ପାତିଆ

ଉଇକିଅଭିଧାନ‌ରୁ

ପାତିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ପତ୍ର, ପଟ୍ଟିକା)[ସମ୍ପାଦନା]

୧. ସରୁ ପତଳା ପତ୍ର — ୧. Thin slip; lath.

ଯଥା—ତମ୍ୱାପାତିଆ, ଲୁହାପାତିଆ

୨. (ବଣିଆ ଶବ୍ଦ) ଧାତବ ଅଳଙ୍କାରକୁ ଯୋଡ଼ିବା ପାଇଁ ଉକ୍ତ ଧାତୁରେ ନିରସା ଧାତୁ ମିଶାଇ ତିଆରି କରାଯାଇଥିବା ସରୁ ଧାତୁ ପତ୍ର —୨. Thin metal slip used as solder.
୩. ବାଉଁଶପାତିଆ; ପତଳା ହୋଇ ଚିରାଯାଇଥିବା ବାଉଁଶ — ୩. Thin lath of bamboo.

ମାଳି ଘର ଖଟୁଲୀରେ ଯେ ବାଉଁଶର ପାତିଆ ନନ୍ଦିକିଶୋର ନିର୍ଝରଣା

୪. (ସଂସ୍କୃତ - ପତ୍ର ବା ପଂକ୍ତି)—କପାଳ ଉପରର କେଶର ତିର୍ଯ୍ୟକ ବିନ୍ୟାସ; ପାଟିଆ; ସୁନ୍ଥା; ସ୍ତ୍ରୀଲୋକମାନେ କପାଳର କେଶକୁ କୁଣ୍ଡାଇ ମହଣ ବଟା ହୋଇଥିବା ମେଥିଦ୍ୱାରା ଭାଙ୍ଗ କରିବା କେଶବିନ୍ୟାଶ —Arrangement of the hair of the head with a comb so as to make a line by separating the hair of the temple of one's head into two parts and make them stick to their position by means of wax or other gummy substance.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଅତି ପତଳା —୧. Very thin.
୨. ଅତି ଶୀର୍ଣ୍ଣକାୟ — ୨. Much emaciated; thin bodied.