ପରମାଣୁ

ଉଇକିଅଭିଧାନ‌ରୁ

ପରମାଣୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପରମ+ଅଣୁ=କଣା, ଆଧୁନିକ ବିଜ୍ଞାନ ପରିଭାଷା)[ସମ୍ପାଦନା]

୧. ସୂକ୍ଷ୍ମତମ ଅଂଶ —୧. Infinitesimal particle or atom.
୨. ଜଡ଼ ପଦାର୍ଥର ସୂକ୍ଷ୍ମତମ ୧୧ଅଂଶ —୨. Molecule.

[ଦ୍ରଷ୍ଟବ୍ୟ — ବୈଶେଷିକ ଦର୍ଶନ ମତରେ ପଞ୍ଚଭୂତ ମଧ୍ୟରୁ ଆକାଶର ପରମାଣୁ ନାହିଁ; ଆଉ ଚାରିଭୂତ (ପୃଥିବୀ, ଜଳ, ତେଜଃ ଓ ବାୟୂ)ର ପରମାଣୁ ଅଛି ବସ୍ତୁକୁ କ୍ରମଶଃ ସୂକ୍ଷ୍ମ ଅଂଶରେ ବିଭକ୍ତ କଲେ ଅଣୁ ହୁଏ; ଅଣୁକୁ ସୂକ୍ଷ୍ମାଂଶରେ ବିଭକ୍ତ କଲେ ପରମାଣୁ ହୁଏ ପରମାଣୁ ଚକ୍ଷୂରାଦି ଇନ୍ଦ୍ରିୟଦ୍ୱାରା ଅନୁଭୂତ ହୋଇ ନ ପାରେ ପରମାଣୁମାନଙ୍କ ସଂଯୋଗରେ ତାବତୀୟ ବସ୍ତୁର ଉତ୍ପତି ଦୁଇ ଦୁଇ ପରମାଣୁର ମିଳନରେ ଦ୍ୟୁଣୁକ ବା ଅଣୁ; ୩ ଦ୍ୱ୍ୟଣୁକର ମିଳନରେ କ୍ରସରେଣୁ; ଚାରିଦ୍ୱ୍ୟଣୁକର ମିଳନରେ ଚତୁରଗୁଣ ହୁଏ ଏହି ପରମାଣୁମାନଙ୍କ ସଂଯୋଗରେ ବାୟୂ, ବାୟୂର ପରମାଣୁଗଣ ସଂଯୋଗରେ ଜଳ, ଜଳର ପରମାଣୁଗମର ସଂଯୋଗରେ ପୃଥିବୀର ଓ ପୃଥିବୀ ପରମାଣୁଗଣର ସଂଯୋଗରେ ତେଜଃ ଉତ୍ପନ୍ନ ହୁଏ; ଏହାହିଁ ବୈଶେଷିକ ଦର୍ଶନର ପରମାଣୁବାଦ ପରମାଣୁ ସୂକ୍ଷ୍ମ ଓ ଅନନୁମେୟ ଅଟେ, ଏହା ଇନ୍ଦ୍ରିୟଗ୍ରାହ୍ୟ ନୁହେଁ ଆଧୁନିକ ରସାୟନ ଓ ଜଡ଼ବିଜ୍ଞାନ ମତରେ ୭୫:ଟି ମୂଳ ପଦାର୍ଥର ପରମାଣୁଦ୍ୱାରା ଏ ଜଗତର ସମସ୍ତ ବସ୍ତୁ ନିର୍ମିତ ପରମାଣୁମାନଙ୍କ ଚଳନଦ୍ୱାରା ଆଲୋକ, ବିଦ୍ୟୁତ, ତାପ ଆଦି ଜାତ ହୁଏ—ହିନ୍ଦୀ - ଶ. ସୂର୍ଯ୍ୟ କିରଣର ଗୋଟିଏ ଅଣୁ ୩ଟି ପରମାଣୁର ସମଷ୍ଟି ଅଟେ —M.W.]