ପାରସୀ

ଉଇକିଅଭିଧାନ‌ରୁ

ପାରସୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ପାର୍ସୀ, ପାର୍ଶୀ—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାରସିକ)[ସମ୍ପାଦନା]

୧. ଏକ ପ୍ରକାର ଧର୍ମ — ୧. Name of a religious faith.


[ଦ୍ରଷ୍ଟବ୍ୟ —ଧର୍ମ ପାରସ୍ୟ ରାଜ୍ୟରେ ଜୋରୋଈଷ୍ଟର (Zoroaster) ବା ଜରଥସ୍ରଙ୍କଦ୍ୱାରା ଖ୍ରୀ. ପୂ. ୬ଷଷ୍ଠ ଶତାଦ୍ଦୀରେ ପ୍ରବର୍ତ୍ତିତ ହୋଇଥିଲା ବକ୍ରିୟାର ରାଜା ବିସ୍ତସ୍ପଙ୍କୁ ଜୋରୋଆଷ୍ଟର (ଫାରାସୀ - ଜରଥିସ୍, ଜରତୁସ) ଏ ନୂତନ ଧର୍ମରେ ଦୀକ୍ଷିତ କରିଥିଲେ ଜୋରୋଆଷ୍ଟର୍୭୭: ବର୍ଷ ବୟସରେ ମୃତ ହେଲେ ଆରବ ମାନେ ୬୫୧: ଖ୍ରୀଷ୍ଟାଦ୍ଦରେ ପାରସ୍ୟ ରାଜ୍ୟ ଧ୍ୱଂସ କରି ଏ ଧର୍ମା— ବଲମ୍ୱୀମାନଙ୍କୁ ମୁସଲ୍ମାନ ଧର୍ମରେ ଦୀକ୍ଷିତ କରିବାକୁ ଚେଷ୍ଟା କରିବାରୁ ଏମାନେ ଖୋରାସାନକୁ ପଳାଇ ଗଲେ ଓ ସେଠାରୁ ବୋମ୍ୱୋଇର ୯ ମାଇଲ ଉତ୍ତର ଗୁଜରାଟର ସଞ୍ଜନ ନାମକ ସ୍ଥାନର ୭୮୫: ଖ୍ରୀଷ୍ଟାଦ୍ଦରେ ବସତି ସ୍ଥାପନ କଲେ ଏମାନେ ସ୍ଥାନୀୟ ଭାଷା ଓ ରୀତି ନୀତି ଗ୍ରହଣ କରିବାକୁ ରାଜି ହେବାରୁ ଏଠାର ସ୍ଥାନୀୟ ହିନ୍ଦୁ ରାଜା ଏମାନଙ୍କୁ ବମ୍ୱେଇ ନିକଟରେ ବାସ କରି ରହିବାକୁ ଅନୁମତି ଦେଲେ ଏମାନେ ପାରସ୍ୟରୁ ଆସିଥିବାରୁ ଏମାନଙ୍କ ନାମ ପାରସୀ ହେଲା ଭାରତରେ ଏମାନଙ୍କର ସଂଖ୍ୟା ପ୍ରାୟ ୧ ଲକ୍ଷ ହେବ ଓ େମାନେ ବମ୍ୱେ ପ୍ରଦେଶରେ ଅଧିବାସୀ ଏମାନେହିଁ ଭାରତରେ ପ୍ରଥମେ ଇଂରାଜୀ ସଭ୍ୟତା ଓ ଶିକ୍ଷା ଗ୍ରହଣ କରଥିଲେ ଏମାନଙ୍କ ଧର୍ମ ଏକେଶ୍ୱରବାଦ; ମନ୍ଦ ଓ ଭଲ ମଧ୍ୟରେ ସର୍ବଦା ଯୁଦ୍ଧ ଲାଗିଛି; ଶେଷରେ ମନ୍ଦ ହାରିବ ଓ ଭଲ ଜିତିବ; ଭଲ ଓ ମନ୍ଦ ଏକ ଈଶ୍ୱର (ଆହିରା ମଜତା)ଙ୍କ ସୃଷ୍ଟି ଏମାନଙ୍କର ଧର୍ମ ଏହି କି—ପ୍ରତ୍ୟେକ ପାରସି 'ଆଶା' ପଥରେ ବିଚରଣ କରିବେ; ପ୍ରତ୍ୟେକ ବ୍ୟକ୍ତି ଉତ୍ତମ କାର୍ଯ୍ୟ ଓ ଉତ୍ତମ ଚିନ୍ତା କରିବେ ଓ ଉତ୍ତମ ବାକ୍ୟ କହିବେ ବୈଦିକ ସ୍ତବ ଓ ଏମାନଙ୍କ ସ୍ତବ ମଧ୍ୟରେ ଐକ୍ୟ ଦେଖାଯାଏ ହିନ୍ଦୁମାନଙ୍କ ପରି ଏମାନଙ୍କର ଉପନୟନ (ନଉଯୋତ୍)ସଂସ୍କାର ଅଛିପ୍ରତ୍ୟେକ ପାରସୀ ବାଳକ ଓ ବାଳିକା ଏ ସଂସ୍କାର ଲାଭ କରି ଖଣ୍ଡିଏ କୁର୍ତ୍ତା, ଖଣ୍ଡିଏ ମେଖଳା ଓ ଖଣ୍ଡଏ ମଖମଲ ଟୋପି ପିନ୍ଧନ୍ତି ପାରସୀମାନଙ୍କ ବିବାହ ବେଳେ ବିବାହ ମନ୍ତ୍ର ପହ୍ଲବୀ ଭାଷାରେ ଓ ସଂସ୍କୃତରେ ୩ ଥର ଉଚ୍ଚାରିତ ହୁଏ

ପ୍ରାଣ ଛାଡ଼ିଗଲେ ଦେହ (ଶଭ) ଅପବିତ୍ର ବୋଲି ଜ୍ଞାନ କରା ଯାଏ ମୃତ ଶବକୁ ଖରାରେ ପକାଇ ଦେବାର ବିଧି ଅଛି; ଏଥିପାଇଁ ମେଲା ଥିବା ଘର (Tower of Slience) ନିର୍ମିତ ହେଇଥାଏ ଏଥିରେ ପକାଯିବା ଶବକୁ ଶାଗୁଣା ମାନେ ଉପରୁ ଉଡ଼ି ଆସି ଖାଆନ୍ତି ଏମାନେ ମୃତାହ ଶ୍ରାଦ୍ଧ ପାଳନ କରନ୍ତି ମୃତ୍ୟୁର ଚତୁର୍ଥ ଦିନ ପ୍ରେତାତ୍ମାର ମୋକ୍ଷ କାମନାରେ ନାନାପ୍ରକାର ଉତ୍ସବ ହୁଏ ଏମାନଙ୍କ ମତରେ ଅଗ୍ନି ବିଶୁଦ୍ଧ ପଦାର୍ଥ, ତେଣୁ ତହିଁରେ ଶବଦାହ କରିବା ଅନୁଚିତ ମନେ କରି ଏମାନେ ତହିଁରେ ଶବଦାହ କରନ୍ତି ନାହିଁଏମାନଙ୍କର ଧର୍ମମନ୍ଦିରରେ ଅହର୍ନିଶ ଅଗ୍ନି ପ୍ରଜ୍ୱଳିତ ହେଉଥାଏ ଏମାନେ ଅଗ୍ନି ଉପାସକ]

୨. ବହୁ ପୁରୁଷ ପୂର୍ବେ ପାରସ୍ୟ ଦେଶରୁ ଆସି ଭାରତର ପଶ୍ଚିମ ଉପକୂଳରେ ଉପନିବେଶ ସ୍ଥାପନ କରିଥିବା ଜାତିବିଶେଷ — ୨. The parsees; a fire-worshiping nation of western India who orginally migrated from persia.

[ଦ୍ରଷ୍ଟବ୍ୟ —ଏମାନେ ସୂର୍ଯ୍ୟ ଓ ଅଗ୍ନିକୁ ପୂଜା କରନ୍ତି ଏମାନଙ୍କର ଶାସ୍ତ୍ର ଜେଣ୍ଡାବେସ୍ତା; Zendavesta (ଜଂଦ୍ ଅବସ୍ତା)୧୯୨୧: ସାଲରେ ସେଲସ୍ ଅନୁସାରେ ସମଗ୍ର ପୃଥିବୀରେ ପାରଶୀମାନଙ୍କ ସଂଖ୍ୟା ୫ ଲକ୍ଷ ଅଟେ ଏମାନଙ୍କ ଶାସ୍ତ୍ର ପାହ୍ଲବୀ ଭାଷାରେ ଲିଖିତ]

୩. ପାରସ୍ୟ ଦେଶୀୟ ବ୍ୟକ୍ତି — ୩. A Persian.

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ପାରଶ+ଈ)[ସମ୍ପାଦନା]

ଫାରସୀ ଭାଷା — The persian language (Apte).

ଦେଶଜ - ବିଶେଷଣ -[ସମ୍ପାଦନା]

ପାରସ୍ୟ ଦେଶୀୟ —Persian.

(ଯଥା—ପାରଶୀ ଭାଷା)