Jump to content

ପାଣ୍ଡୁ

ଉଇକିଅଭିଧାନ‌ରୁ

ପାଣ୍ଡୁ

ଉଚ୍ଚାରଣ

[ସମ୍ପାଦନା]

ପାଣ୍ଡୁତା, ପାଣ୍ଡୁତ୍ୱବିଶେଷ୍ୟ

ସଂସ୍କୃତ - ବିଶେଷଣ -ପାଣ୍ଡ ଧାତୁ=ଗମନ କରିବା+କର୍ତ୍ତୃ. ବା ସଂଜ୍ଞାର୍ଥେ. ଉ)

[ସମ୍ପାଦନା]
୧. ଧୂସର; ପାଂଶୁବର୍ଣ୍ଣବିଶିଷ୍ଟ — ୧. Grey; pale white.
୨. ଗୌର ବା ଶ୍ୱେତ —୨. White.
୩. ଶୁକ୍ଳ ପୀଢ —୩. Yellowish white.
୪. ଛେତା —୪. Pale; yan.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରୋଗବିଶେଷ; ହଳଦିଆ କାମଳ ରୋଗ — ୧. Jaundice.

[ ଦ୍ର—ଏହି ରୋଗର ଆଖି ହଳଦିଆ ହୋଇଯାଏ ଏହା ରକ୍ତହୀନତାରୁ ଜାତ ହୁଏ ]

୨. ଭାରତର ତୀର୍ଥବିଶେଷ — ୨. Name of a sacred place in India.
୩. ଦକ୍ଷିଣ ଭାରତର ଦେଶବିଶେଷ — ୩. Name of a country in south India.
୪. ହସ୍ତିନା ନଗରୀର ରାଜା; ପାଣ୍ଡବମାନଙ୍କ ପିତା; ଧୃତରାଷ୍ଟ୍ରଙ୍କ ସାନ ଭାଇ —୪. Name of the father of the Pāṇḍabas.

[ ଦ୍ର—ଏ ବ୍ୟାସଦେବଙ୍କ ଔରସରେ ବିଚିତ୍ରବୀର୍ଯ୍ୟଙ୍କର ଏକ ବିଧବା ରାଣୀ ଅମ୍ୱାଳିକାଙ୍କ ଗର୍ଭଜାତ କ୍ଷେତ୍ରଜ ସନ୍ତାନ ଥିଲେ ଅମ୍ୱାଳିକା ବ୍ୟାସଦେବଙ୍କ ଭୟଙ୍କର ମୂର୍ତ୍ତି ଦେଖି ପାଣ୍ଡୁବର୍ଣ୍ଣା ହୋଇ ଯିବାରୁ ତାଙ୍କର ପୁତ୍ର ମଧ୍ୟ ପାଣ୍ଡୁବର୍ଣ୍ଣ ହେଲେ ଏଥିପାଇଁ ଏହି ପୁତ୍ରର ନାମ ପାଣ୍ଡୁ ଦିଆଗଲା

ପାଣ୍ଡୁଙ୍କର ଦୁଇ ସ୍ତ୍ରୀ କୁନ୍ତୀ ଓ ମାଦ୍ରୀ କୁନ୍ତୀଙ୍କ ଗର୍ଭରୁ ଯୁଧିଷ୍ଠିର, ଭୀମ ଓ ଅର୍ଜୁନ ଏବଂ ମାଦ୍ରୀଙ୍କ ଗର୍ଭରୁ ନକୁଳ ଓ ସହଦେବ ଜନ୍ମି ଥିଲେ ଅଭିଶାପ ଫଳରେ ସେ ନିଜେ ସ୍ତ୍ରୀସହବାସ କରୁ ନ ଥିଲେ ଓ ତାଙ୍କର ସ୍ତ୍ରୀଦ୍ୱୟ ଦୁର୍ବାସାଙ୍କଠାରୁ ପ୍ରାପ୍ତ ଏକ ମାଳାକୁ ଜପି ଭିନ୍ନ ଭିନ୍ନ ଦେବତାଙ୍କୁ ସ୍ମରଣ କରି ତତ୍ତତ୍ ଦେବତାଙ୍କ ଔରସରେ ୫ଟି ପୁତ୍ର ଉତ୍ପାଦନ କରିଥିଲେ ଏହି ପଞ୍ଚ ପାଣ୍ଡବ ପାଣ୍ଡୁଙ୍କର କ୍ଷେତ୍ରଜ ସନ୍ତାନ ଥିଲେ ଏକାଦା ସେ ମୃଗ ବୋଲି ମୃଗରୂପୀ କୌଣସି ଋଷି— ପୁତ୍ରଙ୍କୁ ବଧ କରିଥିଲେ ଏହି ମୃଗରୂପୀ ଋଷି ସେହି ସମୟରେ ସ୍ୱପତ୍ନୀ ପ୍ରତି ଆସକ୍ତ ଥିଲେ ତାହାଙ୍କର ଅଭିଶାପ ଯୋଗୁଁ ପାଣ୍ଡୁ ସ୍ତ୍ରୀସହବାସରୁ ବ଼ଞ୍ଚିତ ହେଲେ କେତେକାଳ ପରେ ପାଣ୍ଡୁ ଉକ୍ତ ଅଭିଶାପ ବିଷୟ ବିସ୍ମୃତ ହୋଇ ମାଦ୍ରୀଙ୍କୁ ଆଲିଙ୍ଗନ କରିବା ସମୟରେ ତାହାଙ୍କର ମୃତ୍ୟୁ ହେଲା)

୫. ଶ୍ୱେତହସ୍ତୀ —୫. White elephant.
୬. ପଟୋଳ ଫଳ —୬. The Paṭoḻa fruit.