Jump to content

ପାଠ

ଉଇକିଅଭିଧାନ‌ରୁ

ପାଠ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପଠ୍ ଧାତୁ=ଅଧ୍ୟୟନ କରିବା+ଭାବ. ଅ)[ସମ୍ପାଦନା]

୧. ପଠନ; ଲେଖାଥିବା ବିଷୟକୁ ପଢ଼ିବା — ୧. Reading of any written matter; peruseal.
୨. ଆବୃତ୍ତି —୨. Recital.

(ଯଥା—ସ୍ତୋତ୍ରପାଠ; ବେଦପାଠ; ମନ୍ତ୍ରପାଠ)

୩. ପୁସ୍ତକର ପଠନୀୟ ଅଂଶ —୩. Taxt of book. the readable portion of a book
୪. ବିଦ୍ୟଶିକ୍ଷା; ପଢ଼ାପଢ଼ି; ଅଧ୍ୟୟନ — ୪. Learning; study.


୫. ସନ୍ଥ; ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଭ୍ୟାସ ବା ଆୟତ୍ତ କରିବା ପାଇଁ ଗୁରୁଙ୍କଦ୍ୱାରା ଛାତ୍ର ପ୍ରତି ନିରୁପିତ ପାଠ୍ୟ ବିଷୟ — ୫. A lesson given to a pupil for preparing in a fixed time.
୬. ଅବ୍ଧ୍ୟାପନ; ପଢ଼ାଇବା —୬. Reaching.
୭. କୌଣସି ବିଷୟ ବା ପଦ ବା ଶବ୍ଦ ଏକ ଗ୍ରନ୍ଥର ଭିନ୍ନ ଭିନ୍ନ ସଂସ୍କରଣରେ ଯେଉଁପରି ଲେଖା ଯାଇଥାଏ — ୭. Different readings of the same matter or word or line found in different editions or copies of the same book.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶିକ୍ଷାଲାଭ —୧. Education. attainment of learrning.

ଦୋଳଯାକ ଭାତ (ଶେଷ), ବିଭାଯାଏ ପାଠ—ଢଗ

୨. ପାଠ୍ୟ ପୁସ୍ତକ (ଯଥା—ବାଳିକା ପାଠ; ଦ୍ୱିତୀୟ ପାଠ) — ୨. Text book; reader.
୩. ଧର୍ମଶାସ୍ତ୍ରୀ —୩. The scripture.

(ଯଥା—ପାଠ ଡାକୁଛି ଦୁଷ୍ଟଲୋକର ସଙ୍ଗ ତ୍ୟାଗ କରିବା)

୪. ପ୍ରଚଳିତ ବିଧି; ରୀତି — ୪. Current rule; custom; usage.
୫. ପନ୍ଥା; ମାର୍ଗ; ପଦ୍ଧତି —୫. Way; mode; fashion.

(ଯଥା—ଆଜିକାଲିର ଟୋକାଏ ଗୋଟାଏ ଗୋଟାଏ ନୂଆ ପାଠ ବାହାର କରୁଛନ୍ତି)

୬. ଆଚରଣ; ଆଚରିତ ପନ୍ଥା — ୬. Course of action;conduct.

(ଯଥା—ଆମ ଘରେ ନନାଙ୍କର ପାଠେ ତ, ନାନୀଙ୍କର ପଠେ)

୭. ନିତ୍ୟକର୍ମ —୭. Daily act.

ମଲା ଜୀବ ବାଇବାର ଅଟେ ତାଙ୍କ ପାଠ କୃଷ୍ଣସିଂହ ମହାଭାରତ ବନ

୮. ଖବର; ସମ୍ୱାଦ —୮. News; tidings.

ବାର୍ତ୍ତାବହ ହୀନ ବିଶ୍ୱ ପାଠମାନ ବୋରଇ ହେବାକୁ ଭଞ୍ଜ ବୈଦେହୀଶବିଳାସ

୯. ଅଭ୍ୟାସ —୯. Habit.

ପ୍ରାଦେଶିକ - (ଭତରିଭାଖା) ବିଶେଷ୍ୟ -[ସମ୍ପାଦନା]

ପିଠି —Back.