Jump to content

ପାଳିବା

ଉଇକିଅଭିଧାନ‌ରୁ

ପାଳିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପା ଧାତୁ ଣିଚ୍=ପାଳି ଧାତୁ)[ସମ୍ପାଦନା]

୧. ଶିଶୁ— କାଳରୁ ଲାଳନ ପାଳନ କରିବା —୧. To bring up; to nourish from childhood.

ଡୋଳା ପ୍ରତିମାକୁ ପରାଏ ତୁମ୍ଭଙ୍କୁ ଯଶୋଦା ଅଛନ୍ତି ପାଳି— କବିସୂର୍ଯ୍ୟ. କିଶୋରୀଚମ୍ପୁ

୨. (ଜୀବ ଆଦିଙ୍କୁ) ଖାଇବାକୁ ଦେଇ ପୋଷିବା — ୨. To tend; to rear.
୩. ରଖିବା —୩. To keep.
୪. ଜଗିବା; ରକ୍ଷା କରିବା — ୪. To save; to protect; to watch.

ସେ ଜତୁଗୃହ ପୂରୋତନ ପାଳି ଅଛି କୃଷ୍ଣସିଂହ. ମହାଭାରତ. ଆଦି

୫. (ଆଦେଶ) ମାନିବା — ୫. To obey or to carry out (an order).

କେହୁ କାହା ବୋଲ ଆଉ ପାଳିବକି ଗୋଇଲା ଚେଲାଇ ହୋଇ ଭଞ୍ଜ. ପ୍ରେମସୁଧାନିଧି

୬. ପ୍ରତିଜ୍ଞା ଅନୁସାରେ କାର୍ଯ୍ୟ କରିବା — ୬. To carry out one's promise.
୭. ବ୍ରତ ଆଦିର ବିଧି ବା ନିୟମ ଅନୁସାରେ କାର୍ଯ୍ୟ କରିବା — ୭. To observe (a rule or penance or vow) .
୮. (ରାଜ୍ୟ ଓ ପ୍ରଜା) ସୁଶାସନ କରିବା — ୮. To rule with mercy and justice.

ଯେ ରାଜ୍ୟ ପାଳିଲା ଏତେ ଯତନେ ମଧୂସୂଦନ

୯. ଛୁତିକିଆ ବା ମୃତିକିଆ ଅଶୌଚର ବିଧି ରକ୍ଷା କରିବା — ୯. To observe the rules of pollution in cases of death or birth amongst relations
୧. କୌଣସି ବ୍ୟକ୍ତିକୁ ଗ୍ରାସଚ୍ଛାଦନ ଦେଇ ତାହାର ଜୀବନ ରକ୍ଷା କରିବା; ପୋଷିବା —୧୦. To maintain or support a person by providing him with food and raiment.