ପିଆଜ

ଉଇକିଅଭିଧାନ‌ରୁ

ପିଆଜ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ପ୍ୟାଜ; ପିୟାଜ)[ସମ୍ପାଦନା]

ପଲାଣ୍ଡୁ

ଓଡ଼ିଆ[ସମ୍ପାଦନା]

Onion; Allium Cepa; Allium Ascalonicum.

[ ଦ୍ର—ଏହା କୃଷିଦ୍ୱାରା ଉତ୍ପନ୍ନ ବହୁ ସ୍ତରଯୁକ୍ତ ପାଖୁଡ଼ାଦ୍ୱାରା ଆବୃତ ତୀବ୍ରଗନ୍ଧ ମୂଳବିଶେଷ ପତ୍ର ଗୁଡ଼ିକ ସରୁ ନଳ ପରି ମୂଳରୁ ଗୋଟିଏ ନଳାକାର କାଣ୍ଡ ବାହାରେ, ସେହି କାଣ୍ଡର ଅଗରେ ଫୁଲ ଧରେ ଧଳା ଓ ନାଲି ଭେଦରେ ପିଆଜ ଦୁଇ ପ୍ରକାର—

ଯଥା—ଶ୍ୱେତ ପଲାଣ୍ଡୂ ଓ ରକ୍ତ ବା ରାଜ ପଲାଣ୍ଡ ବଡ଼ ବଡ଼ ପିଆଜକୁ ଉଲି କହନ୍ତି ବୈଦ୍ୟକ ମତରେ ଏହା ରସୁଣ ପରି ଗୁଣଯୁକ୍ତ ଏହା ମଧୁର ରସ, ମଧୁର ବିପାକ , ଅନୁଷ୍ଣ— ବୀର୍ଯ୍ୟ, କଫକାରକ, ନାତିପିତ୍ତଜନକ, କଣ୍ଠଶୋଧକ, ମେଧାଜନକ ଚକ୍ଷୁର ହିତକର, ରସାୟନ, ମାଂସବର୍ଦ୍ଧକ ବଳକାରକ, ବୀର୍ଯ୍ୟ— ବର୍ଦ୍ଧକ ଓ ଗୁରୁ—ଦ୍ରବ୍ୟଗୁଣ ଓ ହିନ୍ଦୀ - ଶ.

ପିଆଜ ଭାରତର ସର୍ବତ୍ର କୃଷି କରାଯାଏ ଏହା ଖାଇଲେ ମୁହଁରୁ ଦୁର୍ଗନ୍ଧ ବାହାରେ ହିନ୍ଦୁ ମାନଙ୍କର ଏହା ଖାଇବା ନିଷିଦ୍ଧ ଏହା ଜୀର୍ଣ୍ଣ, ଜ୍ୱର, ଗୁଳ୍ମ, ଅରୁଚି, କାସ, ଶୋଥ, ଆମଦୋଷ, କୁଷ୍ଠ, ଅଗ୍ନି— ମାନ୍ଦ୍ୟ, କୃମି, ବାୟୁ ଓ ଶ୍ୱାସନାଶକ ଏଥିରୁ ବାହାରିବା ତେଲ ଉତ୍ତେଜକ ଓ ଚୋତନା ଜନକ ପିଆଜର ରସକୁ ବିଛା ମାରିବା ସ୍ଥାନରେ ଲଗାଇଲେ ବେଦନା କମିଯାଏ ଓ ଏହାକୁ ଶୁଙ୍ଘାଇଲେ ମୂର୍ଚ୍ଛିତ ଲୋକର ଚେତନା ହୁଏ ମୃତ୍ତିକା ଭେଦରେ ପିଆଜର ଆକାର ଭିନ୍ନ ଭିନ୍ନ ସ୍ଥାନରେ ବଡ଼ ସାନ ହୁଏ ]