ପଥର

ଉଇକିଅଭିଧାନ‌ରୁ

ପଥର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରସ୍ତର; ପ୍ରାକୃତ ପଥର)[ସମ୍ପାଦନା]

୧. ପ୍ରସ୍ତ;ପାଷାଣ —୧. Stone.

[ଦ୍ରଷ୍ଟବ୍ୟ —ପଥର ଅନେକ ପ୍ରକାରର; ଯଥା—୧.ମୁଗୁନି(chlorite), ୨. ବିଲିଆ ପଥର (କନ୍ଦା ବା କୁଣ୍ଡା) (Sanstone),୩. ଶଙ୍ଖମର୍ମର (marble),:୪. . ଖଡ଼ିପଥର (ଦୁଧିଆ ଓ ମାଟିଆ ଆଦି) (chalkstone, soapstone),:୫. . ମାକଡ଼ାପଥର (laterite), ୬. ସ୍ଫଟିକ ବା ସ୍ୱଷ୍ଟିକ (quartz),:୭. . ଅକର୍ମଶୀଳା ପଥର (volcanic stone),:୮. . ଗେଙ୍ଗୁଟି (ghooting),:୯. . ଶ୍ଳେଟପଥର (slate stone),:୧. . ବାଲିଗରଡ଼ା (pebble, gravel), ୧୧: . ବଉଳମାଳା (Spotted stone) ଏ ପ୍ରତ୍ୟେକଙ୍କର ମଧ୍ୟ ଅନେକ ଶ୍ରେଣୀ ଅଛି

ବାବୁ ଚିନ୍ତାମଣି ଆଚାର୍ଯ୍ୟ ତାଙ୍କର 'ଭୁବନେଶ୍ୱର ନାମକ ଗ୍ରନ୍ଥରେ ପଥକୁ ନିମ୍ନଲିଖିତ ଶ୍ରେଣୀରେ ବିଭକ୍ତ କରିଅଛନ୍ତି ଯଥା— (୧): ଡାଳିମ୍ୱ—(କ) ଶୁକ୍ଳ (ଖ) ରଙ୍ଗ, (୨): ରାଜରାଣିୟା—(କ) ରଙ୍ଗ (ଖ) ହଳଦିଆ, (୩): କନ୍ଦା—(କ) ଖଡ଼ିଆ (/) ଟାଣ (?) ନରମା,(ଖ) ବଗଡ଼ା କନ୍ଦା—(/) ସରୁ (/)ମୋଟ, (୪): ମାଙ୍କଡ଼ା (୫): ବଉଳମାଳା, (୬): କୁଣ୍ଡାପଥର(୭): ମୁଗୁନି ପଥର (୮): ଖଡ଼ି— ପଥର ଓ (୯): ଚକ୍ ]

୨. ପଥର ପରି ଟାଣୁଆ ବସ୍ତୁ — ୨. Any hard thing compared to stone.

ଦେଶଜ - ବିଶେଷଣ -[ସମ୍ପାଦନା]

୧. (ପଥର ପରି) ଦୁଃଖ ସହନଶୀଳ (ହୃଦୟ) — ୧. Capable if endurance (heart)

ଛାତି ପଥର କଲିଣି ସହି ସହି, ଆଗୋ ପ୍ରିୟ ସହି ସଙ୍ଗୀତ

୨. ଧୌର୍ଯ୍ୟଶୀଳ —୨. Patient.
୩. ନିର୍ଦ୍ଦୟ; ନିଷ୍ଠୁର; ନିଷ୍କରୁଣ — ୩. Hard-hearted; cruel; unfeeling.
୪. ଅତ୍ୟନ୍ତ ସାହାସୀ; ନିର୍ଭୀକ — ୪. Courageous; dauntless.