ପରଶୁରାମ

ଉଇକିଅଭିଧାନ‌ରୁ

ପରଶୁରାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ପରଶୁ=କୁଠାର [ଯୁକ୍ତ]+ରାମ= ରାମାବତାର)[ସମ୍ପାଦନା]

ଜମଦଗ୍ନି ଋଷିଙ୍କ ପୁତ୍ର; ଭାର୍ଗବ — Paraṡurāma; a son of Jamadagni.

[ଦ୍ରଷ୍ଟବ୍ୟ —ଏ ବିଷ୍ଣୁଙ୍କର ୬ଷ୍ଠ ଅବତାର; ପୃଥିବୀକୁ ୨୧: ବାର ନିକ୍ଷତ୍ରିୟ କରିଥିଲେ ଏହାଙ୍କର ଅସ୍ତ୍ର ପରଶୁ ଏ ପିତ୍ରାଦେଶରେ ସ୍ୱୀୟ ମାତା ରେଣୁକାଙ୍କୁ ବଧ କରିଥିଲେ ଓ ପରେ ପିତାଙ୍କୁ ସନ୍ତୁଷ୍ଟ କରି ମାତାଙ୍କୁ ପୁନରୁଜ୍ଜୀବତା କରାଇଥିଲେ ଏ ମହାବୀର ଥିଲେ; ଏହାଙ୍କ ପିତୃହନ୍ତା କାର୍ତ୍ତବୀର୍ଯ୍ୟାର୍ଜୁନ ବା ସହସ୍ରାର୍ଜୁନଙ୍କୁ ଏ ବଧ କରିଥିଲେ

ରାମଚନ୍ଦ୍ର ବିବାହ ହୋଇ ସାରି ସୀତାଙ୍କୁ ଘେନି ମିଥିଲାରୁ ଫେରି ଆସିବା ସମୟରେ ବାଟରେ ଏ ତାଙ୍କୁ ଭେଟି ଧନୁ ପରୀକ୍ଷା ନିମନ୍ତେ ରାମଚନ୍ଦ୍ରଙ୍କୁ ଆହ୍ୱାନ କରିଥିଲେ ରାମଚନ୍ଦ୍ର ଏହାଙ୍କ ହାତରୁ ଧନୁ ନେବା ସମୟରେ ଏହାଙ୍କ ଦେହରେ ଥିବା ବିଷ୍ଣୁ ତେଜଃ ରାମଚନ୍ଦ୍ରଙ୍କ ଦେହରେ ପ୍ରବେଶ କଲା ଏବଂ ଏ ହତପ୍ରଭ ହୋଇ ତପସ୍ୟା କରିବାକୁ ଗଲେ ଏହାଙ୍କର ଅନ୍ୟ ଚାରି ଭାଇଙ୍କ ନାମ ସମନ୍ୱାନ୍, ସୁଷେଣ, ବସୁ ଓ ବିଶ୍ୱାବସୁ ]