଉଇକିଅଭିଧାନ‌ରୁ

ପଣ୍ଡିତ ଯାହାର ଜ୍ଞାନ ଅଛି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପଣ୍ଡିତା—ସ୍ତ୍ରୀ; ମୂର୍ଖ—ବିପରୀତ)

  • (file)

ସଂସ୍କୃତ - ବିଶେଷଣ - ପୁଂ. (ପଣ୍ଡା= ଶାସ୍ତ୍ରଜ୍ଞାନ+ ଇତ= ଯୁକ୍ତ)[ସମ୍ପାଦନା]

୧. ଶାସ୍ତ୍ରାଜ୍ଞ —୧. Versed in the sacred lore.
୨. ବିଦ୍ୱାନ୍ —୨. Learned.
୩. ଜ୍ଞାନୀ —୩. Wise.

[ଦ୍ରଷ୍ଟବ୍ୟ —ବିବେକଦ୍ୱାରା ସଦସତ୍ ଜ୍ଞାତା, ଧର୍ମାତ୍ମା. ସତ୍ୟବାଦୀ, ସତ୍ୟପ୍ରିୟ, ଜିତେନ୍ଦ୍ରିୟ, ବିଦ୍ୱାନ ଓ ସର୍ବ ହିତକାରୀ ବ୍ୟକ୍ତିଙ୍କୁ ଶାସ୍ତ୍ରରେ ପଣ୍ଡିତ ବୋସଲାଯାଇ ଅଛି]

୪. କୌଣସି ବିଦ୍ୟାରେ ନିପୁଣ; କୁଶଳ; ଦକ୍ଷ — ୪. Versed in or skilled in any art; adept; proficient.

ତେଳ ଚୋରି ପଣ୍ଡିତ ବୋଲି ପ୍ରସରୁଛି ଯାହା ନାମ କବିସୂର୍ଯ୍ୟ ସଙ୍ଗୀତ

୫. ସଙ୍ଗୀତ, ନୃତ୍ୟ ଓ ବାଦ୍ୟରେ ଦକ୍ଷ —୫. Versed in the arts of singing, dancing and music.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ବିଦ୍ୱାନ୍ ବ୍ୟକ୍ତି — ୧. A scholar; a seer; a learned man.
୨. ବୁଧ ଗ୍ରହ —୨. The planet Mercury.
୩. ନୃତ୍ୟ ବାଦ୍ୟଜ୍ଞ ବ୍ୟକ୍ତି; ଓସ୍ତାତ୍ — ୩. A master musician; a professor of music.

ଦେଶଜ - ବିଶେଷଣ -[ସମ୍ପାଦନା]

ସଂସ୍କୃତ ଭାଷାଭିଜ୍ଞ —Learned in Sanskrit.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ସଂସ୍କୃତ ଓ ଓଡ଼ିଆ ଭାଷାର ଶିକ୍ଷକ — ୧. A Sanskrit teacher; an Oriya teacher.
୨. ଗୁରୁ; ଅବଧାନ —୨. A teacher of primary school.
୩. ସରକାରଙ୍କ ଗୁରୁ ଟ୍ରେନିଙ୍ଗ୍ ବା ପଣ୍ଡିତଟେନିଙ୍ଗ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଶିକ୍ଷକ —୩. A passed or trained teacher.

[ଦ୍ରଷ୍ଟବ୍ୟ —ପ୍ରାଥମିକ ଓଡ଼ିଆ ଶିକ୍ଷା ଦେବା ଶିକ୍ଷକଙ୍କୁ ଗୁରୁ ବା ଅବଧାନ; ଉଚ୍ଚ ଓଡ଼ିଆ ଓ ସଂସ୍କୃତ ଶିକ୍ଷା ଦେବା ଶିକ୍ଷକଙ୍କୁ ପଣ୍ଡିତ ଓ ଇଂରାଜି ଶିକ୍ଷା ଦେବା ଶିକ୍ଷକଙ୍କୁ ମାଷ୍ଟର ବୋଲାଯାଏ ପ୍ରାଥମିକ ଫରାସୀ ଓ ଆରବୀ ଶିକ୍ଷା ଦେବା ଶିକ୍ଷକଙ୍କୁ ମିଆଁଜୀ, ଉଚ୍ଚ ଫରାସୀ ଓ ଆରବୀ ଶିକ୍ଷା ଦେବା ଶିକ୍ଷକକୁ ମୌଲବୀ ବୋଲାଯାଏ କଲେଜରେ ଇଂରାଜି ଭାଷାରେ ଶିକ୍ଷା ଦେବା ଶିକ୍ଷକଙ୍କୁ ଲେକ୍ଚର୍ର୍ ବା ପ୍ରୋଫେସର୍ ବୋଲାଯାଏ ଗୁରି, ପଣ୍ଡିତ, ମାଷ୍ଟର, ମିଆଁଜୀ ଓ ମୌଲବବୀମାନଙ୍କୁ ତାଲିମ୍ କରିବା ପାଇଁ ଗଭର୍ଣ୍ଣମେଣ୍ଟ ସ୍ଥାନେ ସ୍ଥାନେ ଟେନିଙ୍ଗ୍ ସ୍କୁଲ ଓ ଟ୍ରେନିଙ୍ଗ କଲେଜମାନ ପ୍ରତିଷ୍ଠିତ କରି ଅଛନ୍ତି]

୪. ଜ୍ୟୋତିଷଜ୍ଞ ବ୍ରାହ୍ମଣ — ୪. An astrologer Brāhmaṇa.
୫. ଏକ ପ୍ରକାର ଶୂଦ୍ର ଜାତି —୫. A class of Ṡūdras.

[ଦ୍ରଷ୍ଟବ୍ୟ —ଏ ଜାତିଙ୍କର ଆଦିପୁରୁଷ ପଣ୍ଡିତ ବା ବୁଧଗ୍ରହ]

୬. କାଶ୍ମୀରୀ ବ୍ରାହ୍ମଣଙ୍କର ବଂଶୋପାଧିବିଶେଷ — ୬. A family title of some Kashmiree Brāhmaṇas.
୭. ବିହାରୀ ବ୍ରାହ୍ମଣଙ୍କର ବଂଶୋପାଧିବିଶେଷ — ୭. A family title of some Brāhmaṇas of Bihar.
୮. ସାଧାରଣ ଭଦ୍ର ବ୍ରାହ୍ମଣଙ୍କ ନାମ ପୂର୍ବରେ ଲାଗିବା ମାନ୍ୟାର୍ଥକ ପଦ —୮. A title attached before the names of educated Brāhmaṇas.

(ଯଥା— ପଣ୍ଡିତ ଗୋପବନ୍ଧୁ ଦାଶ; ପଣ୍ଡିତ ନୀଳକଣ୍ଠ ଦାଶ)

୯. ପଣ୍ଡିତ ବାର (ଦେଖ) - —୯. Paṇḍita bāra (See)

ରବି ଦଶଘଡ଼ି, ସୋମ ଚଉଠା,ର ମଙ୍ଗଳ, ପଣ୍ଡିତ ଷଠା, ଗୁରୁ ଚଉଦ, ମନ୍ତ୍ରୀ ଆଠ, ଉଦୟ ଅସ୍ତ ଶନିର ଘାତ୍ ଖନା ବଚନ

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

୧. ପଣ୍ଡିତ ବଂଶୋପାଧିବିଶିଷ୍ଟ ଏକ ଜ୍ୟୋତିଷୀ ଶୂଦ୍ରଜାତି —୧. A class of Ṡūdras who are astrologers by profession.
୨. କମା ବ୍ରାହ୍ମଣ —୨. A generic title for Telugu Brāhmaṇas.

[ଦ୍ରଷ୍ଟବ୍ୟ —ଏ ସଂସ୍କୃତ ଶବ୍ଦ ଇଂରାଜୀ ଭାଷାରେ ମଧ୍ୟ ଚଳିଲାଣି]