ପାରା

ଉଇକିଅଭିଧାନ‌ରୁ

ପାରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପରୀ, ପାରୋଇ, ପାରବତୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାରାବତ)[ସମ୍ପାଦନା]

୧. କପୋତ ଜାତୀୟ ପକ୍ଷୀ; କବୁତର; ଗୃହ କପୋତ —୧. Pigeon; columba Intermedia.

[ଦ୍ରଷ୍ଟବ୍ୟ —ଏମାନେ କପୋତ ଶ୍ରେଣୀୟ ଅପାଳିତ ଅବସ୍ଥାରେ ଏମାନେ ଘରର ଚାଳରେ ଦେଉଳର ଖୋଲରେ ଓ ପର୍ବତ ଖୋଲରେ ରହନ୍ତି ଏମାନଙ୍କର ରଙ୍ଗ ମାଟିଆ ନେଳି

ଗୃହପାଳିତ ପାରାମାନେ ଧଳା, କଳା, ନାଲି ଆଦି ନାନା ରଙ୍ଗର ହୁଅନ୍ତି ଏମାନଙ୍କର ଶଦ୍ଦକୁ ଘୁମୁରିବା କହନ୍ତି ଏମାନଙ୍କର ଧ୍ୱନି 'ଚକ୍ ବକୂମ୍ କୀମ୍' ଏମାନେ ବହୁ ଉଚ୍ଚରେ ଉଡ଼ି ପାରନ୍ତି ଓ ଉଡ଼ିବା ସମୟରେ ଲୋଟଣି ପାରାମାନେ ବନ୍ଧ ଭାଙ୍ଗନ୍ତି ଇଉରୋପ ଆଦି ଦେଶରେ ଏମାନଙ୍କ ଗୋଡ଼ରେ ଚିଠି ବାନ୍ଧି ଦେଇ ଉଡ଼ାଇ ଦେଲେ ଏମାନେ ଦୂର ଦେଶରେ ଅଭିପ୍ରେତ ସ୍ଥାନରେ ଯାଇ ପହଞ୍ଚିବାଦ୍ୱାରା ଦୂରବାସୀ ମାନେ ସମ୍ବାଦ ପାଆନ୍ତି ପାରାମାନଙ୍କ ଉଡ଼ିବା ଦେଖିବା ପାଇଁ ଲୋକେ ସଉକିରେ ପାରା ପାଳନ୍ତି ଏମାନଙ୍କର ଦୃଷ୍ଟିଶକ୍ତି ଅତି ପ୍ରଖର ଏମାନେ ଉପରକୁ ୧/୨: ମାଇଲ ଉଚ୍ଚକୁ ଉଠି ମେଘରେ ଅଦୃଶ୍ୟ ହୋଇ ଯାଆନ୍ତି ଭୂଇଁରେ ସୋରିଷ ବୁଣି ଦେଲେ ଏମାନେ ବହୁ ଉଚ୍ଚରୁ ତାହା ଦେଖି ଖୁଣ୍ଟି ପାରନ୍ତି ଏମାନେ ଘମୁରିଲା ବେଳେ ବେକ ଫୁଲାନ୍ତି 

ବିଭିନ୍ନ ଜାତୀୟ ପାରାଯଥା—ଦେଉଳିଆ ପାରା, ଲୋଟଣୀପାରା, ପରପାଓଁ ପାରା, ରେସୀ, ସୀରାଜୁ, ଲଙ୍କା ପାରା, ପାର୍ବତୀଆ ପାରା ଇତ୍ୟାଦି]

ଅନୁବାଦ[ସମ୍ପାଦନା]

୨. (ସଂସ୍କୃତ - ପାରଦ)—ପାରଦ ଧାତୁ — ୨. Mercury; quicksilver.

[ଦ୍ରଷ୍ଟବ୍ୟ —ପାରା ବା ପାରଦ— ଦେଖିବାକୁ ଢଲ ଢଳ ଓ ଧଳା ଏହା ଖଣିରୁ ବିଶୁଦ୍ଧ ଅବସ୍ଥାରେ ବା ଗନ୍ଧକ ସଙ୍ଗେ ମିତ୍ରିତ ଅବସ୍ଥାରେ ହିଙ୍ଗୁଳ ରୂପରେ ମିଳେ ଭାରତରେ କେବଳ ନେପାଳର ପାରାର ଖଣି ଅଛି ଚୀନ୍, ଜାପାନ୍ ଓ ସ୍ପେନ୍ ଦେଶରେ ପାରାର ଖଣି ଅଛିପାରା ତରଳ, କିନ୍ତୁ ଖୁବ୍ ଭାରୀ ପାରା ଥଣ୍ଡା ପାଇଲେ ଗାଢ଼ ହୁଏ ଖଣିରେ ଥିବା ପାରାରେ ଗନ୍ଧକ, ସୁନା, ରୂପା ମିଶିଥାଏ ଓ ବୈଜ୍ଞାନିକ ପ୍ରକ୍ରିୟାରେ ପାରାକୁ ଉକ୍ତ ଧାତୁମାନଙ୍କ ଠାରୁ ପୃଥକ୍ କରାଯାଏ ପାରାଦ୍ୱାରା ଅନେକ ଦରକାରୀ କାର୍ଯ୍ୟ ହୁଏ ପାରା ସଙ୍ଗେ ଅନ୍ୟ ଧାତୁ ସହଜରେ ମିଳାଇଲେ ମିଶି ପାରେ; ଏଥିପାଇଁ ସୁନା, ରୂପା ଆଦି ଧାତୁର ଲେପ କୌଣସି ବସ୍ତୁ ଉପରେ ଦେବାକୁ ହେଲେ ଉକ୍ତ ଧାତୁକୁ ପାରା ସଙ୍ଗେ ମିଶାଇ ଲେପ ତିଆରି କରି ଉକ୍ତ ବସ୍ତୁ ଉପରେ ବୋଳି ଦିଆଯାଏ ପରେ ଉକ୍ତ ବସ୍ତୁକୁ ଉତ୍ତପ୍ତ କଲେ ପାରା ବାମ୍ଫ ହେଇ ଉଡ଼ିଯାଏ ଓ ସୁନା ବା ରୂପାର ଲେପ ଉକ୍ତ ବସ୍ତୁ ଉପରେ ରହିଯାଏ କାଚ ପଛଆଡ଼େ ପାରା ଲେପିଲେ ତାହା ଦର୍ପଣ ହୁଏ ପାରା ଉପରେ ତାପର କ୍ରିୟା ବିଶେଷ ଦେଖିଯିବାରୁ ପାରାଦ୍ୱାରା ତାପମାନ ଯନ୍ତ୍ର ନିର୍ମିତ ହୁଏ ହୁନ୍ଦୁ ପୁରାଣ ମତରେ ପାରା ଶିବଙ୍କ ବୀର୍ଯ୍ୟ ଅଟେ ଆୟୂର୍ବେଦରେ ପାରାର ଅନେକ ଅସାଧାରଣ ଗୁଣ ଥିବାରହ କଥିତ ପାରାକୁ ଜାରଣ ମାରଣ କରି ଔଷଧରେ ପ୍ର.ୟୋଗ କଲେ ଉକ୍ତ ଔଷଧ ସେବନଦ୍ୱାରା ବାର୍ଦ୍ଧକ୍ୟ ନିବାରିତ ହୁଏ, ଏପରି କଥିତ ଅଛି ବୈଦ୍ୟକ ମତରେ ପାରା ତ୍ରି ଦୋଷନାଶକ, ଯୋଗବାହୀ, ଶୁକ୍ରବର୍ଦ୍ଧକ ଓ ସମସ୍ତ ରୋଗ ନାଶକ ପାରାକୁ ଆୟୂର୍ବେଦୋକ୍ତ ବିଧିରେ ଶୋଧନ କରି ବ୍ୟବହାର କଲେ ଏହା ଅମୃତବତ୍ ଫଳଦ ହୁଏ, କିନ୍ତୁ ଅଶୋଧିତ ଅବସ୍ଥାରେ ସେବନ କଲେ ଏହାଦ୍ୱାରା ମାରାତ୍ମକ ଅନିଷ୍ଟ ଘଟେ]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ, ପାରାଗ୍ରାଫ୍)[ସମ୍ପାଦନା]

୧. ଲିଖିତ ବିଷୟରେ ବା ପ୍ରବନ୍ଧର ବିଭିନ୍ନ ଅଂଶ ବା ଅନୁଛେଦ — ୧. Para; paragraph.
୨. (ଫାରାସୀ - ପାରା=ଖଣ୍ଡ)ପୁସ୍ତକରେ ଅଧ୍ୟାୟ; କୋରାନ୍ର ଅଧ୍ୟାୟ ୨. Chapter of the Koran.