ପାଇ

ଉଇକିଅଭିଧାନ‌ରୁ

ପାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ପାଦ) ପାହୁଲା; ଏକ ପଇସାର ଏକ— ତୃତୀୟାଂଶ ମୂଲ୍ୟର ତାମ୍ରମୁଦ୍ରା —୧. A pie; ୧/୩ of a pice.
୨. ପାହି ରଇତ —୨. Non-resident. royat.
୩. ଡୁଡୁ ଖଳରେ ଏକ ପକ୍ଷର ସୀମା ନିର୍ଦ୍ଦିଷ୍ଟ ସ୍ଥାନ — ୩. The space alloted to one party in the game of Ḍuḍu.

ବିଶେଷଣ -[ସମ୍ପାଦନା]

ଭିନ୍ନ ମଉଜାବାସୀ (ପ୍ରଜା) — Non resident (tenant).

ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

କାଖ, ପଲାଙ୍କୁ ଯେଉଁ କଡ଼ରେ ଅଣ୍ଟା ଉପରେ ବସାଇ କାଖେଇବାକୁ ହୁଏ —Flank; the part of the body on which grown up people carry infants.


ପ୍ରାଦେଶିକ - (ସିଂହଭୂମ)[ସମ୍ପାଦନା]

୧. ତୁମ୍ୱ (ଦେଖ) - —୧. Tumba (See)
୨. ଦୁଇ ସେର ଓଜନର ଶସ୍ୟ ମାପିବା ପାଇଁ ବ୍ୟୂବହୃତ ଗଉଣି — ୨. A wickerwork corn-measuring pot of the capacity of ୨ Seers.
୩. ଦୁଇବାଟି ଓଜନ (୧୬୮: ବା ୨ ତୋଳା) — ୩. A standard weight below ୨୦୦ tolas.