ପାଞ୍ଜି

ଉଇକିଅଭିଧାନ‌ରୁ

ପାଞ୍ଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଞ୍ଜିକା)[ସମ୍ପାଦନା]

୧. ପଞ୍ଜିକା; ଦିନାଦି ପାଞ୍ଜି; ମାସ, ତିଥି, ବାର ନକ୍ଷତ୍ର ଆଦି ଜ୍ଞାପକ ଜ୍ୟୋତିଷ ଗ୍ରନ୍ଥ — ୧. Almanac; calendar.
୨. ତାଳପତ୍ରରେ ଲିଖିତ ହିସାବ — ୨. Accounts written of palm-leaf.

ମରା ଜୀଇଁ ଥିଲା ବାଛୁରୀ ଗାଦିରାଳି ରଖିଲେ ଲେଖି ତା କରଣେ ପାଞ୍ଜିବୁଝି କୃଷ୍ଣସିଂହ, ମହାଭାରତ ବନ

୩. ହିସାବ ଲେଖା ହୋଇଥିବା ତାଳପତ୍ର — ୩. Palm-leaves on which accounts are written.

[ ଦ୍ର—ଯେଉଁ ତାଳପତ୍ରମାନଙ୍କରେ ହିସାବ ଲେଖାଯାଏ ତାହା ଗ୍ରନ୍ଥ ଲେଖାଯିବା ତାଳପତ୍ରମାନଙ୍କ ଅପେକ୍ଷା ବେଶି ଲମ୍ୱା ଗ୍ରନ୍ଥ ଲେଖାଯିବା ତାଳପତ୍ରମାନ ଫାଳ ଫାଳ କରାଯାଇ ପ୍ରତ୍ୟେକ ପୃଷ୍ଠାର ମଝିରେ ଛିଦ୍ର କରାଯାଇ ଛିଦ୍ରମଧ୍ୟରେ ସୂତା ଗଳାଯାଇ ପୃଷ୍ଠାମାନଙ୍କ ସଂଯୋଗରେ 'ପୋଥି' ହୁଏ; କିନ୍ତୁ ହିସାବପତ୍ର ଲେଖାଯିବା ତାଳପତ୍ର— ମାନ ଗୋଟା ଗୋଟା ରଖାଯାଇ ତହିଁରେ ମୂଳପାଖମାନ ଏକତ୍ର ତାଳପତ୍ରର ମଢୁଆରେ ବନ୍ଧାଯାଏ ଓ ପ୍ରତି ତାଳପତ୍ର ଅଗପାଖ ଫାଳ କରାଯାଏ ଓଡ଼ିଶାରେ ପୂର୍ବେ ଜମିଦାରି ହିସାବ ପତ୍ର ଓ ଜମିମାପ ଭଉଁରିଆମାନ ପାଞ୍ଜିରେ ଲେଖାଯାଉ ଥିଲା ଓ ଅନେକ ପୁରୁଣା ଜମିଦାରଙ୍କ ଘରେ ପାଞ୍ଜିବିଡ଼ାମାନ ଅବଧି ସଂଚିତ ହୋଇ ରହିଅଛି ଅନେକ ଗୁଡ଼ିଏ ପାଞ୍ଜି ବିଡ଼ାକୁ ମୃଦଙ୍ଗାକାର କରି ବନ୍ଧା ଯାଉଥିଲା ଆଜିକାଲି କାଗଜ କଲମର ବହୁଳ ବ୍ୟବହାର ଯୋଗୁଁ ତାଳପତ୍ର ଓ ଲେଖନର ବ୍ୟବହାର ଲୋପ ହୋଇଅଛି; କାଗଜ ଅପେକ୍ଷା ତାଳପତ୍ର ବହୁକାଳ ସ୍ଥାୟୀ ହେଉଥିଲା]

୪. ଯମରାଜଙ୍କ ମହାଫିସ୍ଖାନାରେ ରକ୍ଷିତ ଚିତ୍ରଗୁପ୍ତଙ୍କ ସଂକଳିତ ମନୁଷ୍ୟଙ୍କର ପାପପୁଣ୍ୟର ତାଲିକା —୪. The record of the pious and sinful acts of persons, said to be maintained by Chitragupta in the record-room of J̄ama.

[ ଦ୍ର—ମନୁଷ୍ୟର ଆତ୍ମା ମୃତ୍ୟୁପରେ ଯମଭୁବନକୁ ଗଲେ ସେଠାରେ ଚିତ୍ରଗୁପ୍ତ ଏହି ପାଞ୍ଜି ତାହାର ଦଣ୍ଡ ବା ପୁରସ୍କାର ବିଷୟ ଯମରାଜଙ୍କ ଛାମୁରେ ପେଶ୍ କରନ୍ତି]