Jump to content

ପାଇବା

ଉଇକିଅଭିଧାନ‌ରୁ

ପାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ପ୍ର+ଆପ୍; ଧାତୁ)[ସମ୍ପାଦନା]

୧. ପ୍ରାପ୍ତ ହେବା ଲଭିବା —୧. To get; to recieve.

ଅରଜନ ଏ ବିଦ୍ୟା ପାଇକେଟି ଯେବେ ତିନିଲୋକ ଯାକ ଅଲଭ୍ୟେ ଜିଣିବେ କୃଷ୍ଣସିଂହ, ମହାଭାରତ ବନ

୨. ଅର୍ଜ୍ଜନ କରିବା —୨. To earn.
୩. ଅନୁଭବ କରିବା; ଭୋଗ କରିବା —୩. To enjoy; to experience.

କାଲି ସୁଆଦ ପାଇଛି ରାତିରୁ ଉଠି ଧାଇଁଛି ଢଗ

୪. ଅଣ୍ଟିବା —୪. To suffice.

(ଯଥା— ମତେ କଟକ ଯିବାକୁ ବେଳ ପାଇବ ନାହିଁ)

୫. ସୁବିଧା ବା ସୁଯୋଗ ପ୍ରାପ୍ତ ହେବା —୫. To have opportunity or occasion (for something)

[ଯଥା—ଆମ୍ଭେମାନେ ଏହା ଦେଖିବାକୁ (ବା ଶୁଣିବାକୁ) ପାଇଲୁଁ]

୬. ମେଳ ଖାଇବା; ଉପଯୁକ୍ତ ହେବା; (ମନର) ଅନୁମତ ହେବା — ୬. To tally with; to suit.

(ଯଥା—ତା କଥାଟା ମୋ ମନକୁ ପାଇଲା ନାହିଁ)

୭. ପ୍ରବେଶ ହେବା; ପହଞ୍ଚିବା —୭. To reach.


ସେହି କାଳେ ତାଙ୍କମାନଙ୍କ ସମାପେ ନ୍ୟାସ ମହଋଷି ପାଇଲେ ଆପେ କୃଷ୍ଣସିଂହ. ମହାଭାରତ. ଆଦି

୮. (ସଂସ୍କୃତ - ପ୍ରଭାତ) ପାହିବା; ପ୍ରଭାତ ହେବା — ୮. To down.

ପାଇଲା ରାତି, କୁଆ ନେଇଗଲା କଜଳପାତି ଢ଼ଗ

୯. ବୋଧ ହେବା; (କୌଣସି କଥା ମନକୁ, ଚିତ୍ତକୁ, ମଜ୍ଜାକୁଃ) ଘେନିବା; ମନୋମତ ହେବା —୯. To meet with one's approval; to seem; to occur to one's mind.

କେ ବୋଇଲେ କଟାକ୍ଷ ସର ସନ୍ଧି ଯାକୁ ବିନ୍ଧିବ ସେ ମରିବ ପାଉଛ ମଜ୍ଜାକୁ— କୃଷ୍ଣସିଂହ. ମହାଭାରତ ବନ

୧. ମାନିବା; ସମ୍ମତ ହେବା; ଅନୁମୋଦନ କରିବା — ୧୦. To agree to; to approve of.

ବୋଇଲେ ଏ କଥାକୁ ଯାଏ ତ ହୃଦୟ— କୃଷ୍ଣସିଂହ. ମହାଭାରତ ବନ

୧୧. (ଅନ୍ୟର ମନୋଗତ ଭାବ) ବୁଝି ପାରିବା — ୧୧. To be able to understand or comprehend (another's mind).

(ଯଥା—ମୁଁ ଏତେ ସେବା କରି ସୁଦ୍ଧା ତାମନ ପାଇଲି ନାହିଁ)

୧୨. ମଣିବା; ବୋଧ କରିବା —୧୨. To think.

ଜଣେ ହୋଇ ବହୁତ ଜନଙ୍କର ପ୍ରାଣ ନେବାର ଚମତ୍କାର ପାଉଛି ମୁଁ ଜାଣ କୃଷ୍ଣସିଂହ. ମହାଭାରତ ଦ୍ରୋଣ

୧୩. ଖାଇବା; ଭୋଜନ କରିବା —୧୩. To eat.

ବିଧିମନ୍ତ କରି ଯ ବ୍ରତ କରୁଥାଏ ହରି ନିର୍ମାଲ୍ୟକୁ ସେ ବେଳେ ମାତ୍ର ପାଏ କୃଷ୍ଣସିଂହ ମହାଭାରତ ଶାନ୍ତି

୧୪. (କୌଣସି ସ୍ଥାନକୁ ମନୁଷ୍ୟର ହାତ ଗୋଡ଼ ବଢ଼ାଇଲେ) ହାତ ଗୋଡ଼ ସେ ସ୍ଥାନକୁ ସ୍ପର୍ଶ କରିବା —୧୪. To be within the reach of one's hand and feet.

ଏ ଫଳ ଦିଶଇ ସୁସଞ୍ଚି ହସ୍ତ ନ ପାଏ ବଡ଼ ଉଚ୍ଚ—ଜଗନ୍ନାଥ ଭାଗବତ

୧୫. ଗ୍ରହଣ କରିବା —୧୫. To accept.

ଧୁମ୍ରପାନ କଲେ ଗୁରୁ ଜନ ନ ପାଇବେ ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା

ପ୍ରାଦେଶିକ - (ଗଞ୍ଜାମ)ବିଶେଷ୍ୟ -[ସମ୍ପାଦନା]

ପିଲା ପ୍ରସବ କରିବା — To give birth to a child; to be delivered of a child.