ପଦ୍ମ

ଉଇକିଅଭିଧାନ‌ରୁ

ପଦ୍ମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଦ୍ ଧାତୁ=ଗମନ କରିବା+କର୍ତ୍ତୃ ମନ୍; ଯେ ଜଳରେ ଗମନ କରେ)[ସମ୍ପାଦନା]

୧. ଜଳଜାତ ପ୍ରସିଦ୍ଧ ଲତା ପୁଷ୍ପ ବିଶେଷ; ଉତ୍ପଳ; ପଙ୍କଜ — ୧. Lotus; Saluadora Indicus; Nelumbium Speciosum

[ଦ୍ରଷ୍ଟବ୍ୟ —ଶ୍ୱେୟ, ରକ୍ତ, ନୀଳ, ଭେଦରେ ଏହା ତିନି ପ୍ରକାର, ଏହା ଲଙ୍କା, ପାରସ୍ୟ, ଚିନ୍, ଯାପାନ ଓ ମାଲୟ ଦ୍ୱୀପରେ ଏବଂ ଭାରତରେ ସର୍ବତ୍ର ଜନ୍ମେ ଏହି ଲତା ସିଧା, ସରୁ ଓ କଣ୍ଟକ ମୟ; ବହୁତ ଉଚ୍ଚକୁ ଓ ଦୂରକୁ ମାଡ଼େ ଏହାର ପତ୍ର ପାଣି ଉପରେ ଭାସୁଥାଏ; ଫୁଲ ଧଳା ଓ ନାଲି ମିଶା ଏବଂ ସୁଗନ୍ଧଯୁକ୍ତ; ଚେର, ନାଡ଼, ପତ୍ର, ମଞ୍ଜି ଆଦି ସବୁ ଅଂଶ ଔଷଧରେ ଲାଗେ ପଦ୍ମଫୁଲ ସୂର୍ଯ୍ୟେଦୟରେ ଫୁଟି ସୂର୍ଯ୍ୟାସ୍ତ ବେଳକୁ ବୁଜି ହୋଇଯାଏ ବୋଲି ସୂର୍ଯ୍ୟଙ୍କ ପଦ୍ମବନ୍ଧୁ ବୋଲାଯାଏ]

୨. ନାଗସର୍ପବିଶେଷ — ୨. A variey of cobra snakes.
୩. ଲକ୍ଷ କୋଟୀ, ୧,: — ୩. One-thousand millionsor billions (M.W.)

[ଦ୍ରଷ୍ଟବ୍ୟ —ଏ ସଂଖ୍ୟା ସମ୍ୱନ୍ଧେ ମତାନ୍ତର ଦୃଷ୍ଟ ହୁଏ; ମଧ୍ୟ କେହି କେହି ଏହାକୁ ୧୪\୧୫\୧୬: ଶୂନ୍ୟବିଶିଷ୍ଟ ସଂଖ୍ୟା ବୋଲି ନିର୍ଦ୍ଦେଶ କରନ୍ତି]

୪. ନିଧିବିଶେଷ; ପଦ୍ମରାଗ ମଣି — ୪. Spinel ruby; a gem.
୫. ରତିବନ୍ଧବିଶେଷ; ପଦ୍ମବନ୍ଧ — ୫. A posture in copulation.
୬. ପଦ୍ମକାରରେ ରଚିତ ସେନାବ୍ୟୁହବିଶେଷ — ୫. A from of battle array; an army arrayed in the from of a lotus. (M.W.)
୭. ତନ୍ତ୍ରୋକ୍ତ ଦେହାଭ୍ୟନ୍ତରୀଣ ଷଡ଼ଚକ୍ର — ୭. Six imaginary circles inside the human biody according to Tantra.

(ଷଟ୍ ଚକ୍ର ଯଥା—ମୂଳାଧାର, ସ୍ୱାଧୀନତା, ମଣିପୁର, ଆହତ, ବିଶୁଦ୍ଧ ଓ ଅଜ୍ଞାନ)

୮. ହାତୀର ଶୁଣ୍ଢ ଓ ମୁଣ୍ଡ ଉପରେ ଥିବା ରକ୍ତବର୍ଣ୍ଣ ଚିହ୍ନବିଶେଷ — ୮. Circular red spots on the head and trunk of an elephant.
୯. ସୀସା (ହିନ୍ଦୀ - ଶ.) —୯. Lead.
୧. କୁବେରଙ୍କ ନିଧିବିଶେଷ — ୧୦. One of the gems of Kubera.
୧୧. ବିଷ୍ଣୁଙ୍କର ହସ୍ତଧୃତ ଏକ ଆୟୂଧ — ୧୧. One of the weapons held by Bishṇu.

(ଯଥା—ବିଷ୍ଣୁ ଚାରି ହାତରେ ଚାରିଟି ଆୟଧ ଧରନ୍ତି ଯଥା— ଶଙ୍ଖ, ଛକ୍ର, ଗଦା, ପଦ୍ମ)

୧୨. ଗଳାରେ ପିନ୍ଧାଯିବାର ଏକପ୍ରକାର ଅଳଙ୍କାର (ହିନ୍ଦୀ - ଶ.) — ୧୨. An ornament for the neck.
୧୩. ସାମୁଦ୍ରିକ ମତରେ ମହାପୁରୁଷଙ୍କ ପାଦରେ ଥିବା ଭାଗ୍ୟସୂଚକ ଚିହ୍ନବିଶେଷ —୧୩. An auspicious mark on the foot of great men.
୧୪. ମନୁଷ୍ୟର ଦେହରେ ଥିବା ଏକପ୍ରକାର ଧଳା ଜାଇମନ୍ଦା (ହିନ୍ଦୀ - ଶ) —୧୪. A particular mark or mole on the human body. (M.W.)


୧୫. (ବାସ୍ତୁ ବିଦ୍ୟା) ସ୍ତମ୍ଭର ସପ୍ତମଭାଗ (ହିନ୍ଦୀ - ଶ) — ୧୫. (architecture) A particular part of a column or pillar. (M.W.)
୧୬. ପଦ୍ମକାଷ୍ଠ (ଦେଖ) - (ହିନ୍ଦୀ - ଶ) — ୧୬. Padma kāshṭha (See)
୧୭. ଭୂମି ଆଦିରେ ଅଙ୍କିତ ପଦ୍ମାକାର ଚିତ୍ର — ୧୭. The from of figure of a lotus drawn on the ground or other surface. (M.W.)
୧୮. ମନ୍ଦିର ବିଶେଷ —୧୮. A kind of temple. (M.W.)
୧୯. ପଦ୍ମାସନ —୧୯. A particular posture of the body in religious meditation. (M.W.)
୨. କେତେକ ନାଗସାପଙ୍କ ଫଣା ଉପରେ ଥିବା ପଦ୍ମାକାର ଚିହ୍ନ (ହିନ୍ଦୀ - ଶ.) —୨୦. Circular mark of the hood of some cobra snakes.
୨୧. ବଳଦେବଙ୍କନାମ —୨୧. A name of Baḻadeba.
୨୨. ଏକପ୍ରକାର ଲୋଭାନ୍ — ୨୨. A species of bdellium (M.W.)
୨୩. ନକ୍ଷତ୍ରପୁଞ୍ଚବିଶେଷ — ୨୩. A particular constellation. (M.W.)
୨୪. ଶୀତାକ୍ରାନ୍ତ ନରକବିଶେଷ — ୨୪. Name of a particuklar cold hell. (M.W.)
୨୫. ପୁଷ୍କର ମୂଳ (ହିନ୍ଦୀ - ଶ) —୨୫. The root of Nelumbium Speciopsum. (M.W.)
୨୬. ହସ୍ତୀ —୨୬. Elephant (M.W.)
୨୭. ଜମ୍ୱୁଦ୍ୱୀପର ଦକ୍ଷିଣ ପଶ୍ଚିମସ୍ଥ ପୌରାଣିକ ଦେଶବିଶେଷ — ୨୭. Name of a mythological country.
୨୮. ରାମଚନ୍ଦ୍ରଙ୍କ ନାମ —୨୮. A name of Rāma, the son of Daṡaratha. (M.W.)
୨୯. ପଦ୍ମପୁରାଣ —୨୯. Name of a Purāṇa.
୩. ସ୍ଥଳ ପଦ୍ମ —୩୦. Hibiscus Mutabilis (flower and plant).

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପେନ୍ଦ; ପ୍ରସବାନ୍ତେ ସ୍ତ୍ରୀମାନଙ୍କର ଯୋନିବାଟେ ଓ ରକ୍ତାତିସାର ରୋଗରେ ମନୁଷ୍ୟମାନଙ୍କର ଗୁହ୍ୟ ବାଟେ ବାହାରି ପଡ଼ିବା ମାଂସପିଣ୍ଡ —୧. Prolapse of the uterus through the female organ or prolapse of the rectum through the anus.
୨. ପଦ୍ମଚରଣ, ପଦ୍ମନାଭ ଆଦିଙ୍କ ଡାକ ନାମ — ୨. Name for calling Padmacharaṇa, Padmanābha etc.