ପତର

ଉଇକିଅଭିଧାନ‌ରୁ

ପତର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପତ୍ ଧାତୁ+କର୍ତ୍ତୃ. ଅର)[ସମ୍ପାଦନା]

ଗମନଶୀଳ — Moving.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଲୌହ ପିତ୍ତଳାଦି ଧାତୁର ପାତିଆ (ଜ୍ଞାନେନ୍ଦ୍ର) — Thin plate of metal.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତ୍ର)[ସମ୍ପାଦନା]

୧. ଗଛର ପତ୍ର —୧. Leaf

ପଦ୍ମପତର ପରି ଅଟଇ ନୟନ—କୃଷ୍ଣସିଂହ. ମହାଭାରତ ଆଦି

[ ଦ୍ର—ଯେଉଁ ଗଛର ପତର ସେ ପତର ସେ ଗଛର ନାମଦ୍ୱାରା ଚିହ୍ନାଯାଏ; ଯଥା—କଲରାପତର, ଆମ୍ୱପତର ଇତ୍ୟାଦି ]

୨. ପାତ; ଧାତୁ ଆଦିର ପାତିଆ — ୨. Thin slip of metal.
୩. ପତ୍ର; ଚିଠି —୩. Letter.
୪. ଲେଖ —୪. A writing.
୫. ପୁସ୍ତକର କାଗଜ —୫. The leaf of a book.

[ ଦ୍ର—ପୁସ୍ତକର ପ୍ରତ୍ୟେକ ପତରରେ ୨ ପୃଷ୍ଠା ଥାଏ ]

୬. ଖାଇବା ପାଇଁ ପକାଯିବା ପଦ୍ମ ଓ କଦଳୀପତ୍ର — ୬. A plantain or lotus leaf on which food is served.
୭. ଛୁରୀ ବା ଶସ୍ତ୍ରାଦିର ଲମ୍ୱ ଓ ପତଳା ଫଳକ — ୭. Thin blade of knife or sword.
୮. ଧୂଆଁପତ୍ର —୮. Tobacco leaves.
୯. ଲେଖନାଦ୍ୱାରା ଲେଖିବା ପାଇଁ ବ୍ୟବହୃତ ତାଳପତ୍ର — ୯. Palm leaf used for writing upon with iron stylos.

ପ୍ରାଦେଶିକ - (ଆଠମଲ୍ଲିକ) ବିଶେଷ୍ୟ -[ସମ୍ପାଦନା]

ପାନ —Betel-leaf.