ପଶ୍ଚିମ

ଉଇକିଅଭିଧାନ‌ରୁ

ପଶ୍ଚିମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ପଶ୍ଚାତ୍=ପଛଆଡ଼େ+ଇମ; ଉପାସନାକାଳରେ ଏହି ଦିଗ ମନୁଷ୍ୟର ପଛକୁ ଥିବାରୁ; କିମ୍ୱା ପଶ୍ଚ=ପଶ୍ଚାତ୍+ ଇ ଧାତୁ=ଗମନ କରିବା+ମ; ସୂର୍ଯ୍ୟଦେବ ପ୍ରଥମେ ଉଦିତ ହେବା ପରେ ଯେଉଁ ଦିଗକୁ ଗମନ କରନ୍ତି)[ସମ୍ପାଦନା]

୧. ପ୍ରତୀଚୀ; ସୂର୍ଯ୍ୟ ଯେଉଁ ଦିଗରେ ଅସ୍ତ ହୁଅନ୍ତି —୧. The west.
୨. ପୃଷ୍ଠଦେଶ; ପଛଆଡ଼େ — ୨. Back side; hind part.
୩. ଶେଷଭାଗ —୩. Last portion.

ବିଶେଷଣ -[ସମ୍ପାଦନା]

୧. ପଶ୍ଚିମଦିଗସ୍ଥ —୧. Western.
୨. ଶେଷ; ଚରମ —୨. Final; last.
୩. ପଛଆଡ଼ର —୩. Hinder; hindmost.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଭାରତର ପଶ୍ଚିମ ଅଂଶ; ପଶ୍ଚିମାଞ୍ଚଳ — ୧. Wastern India.


୨. ଭାରତର ଉତ୍ତର ପଶ୍ଚିମ ପ୍ରଦେଶ — ୨. The North Western Province of India.