ପାଳ

ଉଇକିଅଭିଧାନ‌ରୁ

ପାଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଣ—(ପା ଧାତୁ ଣିଚ୍; ପାଳି ଧାତୁ=ରକ୍ଷା କରିବା+ଅ; ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ)[ସମ୍ପାଦନା]

୧. ପ୍ରତିପାଳକ — ୧. Maintainer.

(ଯଥା—ଭୂପାଳ)

୨. ରକ୍ଷକ; ଜଗୁଆଳ —୨. Protector; keeper.

(ଯଥା—ଅଶ୍ୱପାଳ; ଗୋପାଳ)

୩. ଜଗୁଆଳି —୩. Watchman.

(ଯଥା—ଦ୍ୱାରପାଳ)

୪. ପକିଦାନୀ (ହିନ୍ଦୀ - ଶ) —୪. Spittoon; spitting pot.
୫. ଚିତ୍ରକ ବୃକ୍ଷ (ହିନ୍ଦୀ - ଶ) —୫. Leadwort.
୬. ପଶୁଚାରଣକାରୀ ବ୍ୟକ୍ତି; ରଖୁଆଳ — ୬. A herdsman (Apte).
୭. ଦଳ; ସମୂହ; ପଲ୍ହ —୭. Herd; flock.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ପାଗଳ)—କୁଟା — ୧. Crushed straw; trodden straw
୨. (ସଂସ୍କୃତ - ପାଳି—ପାଣି ଅଟକାଇବା ବନ୍ଧ; ପଲକ= ପଙ୍କ; ପଟୁ)—ନଦୀଗର୍ଭସ୍ଥ ବା ନଦୀତୀରସ୍ଥ ପଟୁ ପଡ଼ିଥିବା ଉର୍ବରା ଜମି —୨. Silted land on the bed or bank of a river.
୩. ବଙ୍ଗଦେଶୀୟ ପ୍ରାଚୀନ ରାଜବଂଶବିଶେଷ — ୩. The Pal dynasty of Bengal.

[ଦ୍ରଷ୍ଟବ୍ୟ —ପାଳବଂଶର ରାଜାମାନେ ବୌଦ୍ଧ ଥିଲେ ଏମାନେ ଖ୍ରୀଷ୍ଟ ନବମଶତାବ୍ଦିର ମଧ୍ୟଭାଗର କ୍ଷମତାଶାଳୀ ହୋଇଥିଲା ଏମାନେ ମଗଧରେ ରାଜା ହୋଇଥିଲେ ଓ ଓଦନ୍ତପୁର (ଆଧୁନିକ ପାଟଣାଜିଲ୍ଲାର ବିହାର ନଗର) ଏମନଙ୍କ ରାଜଧାନୀ ଥିଲା ଏମାନେ ଉତ୍ତର ଓ ପଶ୍ଚିମ ବଙ୍ଗ ମଧ୍ୟ ଅଧିକାର କରିଥିଲେ ଏ ବଂଶର ପ୍ରତିଷ୍ଠାତା ଗୋପାଳ ଖ୍ରୀ ୮୫୫: ଠାରୁ ୮୭୫: ପର୍ଯ୍ୟନ୍ତ ରାଜା ହୋଇଥିଲେ ଏ ବଂଶର ଦେବପାଳ କାମରୁପ ଓ ଓଡ଼ିଶାକୁ ଜୟ କରିଥିଲେ ଏ ବଂଶର ଧର୍ମପାଳ ଉତ୍ତରରେ ଜଳନ୍ଦର୍, ଦକ୍ଷିଣରେ ବିନ୍ଧ୍ୟାଚଳ, ପଶ୍ଚିମରେ ଦିଲ୍ଲୀ ଓ ପୂର୍ବରେ ବଙ୍ଗୋପସାଗର ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ ଏ ବଂଶର ନାମ ରାଜା ମହୀପାଳ (ଯାହାଙ୍କ ନାମରରେ ମହାବଳୀ ଦିର୍ଘୀ ବର୍ତ୍ତମାନ ପର୍ଯ୍ୟନ୍ତ ଦିନାଜପୁରରେ ଅଛି) ଖ୍ରୀ ୧୨୬:ରେ ରାଜତ୍ୱ କରୁଥିଲେ ସେନରାଜାମାନେ ପାଳମାନଙ୍କୁ ବଙ୍ଗ ଦେଶରୁ ତଡ଼ି ଦେଇଥିଲେ କିନ୍ତୁ ବଖ୍ତିଆର୍ ଖିଲିଜୀଙ୍କ ପୁଅ ମହମ୍ମଦ ଖିଲିଜୀ ଖ୍ରୀ ୧୧୯୭: ସାଲରେ ଏ ବଂଶର ଶେଷରାଜ ଗୋବିନ୍ଦପାଳଙ୍କ ରାଜ୍ୟଚ୍ୟୁତ କରିବା ପର୍ଯ୍ୟନ୍ତ ପାଳ ବଂଶ ବିହାରରେ ରାଜତ୍ୱ କରୁ ଥିଲେ (ପ୍ରୋଥେରୋ ସାହେବଙ୍କ ଇଂରାଜି ଭାରତଇତିହାସ) ପାଳ ରାଜାମାନେ ସୂର୍ଯ୍ୟବଂଶୀ ଥିବାର ତାମ୍ରାନୁସାରେ ଲେଖା ଅଛି (ହିନ୍ଦୀ - ଶ)]

୪. ଓଡ଼ିଶା ଗଡ଼ଜାତ ପାଳଲହଡ଼ା ରାଜାବଂଶୋପାଧି — ୪. The family-title of the Ruling Chiefs of Pallahara State of Orissa.
୫. ଓଡ଼ିଆ ବ୍ରାହ୍ମଣ, କ୍ଷତ୍ରିୟ ଓ ଶୂଦ୍ରଙ୍କ ଉପାଧିବିଶେଷ — ୫. A family—title of Ṡūdras and Kshatriyas and Brāhmaṇas of Orissa.
୬. ବଙ୍ଗୀୟ କାୟସ୍ଥଙ୍କ ବଂଶୋପାଧିବିଶେଷ — ୬. A family-title of Bengalee Kāyasthas.

[ଦ୍ରଷ୍ଟବ୍ୟ —'ପାଳ' ଶବ୍ଦ ଗ୍ରାମ ବା ନଗର ଅର୍ଥରେ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେବାର ଦେଖାଯାଏ ଯଥା—ବାଲିଆପାଳ; କୁଆଁପାଳ; ଚାୟାଁପାଳ]

ପ୍ରାଦେଶିକ -[ସମ୍ପାଦନା]

୧. (ଆଠମଲ୍ଲିକ) ବି—ପାଳୁଅ— — ୧. Flour made from certain roots.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

୨. ଅତି ସୂକ୍ଷ୍ମ ଭାବରେ ଚୂର୍ଣ୍ଣୀକୃତ (ଏରାରୁଟ୍ ଓ ଅଦା ପ୍ରଭୃତିର) ଗୁଣ୍ଡା — ୨. Fine powder.
୩. ଅଦା ଓ ଏରାରୁଟ ପ୍ରଭୃତ ଚୂର୍ଣ୍ଣ, ଦୁଗ୍ଧ ଏବଂ ସର୍କରାରେ ସିଦ୍ଧ ଏକପ୍ରକାର ମିଷ୍ଟାନ୍ନ; ପାୟାସ —୩. Gruel made by boiling fiour with milk and sugar.