Jump to content

ପସନ୍ଦ

ଉଇକିଅଭିଧାନ‌ରୁ

ପସନ୍ଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅପସନ୍ଦ, ନାପସନ୍ଦ, ବେପସନ୍ଦବିପରୀତ

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - )[ସମ୍ପାଦନା]

୧. ନିର୍ବାଚନ; ବାଛିବା; — ୧. Selection.
୨. ରୁଚି; ମନୋନୟନ; ଅଭିରୁଚି — ୨. Choice; liking.
୩. ମଞ୍ଜୁର; ଗ୍ରହଣ — ୩. Acceptance.
୪. ସମ୍ମାନ —୪. Regard; respect.
୫. ଅନୁମୋଦନ —୫. Approval; approbation.

ବିଶେଷଣ -[ସମ୍ପାଦନା]

୧. ମନୋନୀତ —୧. Selected; chosen.
୨. ଅନୁମୋଦିତ —୨. Approved.
୩. ଗୃହୀତ —୩. Accepted.
୪. ମନୋମତ; ଇଚ୍ଛାନୁରୂପ; ରୁଚିର ଅନୁକୂଳ — ୪. Choice; suiting one's choice or taste.
୫. ଅନୁରୂପ; ତୁଲ୍ୟ —୫. Like; similar.

ବନ୍ଧୁଆ ବନ୍ଧୁକ ବନ୍ଧୁ ଅଧରରେ ବନ୍ଦି କରି କୁନ୍ଦ ପସନ୍ଦ ହସା— କବିସୂର୍ଯ୍ୟ—ସଙ୍ଗୀତ

୬. ରୁଚିକର; ଉତ୍ତମ; ସୁନ୍ଦର — ୬. Beautiful; decent.

ଏଥିରୁ ବଡ଼ ପସନ୍ଦ x x x ଦେବାର ଶିରକୁ ମୋର ହାଣି କବିସୂର୍ଯ୍ୟ. ସଙ୍ଗୀତ

୬. ଉଚିତ —୭. Proper.

ପ୍ରପଞ୍ଚ ଯାକରେ ଜଣା ନ ଥାଇ ସଂଶୟ ପସନ୍ଦ ନୁହଇ ପର ପୁରୁଷରେ ସ୍ନେହ— କବିସୂର୍ଯ୍ୟ—କିଶୋରୀ ଚମ୍ପୁ ପ—ଗୀତ

୮. ବିଶ୍ୱାସ ଯୋଗ୍ୟ —୮. Reliable; trustworthy.
୯. ଯୋଗ୍ୟ; ଅନୁକୂଳ —୯. Suitable; fitting.