ପାନ

ଉଇକିଅଭିଧାନ‌ରୁ

ପାନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପା ଧାତୁ=ପିଇବା; ରକ୍ଷା କରିବା+ଭାବ. ଅନ)[ସମ୍ପାଦନା]

୧. ଜଳୀୟ ପଦାର୍ଥର ଗଳାଧଃକରଣ; ପିଇବା — ୧. Drinking; draught.
୨. ରକ୍ଷଣ —୨. Protecting; preserving.
୩. ଶାଣୋଲ୍ଲେଖନ; ପଜାଇବା —୩. Whetting.
୪. (+ଅଧି; ଅନ) ପାନ ପାତ୍ର — ୪. A goblet; drinking glass; wine galss.
୫. ଶୁଣ୍ଢୀ —୫. A wine dealer; distiller.
୬. ନାଳ; ଜଳ ନାଳ —୬. A canal (Apte).
୭. ନିଶ୍ୱାସ —୭. Breath; expiration (Apte).
୮. ପାନୀୟ ବସ୍ତୁ — ୮. A drink or bevarage in general (Apte).
୯. ମଦ୍ୟାଦି ପାନ — ୯. Drinking spirituous liquous (Apte).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଥରେ ସେବନ ଯୋଗ୍ୟ ଔଷଧ — ୧. A dose of medicine.
୨. (ସଂସ୍କୃତ - ପର୍ଣ୍ଣ) ଦୀର୍ଘାୟୁ ଲତା ବିଶେଷର ପତ୍ର —୨. Piper betel; Charvica Betel; betel leafe

[ଦ୍ରଷ୍ଟବ୍ୟ —ଏ ଲତା ଆର୍ଦ୍ର ଓ ସମୋଷ୍ଣ ଜଳବାୟୁଯୁକ୍ତ ଅଞ୍ଚଳ ଓ ଢିପ ଏବଂ ବାଲିଆ ମାଟିରେ ବଢ଼େ ଏହା ବେଶି ଖରା ବା ବର୍ଷା ସହି ପାରେ ନାହିଁ ଛାୟାମଣ୍ଡପ 'ବରଜ' ତିଆରି କରି ଏ ଲତା ଉପରେ ଛାୟା କରିବାକୁ ହୁଏ ସୀମାନ୍ତ ପ୍ରଦେଶ ଓ ପଞ୍ଜାବ ଛଡ଼ା ଭାରତର ସର୍ବତ୍ର, ସିଂହଳ, ଜାବା ଓ ଶ୍ୟାମ ଆଦି ଉଷ୍ଣ ଜଳବାୟୁମୟ ଅଞ୍ଚଳରେ ଏହାର କୃଷି ହୁଏ ପାନ ଗଛର ଫୁଲ, ଫଳ ବା ମଞ୍ଜି ହୁଏ ନାହିଁ ପାନ ଲତାର ଡାଙ୍ଗକୁ ପୋତି ପାନର କୃଷି କରା ଯାଏ ନାନା ପ୍ରକାର ପାନ ଅଛି;


ଯଥା—ଦେଶୀ ପାନ, ଛାଚି ପାନ, କର୍ପୂରକାନ୍ତି ପାନ, ମଘୀ ଗୟା ଅଞ୍ଚଳରେ ଉତ୍ପନ୍ନ ମଘୀ ପାନ ଉତ୍କୃଷ୍ଟ ବୋଲି ବିବେଚିତ ଓଡ଼ିଶାରେ ପାନର କୃଷି ଖୁବ୍ ଲୋଭଜନକ ଏଥିପାଇଁ ପାନ ଜମିର ଏକରର ଖଜଣା ପଚାଶ ଟଙ୍କାଠାରୁ ଦେଢ଼ ଶହ ଟଙ୍କା ହୁଏ ବଡ଼ ଆକୃଷ୍ଟବିଶିଷ୍ଟ ପାନକୁ ଭଡ଼ ପାନ, ସାଧାରଣ ବା ମଧ୍ୟମ ଆକୃତିବିଶିଷ୍ଟ ପାନକୁ ମହତା ପାନ ଓ ଛୋଟ ପାନକୁ ରାଶି ପାନ କୁହାଯାଏ ୫ଟି ପାନରେ ଏକ କଡ଼ା ଓ ଦୁଇ କଡ଼ାରେ ଏକ ଶହ ହୁଏ ଚୂନ, ଗୁଆ, ଗୁଣ୍ଡି, ଖଇର ଓ ମସଲା ଇତ୍ୟାଦି ଦେଇ ପାନକୁ ଖିଲ ଭଙ୍ଗି ଲୋକମାନେ ମୁଖବାସରୂପେ ବ୍ୟବହାର କରନ୍ତି ଗୁଣ୍ଡି ଦିଆ ନ ଯାଇଥିବା ପାନକୁ ସାଦା ପାନ ଓ ଗୁଣ୍ଡି ଦିଆଯାଇଥିବା ପାନକୁ କଡ଼ା ପାନ କହନ୍ତି ବଙ୍ଗଦେଶାଗତ ଛଚି (ଶ୍ୱେତ) ପାନକୁ ବଙ୍ଗଳା ପାନ କୁହାଯାଏ ଉତ୍କଳ ଦେଶରେ ଲୋକଙ୍କର ପାନ ଖାଇବା ଅଭ୍ୟାସ ଅତ୍ୟଧିକ ମଫସଲରେ ଅଧିକାଂଶ ଲୋକେ ପାନ, ଗୁଆ, ଗୁଣ୍ଡି, ଖଇର ଓ ଚୂନ ଥିବା ମୁଣି (ବଟୁଆ) ଅଣ୍ଟାରେ ଖୋସି ଝୁଲାଇ ଥାଆନ୍ତି ଓ ଭଦ୍ର ଲୋକମାନେ ସଙ୍ଗରେ ଖିଲ ପାନ ଥିବା ବଟା ବା ଡିବା ରଖନ୍ତି ଆଗନ୍ତୁକ ଭଦ୍ରବ୍ୟକ୍ତିଙ୍କୁ ପାନ ଖିଲ ଦିଆଯାଏ; ଭୋଜିରେ ଓ ସାମାଜିକ ସଭାରେ ଓ ସମ୍ମିଳନରେ ଆଗନ୍ତୁକ ବ୍ୟକ୍ତିମାନଙ୍କୁ ପାନଖିଲ ଦିଆଯାଏ ଦରବାର ଆଦିରେ ମଧ୍ୟ ଦରବାରୀମାନଙ୍କୁ ସରକାରଙ୍କ ପକ୍ଷରୁ ପାନଖିଲ ବଣ୍ଟାଯାଏ

ବୈଦ୍ୟକମତରେ ଏହା କଫ, ମୁଖଦୌର୍ଗନ୍ଧ୍ୟ, ମଳ, ବାୟୁ, ଶ୍ରାନ୍ତି, ରାତ୍ର୍ୟନ୍ଧତା ନାଶକ ଜ୍ୱର, ମୁଖଶୋଷ, ରକ୍ତପିତ୍ତ, ମଦ, ମୂର୍ଚ୍ଛା ଓ ନେତ୍ରରୋଗୀ ଓ ରୁକ୍ଷ ଏବଂ ଦୁର୍ବଳ ବ୍ୟକ୍ତି ପକ୍ଷରେ ଏହା ସେବନ ନିଷିଦ୍ଧ ଅଧିକ ପରିମାଣରେ ପାନ ଖାଇଲେ ତ୍ରିଦୋଷ କୁପତି ହୁଏ ଓ ଶରୀର, ନେତ୍ର, କେଶ, ଦନ୍ତ, ଅଗ୍ନି, ଶ୍ରୋତ୍ର, ବର୍ଣ୍ଣ ଓ ବଳର କ୍ଷୟ ହୁଏ—ଦେବନ୍ଦ୍ର—ଦ୍ରବ୍ୟଗୁଣ

ପାନ ରସ କଫ ଆଦି ଅନେକ ରୋଗରେ ଔଷଧର ଅନୁପାନ ସ୍ୱରୂପ ବ୍ୟବହୃତ ହୁଏ ଭୋଜନ ପରେ ଗୁଆ, ଖଇର, ଚୂନ ଓ ମସଲା ଦିଆ ପାନ ଖାଇଲେ ମୁଖର ଦୁର୍ଗନ୍ଧ ନଷ୍ଟ ହୁଏ ଓ ଖାଦ୍ୟ ଦ୍ରବ୍ୟ ଜୀର୍ଣ୍ଣ ହେବା ପକ୍ଷରେ ଏହା ସାହାଯ୍ୟ କରେ]

୩. ଚୂନ ବୋଳାଯାଇ ଗୁଆର ଟିକି ଟିକି ଖମଣ୍ଡ, ମସଲା, ଖଇର ଦିଆଯାଇ ଖିଲ ମୋଡ଼ାଯାଇଥିବା ପାନଚ ପାନଖିଲ — ୩. A packet of betel leaves rolled with small pieces of betelnuts, spices, catechu etc. inside it.
୪. ଚିଲିକାରେ ମିଳିବା ଏକ ପ୍ରକାର ଚିଙ୍ଗୁଡ଼ିମାଛ — ୪. A kind of shrimp (found in the Chilka lake).
୫. (ବମିଆ ଶବ୍ଦ) ପାନ ପରି ଦିଶୁଥିବା ନାକରେ ପିନ୍ଧାଯିବା ଏକ ପ୍ରକାର ଛୋଟ ଅଳଙ୍କାର — ୫. A small gold ring for the nose with a top resembling a betel leaf.
୬. ତାସ ଖେଳରେ ପାନ ଆକୃତିର କଳା ଓ ନାଲି ରଙ୍ଗର ତାସ—(ନାଲି ପାନକୁ ହରତନ ଓ କଳାକୁ ଇସ୍କାପାନ ବୋଲାଯାଏ) —୬. The two suits or kinds of playing cards resembling the size of betel leaves; the spades and the hearts amongst the playing cards.

ପ୍ରାଦେଶିକ - (ବାମଡ଼ା, ଆଠମଲ୍ଲିକ)—ବିଶେଷ୍ୟ -[ସମ୍ପାଦନା]

ଗଛର ପତ୍ର —Leaf.

(ଯଥା—ସରଗୀ ପାନ=ଶାଳୁଆ ଗଛର ପତ୍ର)