ପଳାଶ

ଉଇକିଅଭିଧାନ‌ରୁ

ପଳାଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଳ୍ ଧାତୁ—ଯିବା+ଅ=ପାଳ; ଅଶ୍ ଧାତୁ= ବ୍ୟାପିବା+ଅ=ଆଶ; ପଳ+ଆଶ; କିମ୍ୱା ପଳ= ପତ୍ର+ଅସ୍ ଧାତୁ=ତ୍ୟାଗ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. କିଂଶୁକ —୧. The dhak tree; Butea Frondosa.

[ ଦ୍ର—ଏହା ଶିମ୍ୱାଦି ବର୍ଗର ମଧ୍ୟମାକୃତ ତରୁ ବିଶେଷ ଗଛ ବଙ୍କା ଓ ଗଣ୍ଠିଆ; ପତ୍ର ତ୍ରିପର୍ଣ୍ଣ ଶୀତ ଶେଷରେ ଗଛରୁ ପତ୍ର ଝଡ଼ି ପଡ଼େ ଓ ବସନ୍ତାଗମରେ ଶୁକ ଚଞ୍ଚୁପରି ତୋଫା ନାଲି ଫୁଲରେ ଥୁଣ୍ଟା ଗଛ ପୂର୍ଣ୍ଣ ହୋଇଯାଏ ଏହି ଗଛ ଭାରତକ ସର୍ବତ୍ର ଦେଖାଯାଏ ଏଥିର ଛାଲ ଚିରିଦେଲେ ଏକ— ପ୍ରକାର ରକ୍ତବର୍ଣ୍ଣ ନିର୍ଯ୍ୟାସ (Bengal kino) ବାହାରେ ଏହାର ଫୁଲକୁ ପାଣିରେ ସିଝାଇଲେ ଏକପ୍ରକାର ନାଲିରଙ୍ଗ ବାହାରେ ପୂର୍ବେ ଏହାର ରଙ୍ଗଦ୍ୱାରା ଅବିରକୁ ରଞ୍ଜିତ କରା ଯାଉଥିଲା ଫୁଲ ଝଡ଼ିଗଲେ ଚେପଟା ଓ ଚଉଡ଼ା ଛୁଇଁ ହୁଏ; ଛୁଇଁରେ ଚେପଟା ବୀଜ ଥାଏ ପଲାଶ ବୀଜକୁ ପଲାଶ ପାପଡ଼ୀ କହନ୍ତି

ଦେଖିବାକୁ ପଳାଷ ଗଛପରି, କିନ୍ତୁ ସ୍ଥୂଳତର ଏକପ୍ରକାର ଲଟାଣିଆ ଗୁଳ୍ମକୁ ଭୂଇଁପଳାଶ (ସଂ, ଭୂପଳାଶ; ହସ୍ତିକର୍ଣ୍ଣ ପଲାଶ) ବୋଲାଯାଏ (Butea Superba). ଏହାର ଫୁଲ ପଳାଶ ଅପେକ୍ଷା ବଡ଼ ଏହା ମଧ୍ୟ ଓ ଦକ୍ଷିଣ ଭାରତରେ ଜନ୍ନେ; (ଯୋଗେଶ— ଚନ୍ଦ୍ର) ପଳାଶର ବୀଜ ପେଟର କୃମିଘ୍ନ ଫୁଲ, ଛେଳି ଓ ମଞ୍ଜି ଔଷଧରେ ଲାଗେ ପତ୍ର ମୋଟା ଥିବାରୁ ତାକୁ ସିଇଂ କରି ଖଲିପତ୍ର କରାଯାଏ, ଚଉପଦୀ କରାଯାଏ ଉତ୍ତରଭାରତରେ ଧୂଆଁ ପତ୍ରର ଗୁଣ୍ଡ ଭରତି କରି ଏ ପତ୍ରକୁ ଗୁଡ଼ାଇ ପିକା ବଳାଯାଏ ପଳାଶ ଗଛର ଛାଲକୁ ଛେଚି ଡଙ୍ଗା ଓ ଜାହାଜର ଫାଟରେ ପୂରାଯିବା ଅସ୍ତା ତିଆରି କରାଯାଏ ପ୍ରତ୍ୟେକ ଡେମ୍ପରେ ୩ଟି ପତ୍ର ଲାଗିଥାଏ ଏ ଗଛର ଛାଲର ଅଂଶୁରେ ଦଉଡ଼ି ତିଆରି ହୁଏ ଏଥିରେ ଡାଙ୍ଗକୁ ସିଝାଇ କରି ଏକ ପ୍ରକାର ଖଇର ତିଆରି କରାଯାଏ, ଏ ଗଛର ବକଳରୁ ଏକ ପ୍ରକାର ଅଠା ବାହାରେ ବୈଦ୍ୟକ ମତରେ ଏଥିରେ ଫୁଲ ବାତବର୍ଦ୍ଧକ, ମଳରୋଧକ, ତୃଷା,ଦାହ, ପିତ୍ତ୍, କଫ, ରକ୍ତ ବିକାର, କୃଷ୍ଠ ଓ ମୂତ୍ରକୃଚ୍ଛ୍ର ନାଶକ ଏଥିର ଫଳ କଫ, ବାତ, ଉଦରରୋଗ, କୃମି, କୁଷ୍ଠ, ଗୁଳ୍ମ, ପ୍ରମେହ, ବାଘୀ ଓ ଶୂଳନାଶକ ଏଥିର ବୀଜ ସ୍ନିଗ୍ଧ, କଫ ଓ କୃମିନାଶକ ଏଥିର ଅଠା ମଳ— ରୋଧକ ଓ ଗ୍ରହଣୀ, ମୁଖରୋଗ , ଶ୍ୱାସ ଓ ସ୍ୱେଦ ଦୂରକାରକ

ଏ ବୃକ୍ଷକୁ ହିନ୍ଦୁମାନେ ପବିତ୍ର ଜ୍ଞାନ କରନ୍ତି ଏ ବୃକ୍ଷର ଉଲ୍ଲେଖ ବେଦରେ ମିଳେ କେତେକ ଯଜ୍ଞପାତ୍ର ପଲାଶ କାଠରେ ପ୍ରସ୍ତୁତ ହୁଏ ଉପନୟନ କାଳରେ ବ୍ରାହ୍ମଣକୁମାର ପଲାଶ ଦଣ୍ଡ ଧାରଣ କରେ ବସନ୍ତକାଳରେ ଉଜ୍ଜ୍ୱଳ ରକ୍ତବର୍ଣ୍ଣ ଶୁକନାସାବତ୍ ପୁଷ୍ପରେ ପତ୍ରହୀନ ଡାଳମାନ ଲଦି ହୋଇ ଅତି ରମଣୀୟ ଦେଖାଯାଏ ଓ ଫୁଲ ନିର୍ଗନ୍ଧ; ଏଥିପାଇଁ ସଂସ୍କୃତ କବିମାନେ ଏ ଫୁଲର ସୌନ୍ଦର୍ଯ୍ୟ ଏବଂ ଗନ୍ଧହୀନତା ବଷୟରେ ଅନେକ ଲେଖିଯାଇ ଅଛନ୍ତି—ହିନ୍ଦୀ - ଶବ୍ଦସାଗର]

୨. (ପଳ=ପତ୍ର+ଅଶ)—ପତ୍ର —୨. Leaf.
୩. ଫୁଲର ପାଖୁଡ଼ା — ୩. Petal of a flower.
୪. ପତ୍ର ପରି ହରିଦ୍ୱର୍ଣ୍ଣ —୪. Emerald colour.
୫. ମଗଧ ଦେଶ (ସୋନ ନଦୀ ତୀରସ୍ଥ ଦକ୍ଷିଣ ବିହାର ଅଞ୍ଚଳ) — ୫. Bihar (country); South Bihar.
୬. (ପଳ=ମାଂସ+ଅଶ୍ ଧାତୁ ଖାଇବା+କର୍ତ୍ତୃ. ଅ)—ରାକ୍ଷସ — ୬. Demon.

ବିଧିରେ ପଲାଶ ରୁଧିର ସଞ୍ଚା ବିକଶିଲା ପୁଷ୍ପ ପରାୟେ ପଞ୍ଚ (ପଲାଶ—ପଲାଶ ବୃକ୍ଷ . ରାକ୍ଷସ)— ଭଞ୍ଜ—ବୈଦେହୀଶ ବିଳାଶ

୭. ପ୍ରେତ —୭. Ghost.
୮. ଗୃଧ୍ରଜାତୀୟ ପକ୍ଷି ବିଶେଷ (ହିନ୍ଦୀ - ଶ) — ୮. A bird resembling the vulture.
୯. ଲାକ୍ଷା —୯. Red lac. (M.W.)
୧. ତୋଫା ନାଲି ରଙ୍ଗ — ୧୦. Cochineal, (M.W.)
୧୧. ଶଟୀ; ଗନ୍ଧ ପଲାଶୀ — ୧୧. Curcuma Zedoaria. (M.W.)

ବିଶେଷଣ -[ସମ୍ପାଦନା]

୧. ସବୁଜ ବର୍ଣ୍ଣ ବିଶିଷ୍ଟ; ଶ୍ୟାମଳ — ୧. Green or emerald coloured.
୨. ନିଷ୍ଠୁର —୨. Cr&uline;el.
୩. ନିର୍ଦ୍ଦୟ —୩. Merciless; unkind.